ଓଡିଶା

ଛଟ୍‌ ପୂଜା ପାଇଁ ୭୩୪୫ ସ୍ୱତନ୍ତ୍ର ଟ୍ରେନ୍, ଗତବର୍ଷଠୁ ବହୁ ଅଧିକ: ରେଳମନ୍ତ୍ରୀ ଅଶ୍ୱିନୀ

ଭୁବନେଶ୍ୱର,୦୨/୧୧: ଛଟ ପୂଜାକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ପକ୍ଷରୁ ୭୩୪୫ଟି ଟ୍ରେନ ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି । ଯାହା ଗତବର୍ଷର ୪,୫୦୦ ତୁଳନାରେ ବହୁ ଅଧିକ ବୋଲି ରେଳମନ୍ତ୍ରୀ ଅଶ୍ୱିନୀ କୁମାର ବୈଷ୍ଣବ କହିଛନ୍ତି । ରେଳମନ୍ତ୍ରୀ ନିଜେ ନୂଆଦିଲ୍ଲୀ ଷ୍ଟେସନକୁ ଯାଇ ସ୍ଥିତି ଯାଞ୍ଚ କରିଛନ୍ତି । ଯାତ୍ରୀମାନଙ୍କର ସୁବିଧା, ଅସୁବିଧା ବାବଦରେ ପଚାରି ବୁଝିଛନ୍ତି ।

କେବଳ ଟ୍ରେନ ସଂଖ୍ୟା ବଢ଼ିନାହିଁ । ଏହା ସହିତ ଅଧିକ ସଂଖ୍ୟକ ଟିକଟ କାଉଣ୍ଟର, ବିଶ୍ରାମାଗାର ମଧ୍ୟ କରାଯାଇଛି । ଏହା ଦ୍ୱାରା ଷ୍ଟେସନଗୁଡିକରେ ଯାତ୍ରୀ ଗହଳି କମିବା ସହ ଶୃଙ୍ଖଳିତ ଢଙ୍ଗରେ ଯାତ୍ରୀମାନେ ଯାତ୍ରା କରିପାରିବେ ବୋଲି ରେଳମନ୍ତ୍ରୀ କହିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button