ଦେଶ ବିଦେଶ

ଲିଚି ଖାଇବା ପୂର୍ବରୁ ନିଶ୍ଚୟ ଜାଣି ରଖନ୍ତୁ ଏହି କଥା, ଆପଣଙ୍କର ହେବ ଅନେକ ଫାଇଦା !

ବନ୍ଧୁଗଣ ଗରମ ଦିନରେ ବହୁତ ପ୍ରକାର ଫଳ ସବୁ ମିଳିଥାଏ । ସେଥିମଧ୍ୟରୁ ଲିଚି ଅନ୍ୟତମ । ଲିଚି ଦେଖିବାକୁ ଯେତିକି ସୁନ୍ଦର ସେତିକି ଖାଇବାକୁ ମଧ୍ୟ ସୁଆଦିଆ ଲାଗିଥାଏ । ଲିଚି ଖାଇବାକୁ ସ୍ଵାଦିଷ୍ଟ ଲାଗିଥାଏ ଏବଂ ଏହା ସହ ଆମ ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ମଧ୍ୟ ହୋଇଥାଏ । ଲିଚିରେ ଭରପୁର ମାତ୍ରାରେ କାର୍ବୋହାଇଡ୍ରେଟ, ଭିଟାମିନ ସି, ଭିଟାମିନ ଏ, ବି କମ୍ପଲେକ୍ସ, ପୋଟାସିୟମ, କ୍ଯାଲସିୟମ, ମାଗ୍ନେସିୟମ, ଫସଫରସ, ଆଇରନ ଓ ମିନିରାଲ୍ସ ଭଳି ପୋଷକ ତତ୍ଵ ମିଳିଥାଏ । ଯାହା ଶରୀରକୁ ସୁସ୍ଥ ରଖିବାରେ ସାହାଜ୍ଯ କରିଥାଏ ।

 

ଲିଚିରେ ଭରପୁର ମାତ୍ରାରେ ବିଟାକେରୋଟିନ, ରାଈବୋଫ୍ଲେବିନ, ନିୟାସିଁ ଭଳି ତତ୍ଵ ଥାଏ ଯାହା ଶରୀର ଇମ୍ୟୁନିଟି ପାବର ଷ୍ଟ୍ରଙ୍ଗ କରିଥାଏ । ତେବେ ଲିଚି ଖାଇବା ଦ୍ଵାରା ଆମକୁ କେଉଁ ସବୁ ସ୍ଵାସ୍ଥଗତ ଫାଇଦା ମିଳିଥାଏ ଆସନ୍ତୁ ଜାଣିବା ।

1- ଲିଚିରେ ଭରପୁର ମାତ୍ରାରେ ଫାଇବର ରହିଥାଏ, ଯାହା ଓଜନ କଣ୍ଟ୍ରୋଲ କରିବାରେ ସାହାଯ୍ୟ କରିଥାଏ, ସକାଳ ସମୟରେ ଲିଚି ଖାଇଲେ ଭୋକ ମଧ୍ୟ କଣ୍ଟ୍ରୋଲରେ ରହିଥାଏ, ଯାହା ଦ୍ଵାରା ଆପଣଙ୍କ ପେଟ ପୁରା ଦିନ ଭର୍ତ୍ତି ହୋଇକି ରହିଥାଏ ।

2- ଲିଚି ଏକ ତରଳ ଆହାର ଅଟେ, ଗରମ ଦିନରେ ଲିଚି ସେବନ ଆମ ଶରୀରରେ ପାଣି ମାତ୍ରା ସଠିକ ରଖିବାରେ ସାହାଜ୍ଯ କରିଥାଏ ।

3- ଲିଚିରେ ଭରପୁର ମାତ୍ରାରେ କ୍ଯାଲସିୟମ, ଫସଫରସ ଏବଂ ମ୍ୟାଗ୍ନେସିୟମ ଥାଏ । ଲିଚି ସେବନ କଲେ ହାଡ ରୋଗ ହୋଇ ନଥାଏ ଓ ହାଡ ମଜବୁତ ରହିଥାଏ ।

4- ଗୋଟେ ରିସର୍ଚରେ ଏହି କଥା ସାମ୍ନାକୁ ଆସିଛି ଯେ ଲିଚିରେ କ୍ୟାନ୍ସର ସହିତ ଲଢିବା ପାଇଁ ମଧ୍ୟ ଗୁଣ ଥାଏ, ନିୟମିତ ରୂପରେ ଲିଚି ସେବନ କଲେ ଶରୀରରେ କ୍ୟାନ୍ସର କୋଷିକା ବଢି ନଥାଏ । ଲିଚି ଗରମ ଦିନରେ ମିଳିଥାଏ ଏହା ବହୁତ ସୁନ୍ଦର ଫଳ ଅଟେ ଯାହା ଛୁଆଙ୍କୁ ବହୁତ ପସନ୍ଦ ଥାଏ । ଏହାର ସେବନ ଛୁଆ ଓ ବଡ ଦୁହିଙ୍କ ପାଇଁ ଲାଭକାରୀ ଅଟେ ।

Related Articles

Leave a Reply

Your email address will not be published. Required fields are marked *

Back to top button