ଦେଶ ବିଦେଶ

ଅଭିନେତାଙ୍କୁ ଯୌନ ଶୋଷଣ ଅଭିଯୋଗରେ ନିର୍ଦ୍ଦେଶକଙ୍କ ବିରୋଧରେ ମାମଲା

ନୂଆଦିଲ୍ଲୀ: ମାଲାୟାଲମ ସିନେମା ଜଗତର ବହୁ ବିଶିଷ୍ଟ ଚେହେରା ଏବେ ବିବାଦରେ । ସେହିଭଳି ଆଉ ଜଣେ ନିର୍ଦ୍ଦେଶକଙ୍କ ବିରୋଧରେ ଆସିଥିବା ଯୌନ ଶୋଷଣ ମାମଲା ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ୩ ଥର ଜାତୀୟ ପୁରସ୍କାର ବିଜେତା ମାଲାୟାଲମ ଫିଲ୍ମ ନିର୍ଦ୍ଦେଶକ ରଞ୍ଜିତ ବାଲକ୍ରିଷ୍ଣନ ଜଣେ ବ୍ୟକ୍ତିଙ୍କୁ ହୋଟେଲକୁ ଡାକି ତାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି ।

ଜଣେ ୩୧ ବର୍ଷୀୟ ଅଭିନେତା ତାଙ୍କ ବିରୋଧରେ ଅଭିଯୋଗ ଆଣିବା ପରେ ବେଙ୍ଗାଲୁରୁ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ବର୍ତ୍ତମାନ କେରଳ ଫିଲ୍ମ ଇଣ୍ଡଷ୍ଟ୍ରୀରେ ମି-ଠୁ ଝଡ଼ ଚାଲିଥିବା ବେଳେ ରଞ୍ଜିତଙ୍କ ଭଳି ଜଣେ ପ୍ରଖ୍ୟାତ ନିର୍ଦ୍ଦେଶକଙ୍କ ବିରୋଧର ପୁରୁଷ ଯୌନ ନିର୍ଯାତନାର ଅଭିଯୋଗ ଆସିବା ସମସ୍ତଙ୍କୁ ଚକିତ କରିଛି ।

ମିଳିଥିବା ସୂଚନା ଅନୁସାରେ, ୨୦୧୨ ମସିହା ଡିସେମ୍ବର ମାସରେ ଅଡିସନ ନାଁରେ ଅଭିନେତାଙ୍କୁ ଡକା ଯାଇଥିଲା। ସେ ମଧ୍ୟ ଅଭିନୟ କରିବା ଆଶାରେ ହୋଟେଲରେ ପହଞ୍ଚିଥିଲେ । ଗୋଟିଏ ରୁମରେ ରଞ୍ଜିତ ମଦ ପିଉଥିବା ବେଳେ ଅଭିନେତା ଜଣଙ୍କ ସେଠାକୁ ଯାଇଥିଲେ । ଅଡିସନ ନାଁରେ ତାଙ୍କୁ ଉଲଗ୍ନ ହେବାକୁ କୁହାଯାଇଥିଲା । ସେ ଏହା ଅଭିନୟର ଅଂଶବିଶେଷ ଭାବି ଉଲଗ୍ନ ମଧ୍ୟ ହୋଇଥିଲେ । ତେବେ ତାଙ୍କୁ ସେଠାରେ ରଞ୍ଜିତ ନିଶାସକ୍ତ ଅବସ୍ଥାରେ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ କରିଛନ୍ତି ପୀଡ଼ିତ ।

ପୋଲିସ ଏପରି ଅଭିଯୋଗ ପାଇବା ପରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏନେଇ ରଞ୍ଜିତଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ଏହା ପୂର୍ବରୁ ୬୦ ବର୍ଷୀୟ ରଞ୍ଜିତଙ୍କ ବିରୋଧରେ ଜଣେ ବେଙ୍ଗଲୀ ଅଭିନେତ୍ରୀ ମଧ୍ୟ କୋଚିରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ । କୋଚିର ଗୋଟିଏ ହୋଟେଲରେ ରଞ୍ଜିତ ତାଙ୍କୁ ନିର୍ଯାତନା ଦେଇଥିବା ସେ ଅଭିଯୋଗ କରିଥିଲେ । ଆଉ ଏବେ ଜଣେ ଅଭିନେତାଙ୍କ ଅଭିଯୋଗ ପରେ ବିଶିଷ୍ଟ ନିର୍ଦ୍ଦେଶକ ରଞ୍ଜିତଙ୍କ ଅଡ଼ୁଆ ବଢ଼ିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button