ଓଡିଶା

ପୋତି ହେଲାଣି ମାଟିଆମୁଣ୍ଡା ବନ୍ଧ, ପୁନଃରୁଦ୍ଧାର ପାଇଁ ଗ୍ରାମବାସୀଙ୍କ ଦାବି – bajravana

[ad_1]

ଜୟପୁର : କୋରାପୁଟ ଜିଲ୍ଲା କୁମୁଲିପୁଟ ପଞ୍ଚାୟତ ଅନ୍ତର୍ଗତ ଡୁଟିଗୁଡା ଗ୍ରାମର ପ୍ରାୟ ୧୩ ଏକରରୁ ଅଧିକ ପରିବ୍ୟାପ୍ତ ବିଶାଳ ବନ୍ଧ ମାଟିଆମୁଣ୍ଡା ଧିରେ ଧିରେ ପୋତି  ହୋଇଯାଉଛି । ତୁରନ୍ତ ଏହାର ପୁନଃରୁଦ୍ଧାର କରି ରକ୍ଷଣାବେକ୍ଷଣ କରିବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି। ସୂଚନାଅନୁଯାୟୀ,  କୁମୁଲିପୁଟ ପଞ୍ଚାୟତ ଅନ୍ତର୍ଗତ ଡୁଟିଗୁଡା ଗାଁରେ ପଂଚାୟତ ଅଧିନରେ ଥିବା  ୧୩ ଏକରରୁ ଅଧିକ ପରିବ୍ୟାପ୍ତ ଅଂଚଳରେ ଥିବା ଏହି ମାଟିଆମୁଣ୍ଡି ବନ୍ଦର ଉପଯୁକ୍ତ ରକ୍ଷଣାବେକ୍ଷଣ, ଦେଖାରଖା ନ କରିବା ଫଳରେ ଏହା ଧିରେ ଧିରେ ପୋତି ହେବା ଅବସ୍ଥାକୁ ପଳାଇ ଆସିଲାଣି।

ରାଜ୍ୟ ସରକାର ଅମୃତସରୋବର ଯୋଜନା ସହ ଅନ୍ୟାନ୍ୟ ଯୋଜନାରେ ଜଳାଶୟ ଗୁଡିକର ପୁନଃରୁଦ୍ଧାର କରୁଥିବା ବେଳେ ଏହାକୁ ଭୁଲି ଯିବା ଅତ୍ୟନ୍ତ ପରିତାପର ବିଷୟ ବୋଲି ଗ୍ରାମବାସୀ କହିଛନ୍ତି। ଜୟପୁର ସହରର ଜଗନ୍ନାଥ ସାଗର ଭଳି ଗ୍ରାମାଂଚଳରେ ଏହା ବିଶାଳ ସାଗର ସଦୃଶ୍ୟ । ଶୀତ ମାସରେ ଏଠାକୁ ବହୁ ଦୂର ଦୁରାନ୍ତରୁ ବହୁ ପ୍ରକାର ପକ୍ଷୀ ସବୁ ଉଡ଼ି ଉଡ଼ି ଆସିଥାନ୍ତି ଏବଂ ଜୈବ ବିବିଧତାରୁ ମଧ୍ୟ ବହୁତ ଗୁରୁତ୍ବପୂର୍ଣ୍ଣ । ବନ୍ଧଟି ଉପର ମୁଣ୍ଡରେ ରହିଥିବାରୁ ଚାଷୀମାନେ ଖରାଦିନେ ପନିପରିବା ଚାଷ କରିବା ପାଇଁ ଏହି ଜଳାଶୟ ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ।  କିନ୍ତୁ ବର୍ତ୍ତମାନ ତାର ରକ୍ଷଣାବେକ୍ଷଣର ଅଭାବ ଯୋଗୁଁ ବନ୍ଧ ଧୀରେ ଧୀରେ ପୋତି ହୋଇଯାଉଛି । ଜଳଧାରଣର ପରିମାଣ କମି କମି ଯାଉଛି । ଫଳରେ ଚାଷୀ ମଧ୍ୟ ରବିରେ ଚାଷ କରିବା ପାଇଁ ହଇରାଣ ହେଉଛନ୍ତି। ବର୍ତ୍ତମାନ ସ୍ଥାନୀୟ ଏସଏଚଜି ଗୃପର ମହିଳାମାନେ  ସରକାରୀ ସାହାଯ୍ୟ ଓ ନିଜସ୍ଵ ପୁଜିଂ  ଲଗାଇ ମାଛ ଚାଷ କରୁଛନ୍ତି ।

ଏହି ବନ୍ଧକୁ ଲାଗି ଏକ ଛୋଟିଆ ପାଣି ନଳା ମଧ୍ୟ ଯାଇଛି । ବନ୍ଧର ମୁଣ୍ଡା (ହିଡ଼) ବହୁତ ସାନ ଓ ଦୁର୍ବଳ ହୋଇଥିବାରୁ ବର୍ଷା ଦିନେ ଅଧିକ ବର୍ଷା ହେଲେ ବନ୍ଧ ମଧ୍ୟକୁ ବାହାରର ପାଣି ପଶିଯିବାରୁ ଜଳ ଉଚ୍ଛୁଳି ବନ୍ଧ ଉପରେ ବାହାରି ବୋହିଯାଉଛି। ଦିନକୁ ଦିନ ହିଡ଼ ଦୁର୍ବଳ ହେବା ସହ  ବନ୍ଧ ଭାଙ୍ଗିବାର ଯଥେଷ୍ଟ ସମ୍ଭାବନା ରହୁଛି। ଯଦି ଏପରି ହୁଏ ତେବେ ଏସଏଚଜି ଗୃପର ମହିଳାମାନେ  ଏଠାରେ ମାଛ ଚାଷ କରୁଥିବାରୁ କ୍ଷତି ସହିବାକୁ ପଢ଼ିବ। ତଳ ମୁଣ୍ଡରେ ଚାଷ କରୁଥିବା ଧାନ ଓ ପରିବା ଚାଷୀ କ୍ଷତି ସହିବେ। ଗତ ଲଗାଣ ବର୍ଷାରେ ଏପରି ଭାବେ ହରଡ଼ାପୁଟର ପୂର୍ଣ୍ଣି ବନ୍ଧର ହିଡ଼ ଭାଙ୍ଗି ଯିବା ଫଳରେ ମାଛ ଚାଷ ନଷ୍ଟ ହେବା ସହ ବହୁ କ୍ଷତି ହୋଇଥିଲା।  ଏସମସ୍ୟା ସଂପର୍କରେ ବାରମ୍ବାର ପଂଚାୟତରୁ ବ୍ଲକ ପ୍ରଶାସନଙ୍କୁ ଅବଗତ କରୁଥିଲେ ସୁଦ୍ଧା ଆଶୁ ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି। ତୁରନ୍ତ ମାଟିଆମୁଣ୍ଡା ବନ୍ଧର ମୁଣ୍ଡା(ହିଡ଼) ମରାମତି କରି ନାଳର ପାଣି ନିଷ୍କାସନ ପାଇଁ କଲଭର୍ଟ  କରାଯାଉ ବୋଲି ଗ୍ରାମବାସୀ ମାନେ ଦାବି କରିଛନ୍ତି। ଏହି ଜଳାଶୟକୁ ପୁନଃରୁଦ୍ଧାର କରି ସୌନ୍ଦର୍ଯ୍ୟକରଣ କରି ପର୍ଯ୍ୟଟନସ୍ଥଳୀ ଭଳି ତିଆରି କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button