ଓଡିଶା

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ହତ୍ୟା କରି କୂଅରେ ପକାଇଲା ସ୍ୱାମୀ

ଭୁବନ,୦୩/୧୦: ପାରିବାରିକ କଳହ ନେଲା ଜୀବନ । ସ୍ତ୍ରୀକୁ ହତ୍ୟା କରି କୂଅରେ ପକାଇଲା ନୃଶଂସ ସ୍ବାମୀ । ମୃତ ମହିଳା ଜଣକ ବାସନ୍ତି ରାଉତ ବୋଲି ଜଣାପଡ଼ିଛି । ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ବାଲିବୋ ଗ୍ରାମ ମଝିସାହିରେ ଏଭଳି ଘଟଣା ଘଟିଛି ।

ସୂଚନା ମୁତାବକ, ବାସନ୍ତି ରାଉତ ଏବଂ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ଅନେକ ସମୟରେ କଳହ ଲାଗି ରହୁଥିଲା ।

ଶେଷରେ ସ୍ୱାମୀ ସାଜିଲା ହତ୍ୟାକାରୀ । ନିଜ ସ୍ତ୍ରୀକୁ ହତ୍ୟା କରି କୂଅରେ ଫିଙ୍ଗି ଦେଲା ନୃଶଂସ ସ୍ୱାମୀ । ଏହା ଦେଖି ତାଙ୍କ ପରିବାର ଲୋକେ ତୁରନ୍ତ ଭୁବନ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମହିଳାଙ୍କ ମୃତଦେହକୁ କୂଅରୁ ଉଦ୍ଧାର କରିଛି । ଏହା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ମଧ୍ୟ ପଠାଇଛି ପୋଲିସ । ଏଥି ସହିତ ଘଟଣାର ତଦନ୍ତ ଚଳାଇଛି ପୋଲିସ ।

Related Articles

Leave a Reply

Your email address will not be published. Required fields are marked *

Back to top button