ଓଡିଶା

ବାଟବଣା ପ୍ରଧାନମନ୍ତ୍ରୀ ଆବାସ: ପ୍ରକୃତ ହିତାଧିକାରୀ ଯୋଜନାରୁ ବଞ୍ଚିତ

ଘୁ.ଉଦୟଗିରି: ଗରିବଙ୍କ ପାଇଁ ସରକାରଙ୍କ ଯୋଜନା ମାଳମାଳ। ହେଲେ ପ୍ରକୃତ ଗରିବ ହିତାଧିକାରୀ କେତେ ଯୋଜନାର ସୁଫଳ ପାଇପାରୁଛନ୍ତି ତାକୁ ତୃଣମୂଳ ସ୍ତରରେ ସରକାରୀ ଅଧିକାରୀ କେତେ କାର୍ଯ୍ୟକାରୀ କରୁଛନ୍ତି? ସରକାର ଏହାର ତଦାରଖ ନ କରି ଚୁପ ବସିରହିବା ଯୋଗୁଁ ଆଜିବି କନ୍ଧମାଳ ଜିଲ୍ଲାର ବହୁ ଗରିବ ହିତାଧିକାରୀ ଆବାସ ଯୋଜନାରୁ ବଞ୍ଚିତ ହୋଇ ଭଙ୍ଗା ଝାଟିମାଟି ଘରେ ଦୟନୀୟ ଅବସ୍ଥାରେ ଜୀବନ କାଟୁଥିବା ଦେଖିବାକୁ ମିଳୁଛି।

ଏହିଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାର କ ନୂଆଗାଁ ବ୍ଲକ ଆଡ଼ିମାହା ପଞ୍ଚାୟତରେ।

ଗରିବ ଅସହାୟ ଶର୍ମିଳା ପ୍ରଧାନ ଏକ ଭଙ୍ଗା ଦଦରା ଘରେ ଦୟନୀୟ ଅବସ୍ଥାରେ ଜୀବନ କାଟୁଛନ୍ତି। ଖଟିଲେ ଖାଉଥିବା ଏହି ପରିବାର ଦୈନିକ ମୂଲ ଲାଗି ନିଜ ପରିବାର ପ୍ରତିପୋଷଣ କରୁଥିବା ବେଳେ ଘର ଗୋଟେ ନିର୍ମାଣ କରିବା ତାଙ୍କ ପାଇଁ ସ୍ୱପ୍ନ। ଯେତିକି ମିଳୁଛି ସେତିକି ପରିବାର ଚଳିବା କଷ୍ଟ ପୁଣି ଘର ଖଣ୍ଡିଏ ତିଆରି କରିବା ଅସମ୍ଭବ ବୋଲି କହିଛନ୍ତି ଶର୍ମିଳା। ଦୀର୍ଘ ବର୍ଷରୁ ଭଙ୍ଗା ଦଦରା ଚାଳ ଛପର ଘର ବିତୁଛି ଜୀବନ।

ଫେଲ୍ ମାରିଛି ସରକାରଙ୍କ ଆବାସ ଯୋଜନାର। ଘର ଛପର ନଷ୍ଟ ହେବାକୁ ଗଲାଣି ଘରର କାନ୍ଥ ସବୁ ଫାଟି ଆଁ କରିଛି। ଏପରି ବିପଦ ସଙ୍କୁଳ ଘରେ ପରିବାର ଧରି ରାତ୍ରି ଜାପନ କରୁଛନ୍ତି। ଘରର ମରାମତି କରିବା ପାଇଁ ହାତ ରେ ସମ୍ଭଳ ନାହିଁ। ଘର ଖଣ୍ଡିଏ ପାଇଁ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆବେଦନ କରିଥିଲେ ମଧ୍ୟ କେହି ଶୁଣୁନାହାନ୍ତି ବୋଲି କହିଛନ୍ତି ଶର୍ମିଳା ପ୍ରଧାନ।

ବର୍ଷାରେ ଘରର ଛପର ନଷ୍ଟ ହେବାରୁ ବର୍ଷା ପାଣି ଘର ଭିତରେ ଜମିକି ରହୁଛି ଯାହା ଫଳରେ ପରିବାର ଲୋକେ ଘର ଖଣ୍ଡିଏ ପାଇଁ ବହୁତ ଅସୁବିଧା ସମୁଖୀନ ହେଉଥିବା କହିଛନ୍ତି। ଦିନେ ନୁହେଁ କି ମାସେ ନୁହେଁ ବର୍ଷ ବର୍ଷ ମାଟି ଘରେ ହିଁ ବିତୁଛି ଜୀବନ। ତେଣୁ ପ୍ରଶାସନ ଏଥିପ୍ରତି ସଠିକ ଦୃଷ୍ଟି ଆକର୍ଷଣ କରିବା ସହ ଶର୍ମିଳା, ପ୍ରଧାନଙ୍କୁ ଆବାସ ଗୃହ ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଅନ୍ୟ ପଟେ ଦେଖିବାକୁ ବାକି ରହିଲା ସରକାର ଗରିବ ମୁଣ୍ଡକୁ ଛାତ କେବେ ଯୋଗାଇ ଦେଉଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button