ବାଣୀବିହାର ‘କମ୍ପ୍ୟୁଟର ସାଇନ୍ସ ବିଭାଗ’ର ପୁରାତନ ଛାତ୍ରଛାତ୍ରୀଙ୍କ ବାର୍ଷିକ ବନ୍ଧୁମିଳନ – bajravana
[ad_1]
ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ‘ସ୍ନାତକୋତ୍ତର କମ୍ପ୍ୟୁଟର ସାଇନ୍ସ’ ବିଭାଗର ପୁରାତନ ଛାତ୍ରଛାତ୍ରୀଙ୍କ ବାର୍ଷିକ ବନ୍ଧୁମିଳନ ସମ୍ମିଳନୀ ବିଶ୍ୱବିଦ୍ୟାଳୟ ପରିସରରେ ଥିବା କମ୍ପ୍ୟୁଟର ଡିପାର୍ଟମେଣ୍ଟରେ ସଭାପତି ସୁରଜ କୁମାର ବେହେରାଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆମେରିକା, କାନାଡ଼ା, ଇଉରୋପ, ଇଂଲଣ୍ଡ, ଜାପାନ, ସିଙ୍ଗାପୁର ଆଦି ବିଶ୍ୱର ପନ୍ଦରରୁ ଅଧିକ ଦେଶରେ ଖେଳାଇ ହୋଇରହିଥିବା ୩୦ଟି ବ୍ୟାଚର ୨ ଶହରୁ ଊର୍ଦ୍ଧ୍ବ ଛତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରାରମ୍ଭରେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ପ୍ରଦୀପ ପ୍ରଜ୍ବଳନ କରିଥିଲେ। ପ୍ରାରମ୍ଭିକ ସଙ୍ଗୀତ ପରେ ସଭାପତି ଶ୍ରୀ ବେହେରା ଅଭିଭାଷଣ ଦେଇଥିଲେ। ବିଭାଗୀୟ ମୁଖ୍ୟ ଡା. ପ୍ରଫୁଲ ଚନ୍ଦ୍ର ବେହେରାଙ୍କ ଉଦବୋଧନ ପରେ, କୁଳପତିଙ୍କ ସମେତ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦ୍ୱାରା କମ୍ପୁଟର ସାଇନ୍ସ ବିଭାଗର ଜର୍ଣ୍ଣାଲ ଉନ୍ମୋଚିତ ହୋଇଥିଲା।
ମୁଖ୍ୟ ବକ୍ତା ତଥା ପୂର୍ବତନ ବିଭାଗୀୟ ମୁଖ୍ୟ ପ୍ରଫେସର ଅଜୟ କୁମାର ବିଶୋଇ ଓ ଅତିଥି ବକ୍ତା ପ୍ରଫେସର ପ୍ରମୋଦ କୁମାର ମେହେର, ପ୍ରଫେସର ନିବେଦିତା, ଡକ୍ଟର ମୃତ୍ୟୁଞ୍ଜୟ ପଣ୍ଡାଙ୍କ ଉଦବୋଧନ ଛାତ୍ରଛାତ୍ରୀମାନଙ୍କୁ ବିଶେଷ ଭାବେ ପ୍ରୋତ୍ସାହିତ କରିଥିଲା। ପୁରାତନ ଛାତ୍ର ବିଶ୍ୱଜିତ ସେନାପତିଙ୍କ ଦ୍ୱାରା ବାର୍ଷିକ ଅଭିଭାଷଣ ପାଠ, ଅଭିଷେକ ସାହୁଙ୍କ ଦ୍ୱାରା ଧନ୍ୟବାଦ ଅଭିଭାଷଣ ସହ ପରମ୍ପରା ଅନୁଯାୟୀ ଷଷ୍ଠ ବ୍ୟାଚର ଉପସ୍ଥିତ ଥିବା ବିବେକ ପଟ୍ଟନାୟକ, ହିମାଂଶୁ ପଟ୍ଟନାୟକ, ସୌମ୍ୟ ଦେବ, ସତ୍ୟନାରାୟଣ ଓଝା, ହଳଧର ରାଉତ, ଅନସୂୟା ପଣ୍ଡାଙ୍କ ଦ୍ୱାରା କେକ୍ କଟା ଉତ୍ସବଟିକୁ ଆନନ୍ଦ ମୁଖରିତ କରିଥିଲା। ପରେ ଛାତ୍ରଛାତ୍ରୀ ଓ ସେମାନଙ୍କ ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଖୁବ ଚିତାକର୍ଷକ ଥିଲା।
[ad_2]