ଓଡିଶା
ପୋଖରୀରେ ବୁଡି ମହିଳା ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
ହିନ୍ଦୋଳ,୦୩/୧୦: କୁକୁର ଗୋଡାଇବାରୁ ପୋଖରୀକୁ ଡେଇଁ ପଡିଲେ ମହିଳା । ପୋଖରୀ ପାଣିରେ ବୁଡ଼ି ପ୍ରାଣ ହରାଇଲେ ୪୫ ବର୍ଷୀୟ ମହିଳା କୁନି ପ୍ରଧାନ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ବମ୍ପା ପଞ୍ଚାୟତ ବ୍ରାହ୍ମଣିଆ ପାଳ ଗାଁରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, କୁନି ପ୍ରଧାନ ତାଙ୍କ ଗାଁ ପୋଖରୀକୁ ଗାଧୋଇବାକୁ ଯାଉଥିଲେ ।
ଏହି ସମୟରେ ତାଙ୍କୁ ଏକ କୁକୁର ଗୋଡ଼ାଇଥିଲା । ସେ ଭୟଭୀତ ହୋଇ ପୋଖରୀକୁ ଡେଇଁ ପଡ଼ିଥିଲେ । ପରେ ପୋଖରୀର ଗଭୀର ପାଣିରେ ବୁଡ଼ି ପ୍ରାଣ ହରାଇଥିଲେ କୁନି । ଏହା ଦେଖି ସ୍ଥାନୀୟଲୋକେ ତାଙ୍କୁ ତୁରନ୍ତ ସେଠାରୁ ଉଦ୍ଧାର କରିଥିଲେ ଏବଂ ଏହି ଘଟଣା ସମ୍ବନ୍ଧରେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମହିଳାଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହା ସହ ଘଟଣାସ୍ଥଳରେ ଉପସ୍ଥିତ ରହି ଘଟଣାର ତଦନ୍ତ ଚଳାଇଛି ପୋଲିସ ।