ଓଡିଶା

ସାଇବର ଠକଙ୍କ ଟାର୍ଗେଟ୍‌ରେ ଅନଲାଇନ୍‌ ଟ୍ରେଡିଂ: ପ୍ରଥ‌ମେ ଲୋଭ ଦେଖାଇ ପୋଛି ନେଉଛନ୍ତି ଟଙ୍କା – bajravana

[ad_1]

ଭାରତରେ ଆକାଉଣ୍ଟ; ବିଦେଶରୁ ନିୟନ୍ତ୍ରଣ

କଟକ: ଅନଲାଇନରେ ଚାକିରି ଖୋଜୁଥିବା ଯୁବବର୍ଗଙ୍କୁ ଏବେ ସାଇବର୍ ଠକ ଗୋଷ୍ଠୀ ଟାର୍ଗେଟ୍ କରୁଛନ୍ତି। ନିଯୁକ୍ତି ଆଶାୟୀ ନିଜର ମୋବାଇଲ୍ ନମ୍ବର ଓ ଇ-ମେଲ୍ ଆଇଡି ଦେବା ପରେ ସାଇବର୍ ଠକ ଏହାକୁ ଚୋରାଇ ନେଉଛନ୍ତି। ସେମାନଙ୍କୁ ମୋବାଇଲରେ ଯୋଗାଯୋଗ କରିବା ପରେ ଟେଲିଗ୍ରାମ୍ ଗ୍ରୁପରେ ସାମିଲ କରାଉଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ ଟ୍ରେଡିଂ ଆପ୍‌ରେ ଯୋଡ଼ିବାକୁ ପ୍ରବର୍ତ୍ତାଉଛନ୍ତି। ସେଠାରେ ଥିବା ଵାଲେଟ୍‌ରେ ଭାରତୀୟ ମୁଦ୍ରା ଦେଲେ ଆମେରିକୀୟ ଡଲାର ପାଇବାର ଲୋଭ ଦେଖାଉଛନ୍ତି। ଟ୍ରେଡିଂ ସମୟରେ ଥରକେ ଟଙ୍କା ନିବେଶ ସମୟରେ ୪୦ ପ୍ରତିଶତ ଲାଭ ମିଳିବା ନେଇ ପ୍ରତିଶ୍ରୁତି ଦେଉଛନ୍ତି। ପ୍ରଥମେ ପ୍ରଥମେ ଟଙ୍କା ଲଗାଉଥିବା ଯୁବକ ଆମେରୀକୟ ଡଲାର ଉଠାଣ କରିବାରେ ସଫଳ ହେଉଛନ୍ତି। ପ୍ରତି ଉଠାଣରେ ଟ୍ୟାକ୍ସ ଲାଗୁଥିବାରୁ ତାହାକୁ ଲୋକ ବିଶ୍ବାସ କରିନେଉଛନ୍ତି। ଏହାପରେ ସାଇବର୍ ଠକଙ୍କ ଅସଲ ଖେଳ ଆରମ୍ଭ ହେଉଛି। ଆମେରିକୀୟ ଡଲାର୍ ପାଇବା ଲୋଭରେ ଭାରତୀୟ ମୁଦ୍ରା ଯେତେବେଳେ ଅଧିକ ସଂଖ୍ୟାରେ ଵାଲେଟରେ ଜମା ହେଉଛି, ଠକ ଵାଲେଟକୁ ଅକାମି କରିବା ସହିତ ସମସ୍ତ ଟଙ୍କା ଉଠାଇ ନେଇ ଫେରାର ହୋଇଯାଉଛନ୍ତି।

