ଏହି ସବୁ ଜିନିଷର ଦାନ କରନ୍ତୁ ନାହିଁ, ବ୍ୟକ୍ତି କାଙ୍ଗାଳ ହୋଇଯାଏ… କେଉଁ ସବୁ ଜିନିଷ ଜାଣନ୍ତୁ
ପ୍ରତ୍ଯେକଟି ମନୁଷ୍ୟଙ୍କ ଜୀବନରେ ଦାନ କରିବା ଭଳି ଏକ ପୂଣ୍ୟ କାର୍ଯ୍ୟ ବହୁତ ମହତ୍ଵ ରଖିଥାଏ । ଯେଉଁ ଲୋକ ଦୁଃଖୀ, ଦରିଦ୍ର ଲୋକଙ୍କୁ ସାହାଜ୍ଯ କରିଥାଏ । ସେହି ବ୍ୟକ୍ତିଙ୍କ ଉପରେ ଭଗବାନଙ୍କ କୃପା ଦ୍ରୁଷ୍ଟି ସବୁବେଳେ ରହିଥାଏ । ତେବେ ଜ୍ଯୋତିଷ ଶାସ୍ତ୍ରରେ ମଧ୍ୟ ଦାନ କରିବା କାର୍ଯ୍ୟ ଉପରେ କିଛି ନିୟମ କୁହାଯାଇଛି । ଯେଉଁ ନିୟମର ପାଳନ କରି ବ୍ୟକ୍ତି ଦାନ ପୂଣ୍ୟ ଭଳି ଆଦି କାର୍ଯ୍ୟ କରିଥାଏ । ସେହି ବ୍ୟକ୍ତିର ଦାନ କରିବା ସାର୍ଥକ ହୋଇଥାଏ । କାରଣ ଦାନ କରିବା ତ ବହୁତ ଭଲ କଥା ଅଟେ ।
ହେଲେ କିଛି ବ୍ୟକ୍ତି ନିଜ ଅଜାଣତରେ ଏଭଳି କିଛି ଜିନିଷ ନିଜର ଦାନ କରିଥାନ୍ତି । ଯାହା ତାଙ୍କୁ ନିଜକୁ ହିଁ କ୍ଷତି ପହଞ୍ଚାଇଥାଏ । ତେବେ କେଉଁ ସବୁ ଜିନିଷର ଦାନ କରିବା ଉଚିତ ନୁହେଁ, ଚାଲନ୍ତୁ ଜାଣିବା । 1- କୌଣସି ବ୍ୟକ୍ତି କାହାକୁ ପ୍ଲାଷ୍ଟିକର କୌଣସି ଜିନିଷ ଦାନ ରୂପେ ଦେବା ଉଚିତ ନୁହେଁ । ଆପଣ ଯଦି ଚାହୁଁଥାନ୍ତି । ତେବେ ପ୍ଲାଷ୍ଟିକର ବ୍ୟବହାର କରିପାରିବେ । ହେଲେ ଭୁଲରେ ପ୍ଲାଷ୍ଟିକର ଜିନିଷ ଅନ୍ୟକୁ ଦାନ କରନ୍ତୁ ନାହିଁ । ନଚେତ ଘରର ଉନ୍ନତିରେ ବାଧା ଆସିଥାଏ ।
2- ଝାଡୁକୁ ମଧ୍ୟ ଅନ୍ୟକୁ ଦାନ କରିବା ଅଶୁଭ ହୋଇଥାଏ । ଯେଉଁ ବ୍ୟକ୍ତି ଝାଡୁ ଅନ୍ୟକୁ ଦାନ କରିଥାଏ । ସେହି ଘରୁ ମା’ ଲକ୍ଷ୍ମୀ ଚାଲିଯାଇଥାନ୍ତି । ଯାହା ଦ୍ଵାରା ସେହି ଘରେ ସବୁ ସମୟରେ ଧନପଇସାର ଅଭାବ ଦେଖାଯାଇଥାଏ । ତେଣୁ ଆପଣ ମାନେ ଝାଡୁର କେବେବି କାହାକୁ ଦାନ କରନ୍ତୁ ନାହିଁ ।
3- ଷ୍ଟିଲ ବସ୍ତୁକୁ ଦାନ କରିବା ପାଇଁ ଶାସ୍ତ୍ରରେ ବର୍ଜିତ କରାଯାଇଛି । କାରଣ ଷ୍ଟିଲର କୌଣସି ପ୍ରକାର ବସ୍ତୁ ଯଦି ଅନ୍ୟ କାହାକୁ ବି ଦାନ କରିଥାନ୍ତି । ତେବେ ସେହି ବ୍ୟକ୍ତିର ଘରୁ ହିଁ ସୁଖ, ସମୃଦ୍ଧି କମିଯାଇଥାଏ ।
4- ବନ୍ଧୁଗଣ ବସ୍ତ୍ର ଦାନ କରିବା ବହୁତ ଭଲ ମହତ କାର୍ଯ୍ୟ ଅଟେ । ହେଲେ ଯଦି କୌଣସି ପଣ୍ଡିତ ବା ବ୍ରାହ୍ମଣଙ୍କୁ ବସ୍ତ୍ର ଦାନ କରୁଥାନ୍ତି । ତେବେ ନିଜର ପିନ୍ଧା ଯାଇଥିବା ବସ୍ତ୍ରକୁ ଦାନ ସ୍ୱରୂପ ବ୍ରାହ୍ମଣ କି ପଣ୍ଡିତଙ୍କୁ ଦିଅନ୍ତୁ ନାହିଁ । ଏହା ଦ୍ଵାରା ପାପ ଲାଗିଥାଏ । ହେଲେ ଯଦି ଚାହୁଁଥାନ୍ତି । କୌଣସି ଗରିବ ଲୋକଙ୍କୁ ନିଜର ପୁରୁଣା ବସ୍ତ୍ର ଦାନ କରିପାରନ୍ତି ।
5- ଯଦି କୌଣସି ବ୍ୟକ୍ତିକୁ ତେଲ ଦାନ କରିବା ପାଇଁ ଚାହୁଁଥାନ୍ତି । ତେବେ ନୂଆ ତେଲ କିଣିକି ହିଁ ଦାନ କରନ୍ତୁ । ଯେଉଁ ବ୍ୟକ୍ତି ନିଜର ବ୍ଯବହ୍ରୁତ ପୁରୁଣା ତେଲକୁ ଅନ୍ୟକୁ ଦେଇଥାଏ । ସେହି ବ୍ୟକ୍ତି ଉପରେ ପ୍ରଭୁ ଶନିଙ୍କର କୋପଦ୍ରୁଷ୍ଟି ପଡିଥାଏ । ପୋଷ୍ଟଟି ଭଲ ଲାଗିଥାଏ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