ଓଡିଶା
ପୁଣି ଓଡ଼ିଶା ଆସିବ ଆଉ ୫ ବାଘୁଣୀ
ଭୁବନେଶ୍ବର: ପୁଣି ଓଡ଼ିଶା ଆସିବ ଆଉ ୫ ବାଘୁଣୀ । ନିକଟରେ ଶିମିଳିପାଳ ଅଭୟାରଣ୍ୟକୁ ମହାରାଷ୍ଟ୍ରର ତଡ଼ବା ଅନ୍ଧାରୀ ବ୍ୟାଘ୍ର ଅଭୟାରଣ୍ୟରୁ ଗୋଟିଏ ବାଘୁଣୀ ଆସିଥିବାବେଳେ ଆଉ ୫ଟି ବାଘୁଣୀ ଆସିବେ ।
ପଳରେ ରାଜ୍ୟରେ ବାଘ ବଂଶ ବିସ୍ତାର ହେବ । ଖୁବଶୀଘ୍ର ମହାରାଷ୍ଟ୍ରରୁ ୫ଟି ବାଘୁଣୀ ଆସିବେ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ସୂଚନା ଦେଇଛନ୍ତି ।
୨୦୨୪ର ରାଜ୍ୟସ୍ତରୀୟ ବାଘ ଜନଗଣନା ଅନୁଯାୟୀ, ଓଡିଶାରେ ସମୁଦାୟ ୨୭ଟି ରୟାଲ ବେଙ୍ଗଲ ବାଘ ଦେଖିବାକୁ ମିଳିଥିଲା, ସେଥିମଧ୍ୟରୁ ୨୪ଟି ଶିମିଳିପାଳ ଟାଇଗର ରିଜର୍ଭରେ, ଗୋଟିଏ କେନ୍ଦୁଝର ୱାଇଲ୍ଡ ଲାଇଫ ଡିଭିଜନରେ, ଗୋଟିଏ ପାରଳାଖେମୁଣ୍ଡି ଏବଂ ଗୋଟିଏ ହୀରାକୁଦ ୱାଇଲ୍ଡ ଲାଇଫ ଡିଭିଜନରେ ଦେଖିବାକୁ ମିଳିଥିଲା ।
ଏହି ପୃଥକ ଭାବରେ, ଗଣନା ସମୟରେ ଶିମିଳିପାଳରେ ୮ଟି ବେଙ୍ଗଲ ବାଘର ଛୁଆ ଦେଖାଯାଇଥିଲେ ।