ନୂଆ ଆଲୋକ

ପେଟର ଚର୍ବି ବା Belly Fat କେବଳ ଖାଦ୍ୟ ପାଇଁ ନୁହେଁ ବଢିଥାଏ ଏହି ସବୁ ଭୁଲ ପାଇଁ, କଣ ଆପଣ ଏମିତି ଭୁଲ କରୁ ନାହାନ୍ତି ତ ?

। ସୂଚନା ଅନୁସାରେ ପ୍ରାୟତଃ ଲୋକଙ୍କର ପେଟରେ ଅତ୍ୟଧିକ ପରିମାଣରେ ଫାଟ୍ ଜମା ହୋଇରହୁଛି । ଯାହାକୁ ଆମେ ବେଲି ଫାଟ୍ ବୋଲି କହିଥାଉ । ବେଲି ଫାଟ୍ କାରଣରୁ ପେଟର ଆକାର ବୃଦ୍ଧି ପାଇଥାଏ । ଯେଉଁଥି ପାଇଁ ଲୋକମାନେ ନିଜର ମନ ପସନ୍ଦର ପୋଷାକ ପରିଧାନ କରିପାରନ୍ତି ନାହିଁ । ନିଜର ଆତ୍ମ ବିଶ୍ବାସ ମଧ୍ୟ ହରାଇ ବସିଥାନ୍ତି । ସେମାନେ ବେଲି ଫାଟ୍ କମାଇବା ପାଇଁ ବହୁତ ଉପାୟମାନ କରିଥାନ୍ତି ।

 

ଫାଟ୍ କମାଇବା ସହିତ ପେଟରେ ଚର୍ବି ନବଢିବା ପାଇଁ କିଛି ନିୟମ ଅନୁସରଣ କରନ୍ତୁ । ପେଟରେ ଚର୍ବି ଜମା ହୋଇରହିବାର ଅନେକ ପ୍ରକାର କାରଣ ରହିଛି । ଆମର ଖରାପ ଜୀବନ ଶୈଳୀ ଓ ଖରାପ ଖାଦ୍ୟର ସେବନ କାରଣରୁ ପେଟରେ ଚର୍ବି ଜମା ହୋଇଥାଏ । ଦିତୀୟରେ ଏଡିପୋଜ ଟିସୂରେ ରକ୍ତର ଅଧିକ ପ୍ରେସର ପଡିବା ଯେଉଁ କାରଣରୁ ମଧ୍ୟ ପେଟରେ ଚର୍ବି ବଢିଥାଏ ।

ଶରୀରରେ କୌଣସି ଜେନେଟିକ କାରଣ, ହରମୋନର ପରିବର୍ତ୍ତନ, ଦିନ ସାରା ଗୋଟିଏ ଜାଗାରେ ବସି କାମ କରିବାରୁ ପେଟରେ ଚର୍ବି ବୃଦ୍ଧି ହୋଇଥାଏ । ଖାଦ୍ଯରେ ଅଳ୍ପ ପରିମାଣରେ ପ୍ରୋଟିନ ଖାଇଲେ ଓ ମାଂସପେଶୀ ଢିଲା ହୋଇଯିବା କାରଣରୁ ମଧ୍ୟ ପେଟରେ ଚର୍ବି ବୃଦ୍ଧି ହୋଇଥାଏ । ଏହା ସହିତ ଆମେ ଯେଉଁ ସବୁ ଖାଦ୍ୟ ଖାଇଥାଉ ।

 

ସେଥିରେ ପ୍ରୋଟିନର ମାତ୍ରା କମ୍ ପରିମାଣରେ ରହିଥାଏ । ଆମେ ଯେଉଁ ସବୁ ଖାଦ୍ୟ ପଦାର୍ଥ କିଣିକି ଘରକୁ ଆଣିଥାଉ ।  ଖାଦ୍ଯରେ ଫାଇବର, ପ୍ରୋଟିନ କମ୍ ଖାଇଥାନ୍ତି ଓ ଅନ୍ୟ ଫାଷ୍ଟଫୁଡ୍ ଖାଦ୍ୟର ଅଧିକ ସେବନ କରିଥାନ୍ତି । ଅଧିକ ପରିମାଣରେ ସୁଗାର ଜାତୀୟ ଖାଦ୍ୟର ସେବନ ଏପରି କିଛି କାରଣରୁ ମଧ୍ୟ ପେଟରେ ଚର୍ବି ବଢିଥାଏ ।

ପେଟର ଚର୍ବି ଘଟାଇବା ପାଇଁ କିଛି ନିୟମାବଳୀ ପାଳନ କରିବାକୁ ପଡିବ । ପ୍ରଥମେ ସୁଗାର ଓ ଫାଷ୍ଟଫୁଡ୍ ଖାଦ୍ୟ ଖାଇବା ବନ୍ଦ କରିବାକୁ ପଡିବ । ତେଲମସଲା ଓ ମଇଦାରୁ ପ୍ରସ୍ତୁତ ଖାଦ୍ୟ ଖାଇବାର ପରିମାଣ କମାଇ ଦେବା ଉଚିତ । ନିଶା ସମ୍ବଦ୍ଧୀୟ ମଦ, ସିଗାରେଟ, ତମ୍ବାଖୁ ପରି ଜିନିଷକୁ ଇଗନୋର କରିବା ଉଚିତ ହୋଇଥାଏ ।

ଆପଣ ନିଜ ଖାଦ୍ଯରେ ଅଧିକ ପରିମାଣରେ ଫାଇବର, ପ୍ରୋଟିନ ଓ କମ୍ ପରିମାଣରେ ଫାଟ ଜାତୀୟ ଖାଦ୍ୟର ଆହରଣ କରନ୍ତୁ । ହେଲଦି ଖାଦ୍ୟ ଖାଇବା ସହ ନିୟମିତ ପ୍ରଚୁର ପାଣିର ସେବନ ନିହାତି ଜରୁରୀ ହୋଇଥାଏ । ଏହା ସହିତ ଆପଣ ପ୍ରତିଦିନ ଯୋଗ ଓ ଏକ୍ସସରସାଇଜ କରିବାର ମଧ୍ୟ ଜରୁରୀ ଅଟେ । ମର୍ଶଲ ଏକ୍ସସରସାଇଜରେ ଆପଣ ରନିଙ୍ଗ, ସ୍ଵୀମିଙ୍ଗ ଓ ଶିଡିରୁ ଉପର ତଳ ଚଲାବୁଲା କରିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button