ଦେଶ ବିଦେଶ

ମହିଳାଙ୍କର ଋତୁସ୍ରାବ ସମୟରେ ଏହି 8 ଟି ଭୁଲ ଆଦ୍ୱୋ କରିବା ଉଚିତ ନୁହେଁ…

ମହିଳା ମାନଙ୍କ ଠାରେ ହେଉଥିବା ମାସିକ ଧର୍ମ ଶରୀରର ଏକ ସାଧାରଣ ପ୍ରକ୍ରିୟା ଅଟେ । ଯାହାକି ମାସକୁ ମାସ ହୋଇଥାଏ । ତେବେ ମାସିକ ଧର୍ମ ଚାଲୁଥିବା ସମୟରେ ଅନେକ ମହିଳା ମାନଙ୍କୁ କଷ୍ଟ, ଯନ୍ତ୍ରଣା ମଧ୍ୟ ସହିବାକୁ ପଡିଥାଏ । ହେଲେ ସେଥିମଧ୍ୟରୁ ଏପରି କିଛି ମଧ୍ୟ ମହିଳା ରହିଥାନ୍ତି । ଯାହାଙ୍କୁ ଋତୁସ୍ରାବ ଚାଲୁଥିବା ପିରିୟଡ୍ ମଧ୍ୟରେ ତାଙ୍କୁ ବିଶେଷ କିଛି କଷ୍ଟ ଅନୁଭୂତ ହୋଇନଥାଏ । ତେବେ ମହିଳା ମାନଙ୍କୁ ନିଜର ମାସିକ ଧର୍ମ ଚାଲୁଥିବା ସମୟରେ ଏହି 8 ଟି କାମ କରିବା ଉଚିତ ହୋଇନଥାଏ ।

1- ମାସିକ ଧର୍ମ ସମୟରେ ମହିଳା ମାନଙ୍କୁ ଅଧିକ ସମୟ ଧରି ବାଥରୁମ୍ ମଧ୍ୟରେ ରହିବା ଅନୁଚିତ । କାରଣ ଅଧିକ ସମୟ ବାଥରୁମ୍ ରେ ରହିବା ଦ୍ଵାରା ସେଠାରେ ଥିବା ଜୀବାଣୁ ତାଙ୍କ ଶରୀରକୁ ଆସିଯାଇଥାନ୍ତି । ଯେଉଁ କାରଣରୁ ଭବିଷ୍ୟତରେ ସେମାନଙ୍କୁ ବେମାରୀ ମଧ୍ୟ ହୋଇପାରେ ।

2- ମହିଳା ମାନେ ନିଜର ପିରିୟଡ୍ ସମୟରେ ଆବଶ୍ୟକତା ଠାରୁ ଅଧିକ ଚା’ କିମ୍ବା କଫିର ସେବନ କରନ୍ତୁ ନାହିଁ । ନଚେତ ଋତୁସ୍ରାବ ଜନିତ ହେଉଥିବା ଅଣ୍ଟା, ପେଟ ଯନ୍ତ୍ରଣାକୁ ଏହା ଅଧିକ ବଢାଇଦେଇଥାଏ ।

3- କିଛି ମହିଳା ଆଲୋକୋହଲ ଭଳି ନିଶାଦ୍ରବ୍ୟର ସେବନ ମଧ୍ୟ କରିଥାନ୍ତି । ଯଦି ସେହି ମହିଳା ମାନେ ପିରିୟଡ୍ସ ସମୟରେ ତାହାର ସେବନ କରିଥାନ୍ତି । ତେବେ ତାଙ୍କର ମୁଣ୍ଡବିନ୍ଧା ଓ ମୁଡ୍ ସ୍ଵୀଙ୍ଗ ଅଧିକ ମାତ୍ରାରେ ହୋଇଥାଏ ।

4- ଯେଉଁ ମହିଳା ସିଗାରେଟ ଭଳି ଧୃମପାନ କରିଥାନ୍ତି । ଏମାନଙ୍କୁ ତାଙ୍କ ପିରିୟଡ୍ସ ସମୟରେ ଅଧିକ ଯନ୍ତ୍ରଣାର ସାମ୍ନା କରିବାକୁ ପଡିଥାଏ ।

5- ଯେଉଁ ଝିଅ ମାନେ ଅଧିକ ମିଠା ଦ୍ରବ୍ୟ ବା ଚିନୀ ଖାଇଥାନ୍ତି । ସେମାନଙ୍କ ଠାରେ ହରମୋନର ଅସଂତୁଳନ ଦେଖାଦେଇଥାଏ । ମାସିକ ଧର୍ମ ସମୟରେ ସେହି ମହିଳା ମାନେ ବହୁତ ଚିଡିଚିଡା ସ୍ଵଭାବର ହୋଇଯାଇଥାନ୍ତି ।

6- ମହିଳାଙ୍କ ଏହି ପିରିୟଡ୍ସ ସମୟରେ ଅତ୍ୟଧିକ ମାତ୍ରାରେ ଲୁଣର ସେବନ ମଧ୍ୟ ତାଙ୍କ ସ୍ଵାସ୍ଥ ପକ୍ଷେ ଭଲ ହୋଇନଥାଏ । ନଚେତ ସେମାନଙ୍କର ପେଟ ଫୁଲିଯାଇଥାଏ ।

7- ଯେଉଁ ମହିଳା ମାନେ ମାସିକ ଧର୍ମ ଚାଲୁଥିବା ସମୟରେ ପେଟ ଯନ୍ତ୍ରଣା ପାଇଁ ଖାଦ୍ୟ କମ ଖାଇଥାନ୍ତି । ସେମାନକ ଶରୀର ଆହୁରି ଅଧିକ ଦୁର୍ବଳ ହୋଇଯାଇଥାଏ । ତେଣୁ ସେହି ସମୟରେ ସଠିକ ମାତ୍ରାରେ ଖାଦ୍ୟର ଆବଶ୍ୟକତା ଶରୀର ପାଇଁ ଦରର ପଡିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button