ଡାକ୍ତରଙ୍କ ଘରେ ଡକାୟତି: ୪ଜଣଙ୍କୁ ହାଣି ଲୁଟିଲେ ୫୦ ଲକ୍ଷର ଅଳଙ୍କାର – bajravana
[ad_1]
୪ମାସର ନାତିକୁ ମୁଣ୍ଡ ଜାମିନ ରଖିଲେ
ଭୁବନେଶ୍ୱର/ ପିପିଲି: ଶନିବାର ବିଳମ୍ବିତ ରାତିରେ ସ୍ଥାନୀୟ ଅଞ୍ଚଳର ଜଣେ ଡାକ୍ତରଙ୍କ ଘରେ ଡକାୟତମାନେ ପଶି ଡାକ୍ତରଙ୍କ ସମେତ ୪ଜଣଙ୍କୁ ପ୍ରାଣାନ୍ତକ ଆକ୍ରମଣ କରି ନଗଦ ଟଙ୍କା ଓ ସୁନା, ରୁପା ଅଳଙ୍କାର ଲୁଟି ନେଇଛନ୍ତି। ଲୁଟ୍ ସୁନା ଓ ରୁପା ଅଳଙ୍କାରର ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି। ଗୁରୁତର ଅବସ୍ଥାରେ ଡାକ୍ତରଙ୍କ ପୁଅଙ୍କୁ କ୍ୟାପିଟାଲ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ଶନିବାର ରାତି ପ୍ରାୟ ସାଢ଼େ ଗୋଟାଏ ସମୟରେ ସରସ୍ବତୀପୁର ପଞ୍ଚାୟତ ଦକ୍ଷିଣସାହି ଛକ ଖରିଜାସାହିର ଡାକ୍ତର ରବୀନ୍ଦ୍ର କୁମାର ମହାପାତ୍ର(୬୦)ଙ୍କ ଘରର ମୁଖ୍ୟ ଗ୍ରିଲ ଓ ତାଲା ଭାଙ୍ଗି ଡକାୟତମାନେ ତାଙ୍କ ଘରେ ପଶିଥିଲେ। ପ୍ରଥମେ ଡାକ୍ତରଙ୍କ ୪ମାସର ନାତିଙ୍କୁ ମୁଣ୍ଡଜାମିନ ରଖି ଟଙ୍କା, ସୁନା ଅଳଙ୍କାର ଥିବା ଆଲମାରିର ଚାବି ମାଗିଥିଲେ। ପରିବାର ଲୋକେ ପ୍ରତିବାଦ କରିବାରୁ ଡକାୟତମାନେ ସେମାନଙ୍କୁ ଅତର୍କିତ ଭାବେ ସଂଘବଦ୍ଧ ଆକ୍ରମଣ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଆକ୍ରମଣରେ ଡାକ୍ତର ମହାପାତ୍ର, ତାଙ୍କ ପତ୍ନୀ ନିରୁପମା(୫୬), ପୁଅ ଜଗଦୀଶ(୩୨) ଓ ବୋହୂ କଳ୍ପନା(୨୯) ଆହତ ହୋଇଥିଲେ। ଲୁହା ରଡ୍ ଓ ଖଣ୍ଡା ଚୋଟରେ ସମସ୍ତେ ଆହତ ହୋଇଥିବା ବେଳେ ଜଗଦୀଶଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ସେ ଏବେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଡକାୟତମାନେ ଘରର ଉପର ମହଲା ଓ ତଳ ଘରେ ଥିବା ପ୍ରାୟ ୭ଟି ଆଲମାରି ଭାଙ୍ଗି ଲକ୍ଷାଧିକ ଟଙ୍କା ଓ ସୁନା ଗହଣା ଲୁଟି ନେଇଥିବା ପୁଲିସ କହିଛି। ଲୁଟ୍ ସାମଗ୍ରୀ ମଧ୍ୟରେ ୮ଟି ସୁନାଚେନ୍, ୪ଟି ସୁନାହାର ୪ଟା, ୨ଟି ନେକ୍ହାର, ୨ଟା ରାଣୀହାର, ୧୯ଟି ମଙ୍ଗଳସୂତ୍ର, ୪୦ଟି ସୁନାମୁଦି, ୫ହଳ କାନଫୁଲ, ୪ଟି ବ୍ରେସ୍ଲେଟ୍, ୧୫ହଳ ପାଉଁଜି ଓ ନଗଦ ୧୫ ହଜାର ଟଙ୍କା ଲୁଟ୍ ହୋଇଛି। ଏଥିରେ ୪ରୁ ୫ଜଣ ଡକାୟତ ସମ୍ପୃକ୍ତ ଥିବା ଶ୍ରୀ ମହାପାତ୍ର ଅଭିଯୋଗ କରିଛନ୍ତି। ଲୁଟ୍ ସୁନା ଅଳଙ୍କାରର ମୂଲ୍ୟ ପ୍ରାୟ ୫୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଖବରପାଇ ପୁରୀ ଅତିରିକ୍ତ ଏସ୍ପି ବିଷ୍ଣୁଚରଣ ପତି, ପିପିଲି ଏସ୍ଡିପିଓ ବିରଞ୍ଚି ନାରାୟଣ ପତି, ବଳଙ୍ଗା ଥାନା ଅଧିକାରୀ ଦିବ୍ୟରଞ୍ଜନ ପଣ୍ଡା ଓ ସାଇଣ୍ଟିଫିକ୍ ଟିମ୍ ପ୍ରମୁଖ ଘଟଣାସ୍ଥଳକୁ ଯାଇ ତଦନ୍ତ ଜାରି ରଖିଛନ୍ତି। ଏ ନେଇ ବଳଙ୍ଗା ଥାନାରେ ଏକ ମାମଲା ରୁଜୁ ହୋଇଛି।
[ad_2]