ଅପରାଧ
ଘରେ ପଶି ହାଣିଲେ ଦୁର୍ବୃତ୍ତ: ଚାଲିଗଲା ମା’ଙ୍କ ଜୀବନ, ପୁଅ ଓ ବୋହୂ ଗୁରୁତର – bajravana
[ad_1]
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ଓଗରପୁରରେ ବୀଭତ୍ସ ହତ୍ୟାକାଣ୍ଡ। ଏଠାରେ ଘରେ ପଶି ମା, ପୁଅ ଓ ବୋହୂକୁ ହାଣିଛନ୍ତି ଦୁର୍ବୃତ୍ତ। ଘଟଣାସ୍ଥଳରେ ମା’ଙ୍କର ମୃତ୍ୟୁ ହୋଇଛି। ଏଣେ ପୁଅ ଓ ବୋହୂ ଗୁରୁତର ହୋଇଛନ୍ତି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବାଲିକୁଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଗତକାଲି ବିଳମ୍ବିତ ରାତ୍ରିରେ କିଛି ଦୁର୍ବୃତ୍ତ ମାନିଆ ବିଶ୍ୱାଳଙ୍କ ଘରେ ପଶି ମାନିଆ ଏବଂ ତାଙ୍କ ପୁଅ ସିଲୁ ଓ ବୋହୂଙ୍କୁ ଜୀବନରୁ ମାରିଦେବା ପାଇଁ ଉଦ୍ୟମ କରିଥିଲେ। ଘଟଣାସ୍ଥଳରେ ମା ମାନିଆଙ୍କର ମୃତ୍ୟୁ ହୋଇଥିବା ବେଳେ ପୁଅ ସିଲୁ ଓ ତାଙ୍କ ସ୍ତ୍ରୀ ଗୁରୁତର ହୋଇ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର ହୋଇଥିବା ଜଣାଯାଇଛି। ପୁଲିସ ଶବକୁ ଜବତ କରି ନିଜ ହେପାଜତରେ ରଖିଥିବା ଜଣାଯାଇଛି।
[ad_2]