ଓଡିଶା

ନବରାତ୍ରିରେ ମା’ଙ୍କ ଆଖି ତାଡ଼ି ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ

ବାଲିପାଟଣା: ପାର୍ବଣ ବେଳେ ମାତିଲେ ଚୋର। ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଅଞ୍ଚଳରେ ଗୋଟିଏ ରାତିରେ ୨ ମନ୍ଦିରରୁ ଦୁର୍ବୃତ୍ତ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟି ନେଇଛନ୍ତି | ବଡ଼ କଥା ମାଙ୍କ ଆଖି ତାଡ଼ି ନେଇଥିବା ଜଣା ପଡିଛି | ବନମାଳୀପୁର ମା ଦୁଲ୍ଲାଦେବୀଙ୍କ ମନ୍ଦିରରୁ ଚୋରି ବେଳେ ଜଣେ ଲୁଟେରାକୁ ସ୍ଥାନୀୟ ଲୋକେ କାବୁ କରି ପୁଲିସ ଜିମା ଦେଇଛନ୍ତି | ପୁଲିସ ଚଢ଼ାଉ କରି ଅନ୍ୟଜଣେ ଚୋରକୁ ଧରି ଥାନାରେ ଅଟକ ରଖିଛି | ପରିତାପର ବିଷୟ ନବ ରାତ୍ର ପୂଜା ଚାଲି ଥିବା ବେଳେ ମା ଦୁଲ୍ଲାଦେବୀ ଏବଂ ମା ପାର୍ବତୀ ଙ୍କ ଆଖି ତାଡ଼ିଵା ସହ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟି ନେଇଛନ୍ତି |

ଭାପୁର ଗ୍ରାମପଞ୍ଚାୟତ ପଇଡପାଟଣା ବେଲେଶ୍ୱର ମନ୍ଦିର ଏବଂ ଦିୱାନ ପାଟଣା ଗ୍ରାମର ମା ଦୁଲ୍ଲାଦେବୀଙ୍କ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟ୍ ହୋଇଛି | ଗତକାଲି ବିଳମ୍ବିତ ରାତ୍ରିରେ ୨ ରୁ ଉର୍ଦ୍ଧ ଦୁର୍ବୃତ ବେଲେଶ୍ୱର ମନ୍ଦିରର ତାଲା ଭାଙ୍ଗି ଚୋରି କରିଥିଲେ । ଏହା ପରେ ଦେୱାନପାଟଣା ଗ୍ରାମ ଦୁଲ୍ଲାଦେବୀଙ୍କ ମନ୍ଦିରରୁ ଚୋରମାନେ ଚୋରି କରୁଥିବା ବେଳେ ଗ୍ରାମବାସୀ ଏହା ଜାଣି ପାରି ଚୋରଙ୍କୁ କାବୁ କରିଵା ରେ ସଫଳ ହୋଇଛନ୍ତି। ଘଟଣା ସ୍ଥଳରୁ ଜଣେ ଚୋରକୁ କାବୁ କରି ପୁଲିସ ଜିମା ଦେଇଛନ୍ତି ଗ୍ରାମବାସୀ। ବେଲେଶ୍ୱର ମନ୍ଦିରରୁ ମୂଲ୍ୟବାନ ମୂର୍ତ୍ତି, ସର୍ପ, ସୁନା ଓ ରୁପା ଅଳଙ୍କାର ଏବଂ ମା’ପାର୍ବତୀଙ୍କ ସୁନା ଆଖି ର ଚୋରି କରି ନେଇଛନ୍ତି ଚୋର । ପୂର୍ବରୁ ମଧ୍ୟ ଏହି ମନ୍ଦିରରୁ ଚୋରୀ ହୋଇଥିଲା । ସେହିପରି ମା ଦୁଲ୍ଲାଦେବୀଙ୍କ ସୁନା ଓ ରୁପା ହାର, କିରିଟି , ସୁନା ଆଖି ତାଡ଼ି ନେଇଛନ୍ତି | ଚୋରି ସମୟରେ ଜଣେ ଯୁବକ ବାହାରକୁ ଉଠିଥିଲେ| ସେ ଚୋରକୁ କାବୁ କରିବା ବେଳେ ଖଣ୍ଡା ବୁଲାଇ ଆତଙ୍କ ସୃଷ୍ଟି କରିଥିଲେ | ଗାଁ ଲୋକ ମିଶି ଜଣ ଙ୍କୁ ଧରି ପୁଲିସ ଜିମା ଦେଇଥିଲେ | ତେବେ ଚୋରକୁ ଥାନାକୁ ନେଇ ପୁଲିସ ପଚରାଉଚରା କରିବା ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

Related Articles

Leave a Reply

Your email address will not be published. Required fields are marked *

Back to top button