ଦେଶ ବିଦେଶ

କମ୍ ହୋଇଯିବ ସ୍ପର୍ମ କାଉଣ୍ଟ! ଯଦି ଗୋଟିଏ ବୋତଲରୁ ଅନେକ ଲୋକ ପାଣି ପାଉଥିଲେ ହୁଅନ୍ତୁ ସାବଧାନ୍…

ପ୍ଲାଷ୍ଟିକ ବୋତଲରେ ଅଧିକ ଦିନ ଧରି ବ୍ୟବହାର କଲେ, ସେଥିରେ ବିପଜ୍ଜନକ ବ୍ୟାକ୍ଟେରିଆ ବଢ଼ିବା ଆରମ୍ଭ କରନ୍ତି । ଏହି କାରଣରୁ ଯଦି ଅନେକ ଲୋକ ସମାନ ଗୋଟିଏ ବୋତଲରୁ ପାଣି ପିଅନ୍ତି, ତେବେ ବୋତଲରେ ଥିବା ବ୍ୟାକ୍ଟେରିଆ ଜଣଙ୍କଠାରୁ ଅନ୍ୟ ଜଣକୁ ବ୍ୟାପିଥାଏ ।

ଯଦି ଅନେକ ଲୋକ ସମାନ ବୋତଲରୁ ପାଣି ପିଉଛନ୍ତି, ତେବେ କର୍କଟ ରୋଗ ହେବାର ଆଶଙ୍କା ଯଥେଷ୍ଟ ବୃଦ୍ଧି ପାଇପାରେ । ଯଦି ଆପଣ ଗୋଟିଏ ପ୍ଲାଷ୍ଟିକ୍ ବୋତଲରୁ ସଦାବେଳେ ପାଣି ପିଉଛନ୍ତି, ତେବେ ଏଥିରେ ଥିବା ସୀସା, କ୍ୟାଡମିୟମ୍ ଏବଂ ମର୍କୁର ଭଳି ପଦାର୍ଥ ଶରୀରରେ ଗୁରୁତର ରୋଗ ସୃଷ୍ଟି କରିଥାଏ ।

ଶ୍ୱାସ ରୋଗ :-

ଯଦି କୌଣସି ବ୍ୟକ୍ତିଙ୍କର ଶ୍ୱାସ ରୋଗ ହୁଏ ତେବେ ସେ ଅନ୍ୟର ବୋତଲ ବ୍ୟବହାର କରିବା ଉଚିତ୍ ନୁହେଁ । ଅନ୍ୟର ବୋତଲ ବ୍ୟବହାର କରିବା ଦ୍ୱାରା ସେହି ବ୍ୟକ୍ତିଙ୍କୁ ବି ସଂକ୍ରମଣ ହେବାର ଆଶଙ୍କା ରହିଥାଏ ।

ପାଟି ସଂକ୍ରମଣ :-

ଓରାଲ ଇନଫେକ୍ସନ ବା ପାଟିରେ ସଂକ୍ରମଣ ଥିବା ବ୍ୟକ୍ତିମାନେ ନିଜର ଅଲଗା ବୋତଲ ରଖିବା ଉଚିତ୍ । ଯଦି ସେ ଅନ୍ୟର କୌଣସି ବୋତଲ ବ୍ୟବହାର କରନ୍ତି, ତେବେ ତାଙ୍କୁ ମନା କରାଯିବା ଉଚିତ ଏବଂ ଅନ୍ୟର ବୋତଲ ବ୍ୟବହାର କରିବାକୁ ଦିଆଯିବା ଉଚିତ୍ ନୁହେଁ । ଏହା ଅନେକ ସମସ୍ୟା ସୃଷ୍ଟି କରିପାରେ ।

ବନ୍ଧ୍ୟାକରଣ, ଯକୃତ ରୋଗର ଆଶଙ୍କା :-

ପ୍ଲାଷ୍ଟିକ୍ ବୋତଲରେ ପରସ୍ପର ସହିତ ବାଣ୍ଟି କେବେବି ପାଣି ପିଇବା ଉଚିତ୍ ନୁହେଁ । ଏହାର ବ୍ୟବହାର ବିଷୟରେ ବିଶେଷଜ୍ଞମାନେ କହିଛନ୍ତି ଯେ ଯେତେବେଳେ ଏକ ପ୍ଲାଷ୍ଟିକ୍ ପାଣି ବୋତଲ ଉତ୍ତାପର ସଂସ୍ପର୍ଶରେ ଆସେ, ସେତେବେଳେ ଏହା ମାଇକ୍ରୋ ପ୍ଲାଷ୍ଟିକକୁ ପାଣି ଭିତରକୁ ଛାଡିବା ଆରମ୍ଭ କରେ । ଏହି ମାଇକ୍ରୋ ପ୍ଲାଷ୍ଟିକ୍ କଣିକା ଶରୀରରେ ଅନେକ ପ୍ରକାରର ସମସ୍ୟା ସୃଷ୍ଟି କରିପାରେ । ଏହାର ଅତ୍ୟଧିକ ପରିମାଣ ହରମୋନ୍ ଅସନ୍ତୁଳନ, ବନ୍ଧ୍ୟାକରଣ ଏବଂ ଯକୃତ ସମ୍ବନ୍ଧୀୟ ରୋଗର ଆଶଙ୍କା ବଢ଼ାଇପାରେ ।

ହ୍ରାସ ପାଇପାରେ ସ୍ପର୍ମ କାଉଣ୍ଟ :-

ଯଦି ଆପଣ ଏକ ପ୍ଲାଷ୍ଟିକ୍ ବୋତଲକୁ ଦୀର୍ଘ ସମୟ ଧରି ରଖନ୍ତି ଏବଂ ଏହାକୁ ବ୍ୟବହାର ଜାରି ରଖନ୍ତି, ତେବେ ଏହା ଅନେକ ହରମୋନ୍ ବ୍ୟାଧି ପରି ଗୁରୁତର ସମସ୍ୟା ସୃଷ୍ଟି କରିପାରେ । ବିଶେଷଜ୍ଞଙ୍କ ଅନୁଯାୟୀ, ଯଦି ପ୍ଲାଷ୍ଟିକ୍ ବୋତଲଗୁଡିକ ଦୀର୍ଘ ସମୟ ଧରି ବ୍ୟବହୃତ ହୁଏ ତେବେ ପୁରୁଷମାନଙ୍କ ସ୍ପର୍ମ କାଉଣ୍ଟ ହ୍ରାସ ହୋଇପାରେ ।

ଏଥି ସହିତ ଝିିଅମାନଙ୍କ ମଧ୍ୟରେ ଶୀଘ୍ର ଯୌବନାବସ୍ଥା ହେବାର ସମ୍ଭାବନା ଥାଏ । ବୋତଲରେ ପାଣି ବ୍ୟବହାର କରିବା ଦ୍ୱାରା ଯକୃତ ଏବଂ ସ୍ତନ କର୍କଟ ହେବାର ଆଶଙ୍କା ମଧ୍ୟ ବଢ଼ିଥାଏ ।

 

Related Articles

Leave a Reply

Your email address will not be published. Required fields are marked *

Back to top button