ଓଡିଶା

ରେକର୍ଡ ଭାଙ୍ଗୁଛି ସୁନା ଦର ଗହଣା ବଜାର: ୭୩ ହଜାର ଟପିଲା ସୁନା, ରୁପା ଦାମ୍‌ ୯୦ ହଜାର – bajravana

[ad_1]

ଭୁବନେଶ୍ବର: ସୁନା ଓ ରୁପା ଦର ଦିନକୁ ଦିନ ନୂଆ ରେକର୍ଡ କରୁଛି। ଏହି ଧାତୁ ଦୁଇଟିର ଦର ଏତେମାତ୍ରାରେ ବଢ଼ୁଛି ଯେ ଉଭୟ ଗ୍ରାହକ ଓ ବ୍ୟବସାୟୀଙ୍କୁ ଚକିତ କରିଛି। ଭୁବନେଶ୍ବର ବଜାରରେ ଆଜି ୧୦ ଗ୍ରାମ ପିଛା ସୁନା ମୂଲ୍ୟରେ ପାଖାପାଖି ୧୦୦୦ ଟଙ୍କା ବୃଦ୍ଧି ଘଟିଛି। ୨୪ କ୍ୟାରେଟ୍‌ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧୦୯୦ ଟଙ୍କା ବଢ଼ି ୭୩,୩୧୦ ଟଙ୍କା ଏବଂ ୨୨ କ୍ୟାରେଟ୍‌ ସୁନା ମୂଲ୍ୟ ୧୦୦୦ ଟଙ୍କା ବୃଦ୍ଧି ଘଟି ୬୭,୨୦୦ ଟଙ୍କାରେ ପହଞ୍ଚିଛି। ଅର୍ଥାତ୍‌ ୨୪ କ୍ୟାରେଟ୍‌ ଓ ୨୨ କ୍ୟାରେଟ୍‌ ସୁନା ଯଥାକ୍ରମେ ୭୩ ହଜାର ଓ ୬୭,୦୦୦ ଟଙ୍କା ଅତିକ୍ରମ କରିଛି। ‌ତେବେ ଭୁବନେଶ୍ବରର ଅନ୍ୟ କେତେକ ପ୍ରମୁଖ ସୋ’ରୁମ୍‌ରେ ଆଜି ୨୪ କ୍ୟାରେଟ୍‌ ସୁନା ମୂଲ୍ୟ ୭୩,୦୮୦ ଟଙ୍କା ଏବଂ ୨୨ କ୍ୟାରେଟ୍‌ ସୁନା ମୂଲ୍ୟ ୬୬,୯୯୦ ଟଙ୍କା ରହିଛି। ସେହିଭଳି ଭୁବନେଶ୍ବର ବଜାରରେ କିଲୋଗ୍ରାମ ପିଛା ରୁପା ମୂଲ୍ୟ ମଧ୍ୟ ପ୍ରଥମ ଥର ପାଇଁ ୯୦ ହଜାର ଟଙ୍କା ଛୁଇଁଛି। ଗତକାଲି ତୁଳନାରେ ଏଥିରେ ୧୫୦୦ ଟଙ୍କା ବୃଦ୍ଧି ଘଟିଛି। ଏପ୍ରିଲ ପହିଲାରେ ଭୁବନେଶ୍ବରରେ ୧ କିଗ୍ରା ରୁପା ଦାମ୍‌ ୮୧,୬୦୦ ଟଙ୍କା ରହିଥିଲା। ତେଣୁ ଚଳିତମାସର ପ୍ରଥମ ୧୨ ଦିନରେ ରୁପା ମୂଲ୍ୟରେ ୮୪୦୦ ଟଙ୍କା ବା ୧୦.୨୯ ପ୍ରତିଶତ ବୃଦ୍ଧି ଘଟିଛି। ଭୁବନେଶ୍ବରରେ ଏପ୍ରିଲ ପହିଲାରେ ୨୪ କ୍ୟାରେଟ୍‌ ସୁନା ମୂଲ୍ୟ ୬୯୩୮୦ ଟଙ୍କା ଏବଂ ୨୨ କ୍ୟାରେଟ୍‌ ସୁନା ମୂଲ୍ୟ ୬୩,୬୦୦ ଟଙ୍କା ରହିଥିଲା। ତେଣୁ ଚଳିତମାସର ପ୍ରଥମ ୧୨ ଦିନରେ ୨୨ କ୍ୟାରେଟ୍‌ ଓ ୨୪ କ୍ୟାରେଟ୍‌ ସୁନା ମୂଲ୍ୟରେ ୫.୫ ପ୍ରତିଶତରୁ ଅଧିକ ବୃଦ୍ଧି ଘଟିଲାଣି। କେବଳ ଭାରତ ନୁହେଁ, ଅନ୍ତର୍ଜାତୀୟ ବଜାରରେ ମଧ୍ୟ ସୁନା ମୂଲ୍ୟ ହୁ ହୁ ହୋଇ ବୃଦ୍ଧି ପାଇଁ ଆଜି ଆଉନ୍ସ ପିଛା ୨୪୧୨ ଡଲାରର ରେକର୍ଡ ସ୍ତରରେ ପହଞ୍ଚିଛି।