କଟକ କମିସନରେଟ୍ ପୁଲିସର ସାଇବର୍ ଥାନା ଆଇଆଇସି ରଶ୍ମିତା ଜେନାଙ୍କ କହିବା ଅନୁଯାୟୀ, ଏହି ଟ୍ରେଡିଂ ନାଁରେ ଠକେଇ କରୁଥିବା ସାଇବର୍ ଠକ ଯେଉଁ କମ୍ପ୍ୟୁଟର ବା ମୋବାଇଲରୁ ଠକେଇ କରୁଛନ୍ତି, ସେଥିରେ କିର୍ଗିଜସ୍ତାନ, ଚୀନ, ସାଉଦି ଆରବ, ପାକିସ୍ତାନର ଆଇପି ଆଡ୍ରେସ୍ ବ୍ୟବହାର କରୁଛନ୍ତି। ଯାହାଫଳରେ ସହଜରେ ସେମାନଙ୍କୁ ଚିହ୍ନଟ କରି ହେଉନାହିଁ। ଭାରତରେ ଥାଇ ସେମାନେ ଉପରୋକ୍ତ ଦେଶର ଆଇପି ଆଡ୍ରେସ୍ ବ୍ୟବହାର କରୁଛନ୍ତି। ସେହିଭଳି ସେମାନେ ମୁମ୍ବାଇ, ଦିଲ୍ଲୀ, ତାମିଲନାଡ଼ୁ, ରାଜସ୍ଥାନ, ବିହାର, ପଶ୍ଚିମବଙ୍ଗ, ଛତିଶଗଡ଼, କଲିକତା, ଗୁଜୁରାଟ, ରାଜସ୍ଥାନର ବ୍ୟାଙ୍କ ଆକାଉଣ୍ଟ ବ୍ୟବହାର କରୁଛନ୍ତି। ଏହି ରାଜ୍ୟର ଯେଉଁ ବ୍ୟାଙ୍କ ଆକାଉଣ୍ଟ ବ୍ୟବହାର କରାଯାଉଛି, ସେଗୁଡ଼ିକ ସବୁ କରେଣ୍ଟ ଆକାଉଣ୍ଟ। ଗୋଟିଏ ଘଟଣାରେ ଟଙ୍କା ହଡ଼ପ କରି ସାଇବର ଠକ ତାହାକୁ ୪ରୁ ୫ଟି ଭିନ୍ନଭିନ୍ନ ଆକାଉଣ୍ଟରେ ଟ୍ରାନସଫର୍ କରୁଛନ୍ତି। ତାହା ପୁଣି ଭିନ୍ନ ଭିନ୍ନ ରାଜ୍ୟର ଆକାଉଣ୍ଟ। ଫଳରେ ପୁଲିସ ସବୁ ରାଜ୍ୟକୁ ଯାଇ ଟଙ୍କା ଜବତ କରିବା ଓ ତଦନ୍ତ କରିବା ସମ୍ଭବପର ହେଉନାହିଁ। କଟକ ସହରରେ କେବଳ ୧୨ଟି ବିଟକଏନ୍ ମାମଲାରେ ପ୍ରାୟ ୩ କୋଟି ଟଙ୍କା ଠକେଇ ହୋଇଥିବା ବେଳେ ୫୦୦ ବ୍ୟାଙ୍କ ଆକାଉଣ୍ଟ ଠାବ ହୋଇଛି। କ୍ରାଇମବ୍ରାଞ୍ଚ ସମେତ ରାଜ୍ୟର ଅନ୍ୟ ଜିଲ୍ଲାରେ ଥିବା ସାଇବର ସେଲ୍‌ରେ ଏହି ଠକେଇ ପରିମାଣ ୧୦ କୋଟି ଟଙ୍କା ପାର୍ ହୋଇଯିବା ନେଇ ଆକଳନ କରାଯାଉଛି। ଓଡ଼ିଶା ପୁଲିସ ପକ୍ଷରୁ ଜାରି ପରାମର୍ଶବଳୀରେ କୁହାଯାଇଛି ଯେ ଠକେଇର ଶିକାର ହେଲେ ସହାୟତା ପାଇଁ ୧୯୩୦ରେ ଯୋଗାଯୋଗ କରି ନିଜ ଅଭିଯୋଗ ଦାଖଲ କରିପାରିବେ। ଏହାସହିତ କୌଣସି ଏକ୍ସଚେଞ୍ଜରୁ କିଣା ବିକା ସମୟରେ ଏହାକୁ ଭଲ ଭାବେ ଅନୁଧ୍ୟାନ କରିବାକୁ ପରାମର୍ଶ ଦିଆଯାଇଛି।

ଲୁଟିନେଲେ ୧୬.୧୫ ଲକ୍ଷ

ଝାରସୁଗୁଡ଼ା: କ୍ରେଡିଟ୍‌ କାର୍ଡର ଲିମିଟ୍‌ ବୃଦ୍ଧି କରାଇଦେବାର ପ୍ରଲୋଭନ ଦେଖାଇ ସାଇବର ଲୁଟେରା ୧୬ ଲକ୍ଷ ୧୫ ହଜାର ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏସଂକ୍ରାନ୍ତରେ ବଡ଼ମାଳ ପୁଲିସ୍‌ ଏକ ମାମଲା ରୁଜୁ କରିଥିବା ବେଳେ ତଦନ୍ତ ଆରମ୍ଭ କରିଛି। ଅଭିଯୋଗ ଅନୁସାରେ, ବେଦାନ୍ତ ମିଡୋସ୍‌ରେ ରହୁଥିବା ଜମ୍ମୁର ସକ୍ଷମ କୋହଲୀଙ୍କ ନିକଟକୁ ଗତ ୬ ତାରିଖ ସନ୍ଧ୍ୟାରେ ଏକ ଫୋନ୍‌ କଲ୍‌ ଆସିଥିଲା। ଫୋନ୍‌ କରିଥିବା ବ୍ୟକ୍ତି ନିଜକୁ ଆଇସିଆଇସିଆଇ ବ୍ୟାଙ୍କର କର୍ମଚାରୀ ବୋଲି ଦର୍ଶାଇଥିଲା। ଶ୍ରୀ କୋହଲୀ ଚାହିଁଲେ ତାଙ୍କ କ୍ରେଡିଟ୍‌ କାର୍ଡର ଲିମିଟକୁ ୧୨ ଲକ୍ଷରୁ ଅଧିକ ଯାଏ ବୃଦ୍ଧି କରିପାରିବେ ବୋଲି ଫୋନ୍‌ କରିଥିବା ବ୍ୟକ୍ତି କହିଥିଲା। ଶ୍ରୀ କୋହଲୀ ଫୋନ୍‌ କରିଥିବା ବ୍ୟକ୍ତିଙ୍କ କଥାରେ ରାଜି ହେବାସହିତ ଠିକଣା ପରିବର୍ତ୍ତନ ପାଇଁ ସମସ୍ତ ତଥ୍ୟ ଦେଇଥିଲେ। ଏହାପରେ ତାଙ୍କ ଆଇସିଆଇସିଆଇ ସାଫିରୋ କ୍ରେଡିଟ୍‌ ଆକାଉଣ୍ଟରୁ ୬ଟି ପର୍ଯ୍ୟାୟରେ ୧୬ ଲକ୍ଷ ୧୫ ହଜାର ୬୭୬ ଟଙ୍କା କଟି ଯାଇଥିଲା। ଏହାପରେ -ସେ ଠକେଇର ଶିକାର ହୋଇଥିବା ଜାଣି ୭ ତାରିଖରେ ବ୍ୟାଙ୍କ୍‌ରେ ଅଭିଯୋଗ କରିଥିବା ବେଳେ ସୋମବାର ରାତିରେ ବଡ଼ମାଳ ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button