ଓଡିଶା

୧୩ ଲକ୍ଷର ଚନ୍ଦନ କାଠ ଜବତ, ୨ ଗିରଫ – bajravana

[ad_1]

ଓଡ଼ଗାଁ: ଆଜି ଓଡ଼ଗାଁ ବନାଞ୍ଚଳ କର୍ମଚାରୀମାନେ ଏକ ବଡ଼ ସଫଳତା ହାସଲ କରିଛନ୍ତି। ୧୩ ଲକ୍ଷ ଟଙ୍କାର ଚନ୍ଦନ କାଠ ଜବତ କରିବା ସହ ଦୁଇଜଣ ଆସାମୀଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି। ପ୍ରକାଶ ଥାଉକି, ଓଡ଼ଗାଁ ବନାଞ୍ଚଳର ବିଭିନ୍ନ ଗାଁ ଓ ଦେବାଳୟରୁ ଚନ୍ଦନ କାଠ ଚୋରି ହେଉଥିବା ନେଇ ଅଭିଯୋଗ ହୋଇ ଆସୁଥିଲା। ବନ କର୍ମଚାରୀମାନେ ଜାଣିବା ପୂର୍ବରୁ ଦୁର୍ବୃତ୍ତମାନେ ଚତୁରତାର ସହ ଖସି ଯାଉଥିଲେ। ଆଜି ଗୌଡ଼ପୁଟ ପଞ୍ଚାୟତ ନୂଆପଲ୍ଲୀ ରାସ୍ତାକଡ଼ରେ ଦୁଇଜଣ ବ୍ୟକ୍ତି କରତ ଯୋଗେ ଚନ୍ଦନ ଗଛ କାଟୁଥିବା କୌଣସି ସୂତ୍ରରୁ ଖବର ପାଇ ବନାଞ୍ଚଳ ଅଧିକାରୀ ନିଖିଳେଶ ମଲ୍ଲିକଙ୍କ ନିର୍ଦ୍ଦେଶରେ ଫରେଷ୍ଟର ସରିତା ବରାଳ, ଫରେଷ୍ଟଗାର୍ଡ ସୌମ୍ୟରଞ୍ଜନ ଦଳେଇ ଓ ପ୍ରୋଟେକ୍ସନ ସ୍କ୍ବାଡ୍‌ ଘଟଣାସ୍ଥଳରେ ପହଞ୍ଚି ଚନ୍ଦନ କାଠ ଓ ସେଥିରେ ବ୍ୟବହୃତ ୩ଟି କରତକଳ, ଗୋଟିଏ ହାତ କରତ, ୨ଟି କଟୁରୀ ଓ ଗୋଟିଏ କୁରାଢ଼ି ଜବତ କରିବା ସହ ଦୁଇଜଣ ବ୍ୟକ୍ତିଙ୍କୁ ଗିରଫ କରିଛନ୍ତି। ଦୁଇଜଣ କଟାଳି ଚନ୍ଦନ କାଠକୁ ୨ରୁ ୩ ଫୁଟ ସାଇଜ କରି କାଟି ନେବାକୁ ଉଦ୍ୟମ କରୁଥିବା ସମୟରେ ବନ କର୍ମଚାରୀମାନେ ସେମାନଙ୍କୁ ମାଡ଼ି ବସିଥିଲେ।

ଦୁଇଜଣ ହେଉଛନ୍ତି କୁରାଳ ପଞ୍ଚାୟତ ଦଣ୍ଡୋର ଗ୍ରାମର ହରି ବିଷୋୟୀଙ୍କ ପୁଅ ସୁବାସ ବିଷୋୟୀ (୪୨) ଓ ନବରତ୍ନପୁର ଗ୍ରାମର ଦେବରାଜ ରାଉତଙ୍କ ପୁଅ ମହେଶ୍ବର ରାଉତ (୪୩)। ଜବତ ମୂଲ୍ୟବାନ ଚନ୍ଦନ କାଠ ୧୦୮ କେଜି ଏବଂ ସରକାରୀ ମୂଲ୍ୟ ୧୨ ଲକ୍ଷ ୯୬ ହଜାର ଟଙ୍କା ହେବ ବୋଲି ବନ ବିଭାଗ ପକ୍ଷରୁ ଆକଳନରୁ କରାଯାଇଛି। ଓଡ଼ଗାଁ ଅଞ୍ଚଳରେ କିଛି ବ୍ୟକ୍ତି ମୂଲ୍ୟବାନ ଚନ୍ଦନ କାଠ ଚୋରିକୁ ନିଜର ପେଷା ଭାବେ ଗ୍ରହଣ କରି ବିଭିନ୍ନ ସ୍ଥାନରୁ ଲୁଟ୍‌ କରୁଛନ୍ତି। ଏନେଇ ବନ ବିଭାଗ ପକ୍ଷରୁ ମାମଲା ରୁଜୁ କରାଯିବା ସହ ଆସନ୍ତାକାଲି ଦୁଇଜଣଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ବନପାଳ ସରିତା ବରାଳ ସୂଚନା ଦେଇଛନ୍ତି। ଏସଂପର୍କରେ ଓଡ଼ଗାଁ ବନାଞ୍ଚଳ ଅଧିକାରୀ ନିଖିଳେଶ ମଲ୍ଲିକ, ଅନ୍ୟ ଚନ୍ଦନ କାଠ ବ୍ୟବସାୟୀଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ସେମାନଙ୍କୁ ଖୁବ୍‌ଶୀଘ୍ର ଧରିବାକୁ ଚେଷ୍ଟା ଚାଲିଥିବା କହିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button