ଶ୍ୟାମଳ ପଡିଯାଇଥିବା ଚେହେରାକୁ ମାତ୍ର 5 ମିନିଟରେ ଚମକାଇବାର ସବୁଠାରୁ ଭଲ ଘରୋଇ ରେମିଡି –
ସମସ୍ତେ ସୁନ୍ଦର ଚେହେରା ପାଇବାକୁ ସବୁବେଳେ ଇଛା କରନ୍ତି । ସେଥିପାଇଁ ତ୍ଵଚାରେ ବିଭିନ୍ନ ପ୍ରକାର ଫେସୱାଶ ଠାରୁ ଆରମ୍ଭ କରି ଫେସକ୍ରିମ ଓ ପାର୍ଲରକୁ ଯାଇ ଦାମୀ ଦାମୀ ଫେସିଆଲ ମଧ୍ୟ କରାଇଥାନ୍ତି । ହେଲେ ଆପଣ ପାର୍ଲର ନଯାଇ ଘରେ ରହି ଘରେ ଥିବା କିଛି ଜିନିଷ ସାହାଜ୍ଯରେ ନିଜ ଚେହେରାକୁ ସୁନ୍ଦର ବନାଇପାରିବେ । ତେବେ ଘରୋଇ ଉପଚାର ଦ୍ଵାରା କିଭଳି ନିଜ ପାଇଁ ସୁନ୍ଦର ସୁନ୍ଦର ଫେସପ୍ୟାକ ବନାଇପାରିବେ ଆସନ୍ତୁ ଜାଣିବା ।
ଟମାଟର ଫେସ ପ୍ୟାକ;- ସୂର୍ଯ୍ୟ କିରଣ ଦ୍ଵାରା ହେଉଥିବା ତ୍ଵଚାରେ ବାଦାମି ବା ତମ୍ବା ବର୍ନରୁ ବର୍ତିବା ପାଇଁ ଟମାଟର ହେଉଛି ସବୁଠାରୁ ଉତ୍ତମ ବିକଳ୍ପ । ଯେତେବେଳେ ମଧ୍ୟ ଆପଣଙ୍କୁ ସମୟ ମିଳିବ, ଟମାଟରକୁ ସିଝା ଆଳୁ ସହ ଭଲବାବେ ମିଶାଇ ଦିଅନ୍ତୁ ଏବ ଏହାକୁ ନିଜର ତ୍ଵଚାରେ ବୃତାକାର ଭାବେ ଲଗାନ୍ତୁ ଓ ଏହାକୁ ଶୁଖିବାକୁ ଦିଅନ୍ତୁ । ଏହି ମିଶ୍ରଣରେ ଆପଣ 1 ରୁ 2 ଚାମଚ ଦୁଗ୍ଧ ମଧ୍ୟ ମିଶାଇ ପାରନ୍ତି । ୧୦ ମିନିଟରୁ ଅଧିକା ସମୟ ଏହାକୁ ଲଗାଇ ରଖନ୍ତୁ ନାହିଁ । ଯେମିତି ଏହା ଶୁଖିଯିବ ଥଣ୍ଡା ପାଣିରେ ନିଜର ତ୍ଵଚାକୁ ଭଲ ଭାବେ ଧୋଇ ଦିଅନ୍ତୁ । ଏହିପରି ଭାବେ କିଛିଦିନ ପର୍ଯ୍ୟନ୍ତ ପ୍ରତିଦିନ ଏହାକୁ ନିଜର ମୁହଁରେ ପ୍ରୟୋଗ କରନ୍ତୁ ।
ଅମୃତ ଭଣ୍ଡା ଓ କଦଳୀର ପ୍ୟାକ;- ଯଦି ଆପଣ ଘରେ ରହି ନିଜର ସ୍କିନ କେୟାର ଖୋଜୁଛନ୍ତି । ଆପଣଙ୍କୁ କହିବାକୁ ଯାଉଥିବା ରେମିଡି ଦ୍ଵାରା କୌଣସି ସାଇଡ ଇଫେକ୍ଟ ନଥିବା ସହ ଏହା ତ୍ଵଚାରେ ଥିବା ଦାଗ, ବ୍ରଣ ହଟାଏ ଏବଂ ତ୍ଵଚାକୁ ଗୋରା କରିବାରେ ସହାୟକ ହେଇଥାଏ । ଏହାକୁ ପ୍ରସ୍ତୁତ କରିବା ପାଇଁ ଅଳ୍ପ ମାତ୍ରାରେ ଅମୃତଭଣ୍ଡା ଓ କଦଳୀ ନିଅନ୍ତୁ, ଦୁଇଟି ଦ୍ରବ୍ୟକୁ ମିଶ୍ରଣ କରନ୍ତୁ ଯେମିତି ଏହା ପେଷ୍ଟରେ ପରିଣତ ହେବ । ଏହି ମିଶ୍ରଣର ସାମାନ୍ଯ ଅଂଶ ସମ୍ପୂର୍ଣ ତ୍ଵଚାରେ ଲଗାନ୍ତୁ ଏବଂ ୨୦ ମିନିଟ ପରେ ତ୍ଵଚାକୁ ଭଲଭାବେ ଧୋଇ ଦିଅନ୍ତୁ ।
ଅମୃତଭଣ୍ଡା ଓ ଲିମ୍ବର ଫେସପ୍ୟାକ;- ତ୍ଵଚାରେ ଥିବା ବ୍ରଣ ସହ ଲଢିବା ପାଇଁ ଏହି ଫେସ ପ୍ୟାକ ବହୁତ ସହାୟକ ହୋଇଥାଏ । ଏହି ମିଶ୍ରଣରେ ଥିବା ଲିମ୍ବ ତ୍ଵଚାରେ ଥିବା ବ୍ରଣ ମିଟାଇବାରେ ସହାୟକ ହେଉଥିବାବେଳେ ଅମୃତଭଣ୍ଡା ତ୍ଵଚାରେ ଥିବା ଦାଗକୁ ଭଲ କରିଥାଏ । ଏହି ମିଶ୍ରଣ ପ୍ରସ୍ତୁତ କରିବା ପାଇଁ ଗୋଟେ କପରେ କିଛି ଲିମ୍ବ ପତ୍ରନେଇ ଏହାକୁ ପାଣିରେ ପକାଇ କିଛି ସମୟ ଫୁଟାନ୍ତୁ ଯେମିତି ଏହି ପାଣି ଅଧା ହୋଇଯିବ ।
ଏବେ ପତ୍ରଗୁଡ଼ିକୁ ଭଲଭାବେ ଚିପୁଡି ଏଥିରୁ ପାଣିକୁ ଅଲଗା କରିଦିଅନ୍ତୁ । ଏବେ କଞ୍ଚା ଅମୃତଭଣ୍ଡାର ଦୁଇଖଣ୍ଡ ନେଇ ଲିମ୍ବ ପାଣିରେ ମିଶ୍ରଣ କରନ୍ତୁ । ଏବେ ଏହାକୁ ନିଜର ତ୍ଵଚାରେ ଲଗାନ୍ତୁ ଏବଂ ଏହା ୫୦ ପ୍ରତିଶତ ଶୁଖିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ । ଶୁଖିଯିବା ପରେ ଏହାକୁ ଧୋଇ ଦିଅନ୍ତୁ ଏବଂ କିଛି ଦିନ ପର୍ଯ୍ୟନ୍ତ ଏପରି କରି ଲଗାନ୍ତୁ ।