ୟୁରୋପରେ ରୁଷ-ୟୁକ୍ରେନ ଯୁଦ୍ଧ, ଏସିଆ ମହାଦେଶର ମଧ୍ୟପ୍ରାଚ୍ୟରେ ଇସ୍ରାଏଲ-ହମାସ୍‌ ଯୁଦ୍ଧ ଯୋଗୁଁ ରାଜନୈତିକ ଅସ୍ଥିରତା ଲାଗି ରହିଥିବା ବେଳେ ଆଗାମୀ ଦିନରେ ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ସୁଧ ହାର ହ୍ରାସ କରିବା ସମ୍ଭାବନା ରହିଛି। ଏଭଳି ସ୍ଥିତିରେ ଲୋକମାନେ ସୁନାକୁ ନିବେଶର ଅନ୍ୟତମ ପ୍ରମୁଖ ବିକଳ୍ପ ଭାବେ ବିବେଚନା କରୁଛନ୍ତି। ଏଥିପାଇଁ ଏହି ଧାତୁର ଚାହିଦା ଓ ମୂଲ୍ୟ ବଢ଼ିବାରେ ଲାଗିଛି। ଭାରତ ଉଭୟ ସୁନା ଓ ରୁପାର ଏକ ବଡ଼ ବଜାର। କିନ୍ତୁ ଭାରତ ଏହାର ମୋଟ ଆବଶ୍ୟକତାର ପ୍ରାୟ ଅଧିକାଂଶ ସୁନା ଆମଦାନି ଜରିଆରେ ପୂରଣ କରିଥାଏ। ତେଣୁ ବିବାହ, ବ୍ରତ ଭଳି ଆବଶ୍ୟକତା ପୂରଣ ପାଇଁ ସୁନା ଓ ରୁପା କିଣିବାକୁ ଯାଉଥିବା ସାଧାରଣ ଗ୍ରାହକଙ୍କ ପାଇଁ ଏହି ଆକାଶଛୁଆଁ ମୂଲ୍ୟବୃଦ୍ଧି ମୁଣ୍ଡବିନ୍ଧାର କାରଣ ପାଲଟିଛି। ଲୋକମାନେ ପୁଅଝିଅଙ୍କ ବାହାଘର ଆବଶ୍ୟକତା ପୂରଣ ପାଇଁ ସୁନା ଓ ରୁପା ଆଦି ଗହଣା ବାବଦରେ ଯେତିକି ଅର୍ଥ ଖର୍ଚ୍ଚ କରିବାକୁ ପୂର୍ବରୁ ଯୋଜନା କରିଥିଲେ ମୂଲ୍ୟବୃଦ୍ଧି ତାହାକୁ ଗଭୀର ଭାବେ ପ୍ରଭାବିତ କରିଛି। ଯଦି ଏହି ହାରରେ ମୂଲ୍ୟ ବୃଦ୍ଧି ପାଇଚାଲେ ତା’ହେଲେ ଖୁବ୍‌ଶୀଘ୍ର ରୁପା କିଲୋଗ୍ରାମ ପିଛା ୧ ଲକ୍ଷ ଟଙ୍କା ଏବଂ ସୁନା ମୂଲ୍ୟ ୮୦ ହଜାର ଛୁଇଁବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button