ଓଡିଶା

ଡଙ୍ଗା ବୁଡି ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ, ଦୁର୍ଘଟଣାର କାରଣ ଅସ୍ପଷ୍ଟ

ପୁରୀ: ଚିଲିକା ହ୍ରଦରେ ରବିବାର ଏକ ଡଙ୍ଗା ବୁଡ଼ିଯିବାରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ ଜଣାପଡ଼ି ନଥିବା ବେଳେ ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଛି।

ମିଳିଥିବା ସୂଚନା ଅନୁଯାୟୀ, ପୁରୀ ସହର ଅଞ୍ଚଳରୁ ୧୩ ଜଣ ପର୍ଯ୍ୟଟକ ଭୋଜି କରିବା ପାଇଁ ବ୍ରବ୍ମଗିରିର ଗମ୍ଭାରୀଗାଁ ଠାରୁ ୩ କିଲୋମିଟର ଦୂରରେ ଥିବା କାଳିଜାଇ କୁଦକୁ ଯାଇଥିଲେ। ସନ୍ଧ୍ୟାରେ ଫେରୁଥିବା ବେଳେ କାଳିଜାଈ କୁଦାଠାରେ ଡଙ୍ଗାଟି ଓଲଟି ପଡ଼ିବାରୁ ଦୁର୍ଘଟଣା ଘଟିଥିଲା।

ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ୧୦ ଜଣଙ୍କୁ ଉଦ୍ଧାର କରିଥିଲେ। ପ୍ରଥମେ ତିନି ଜଣ ନିଖୋଜ ଥିବା ସୂଚନା ମିଳିଥିଲା। ତେବେ ସେମାନଙ୍କ ମଧ୍ୟରୁ ଗମ୍ଭାରୀଗାଁ ଗାଁର ଉଗ୍ରସେନ ଦାସ ନାମକ ଜଣେ ବ୍ୟକ୍ତି ପହଁରି ପହଁରି ସୁରକ୍ଷିତ ଭାବେ କୂଳରେ ପହଞ୍ଚିଯାଇଥିଲେ। ପରେ ନିଖୋଜ ଦୁଇ ଜଣଙ୍କର ମୃତ ଦେହ ଉଦ୍ଧାର ହୋଇଛି।

ଅଗ୍ନିଶମ କର୍ମଚାରୀଙ୍କ ସହ ସ୍ଥାନୀୟ ଲୋକ ଏବଂ ପୋଲିସ ଯୋଗାଯୋଗ କରିଥିଲା। ପରେ ଅଗ୍ନିଶମ କର୍ମଚାରୀମାନେ ନିଖୋଜଙ୍କ ମୃତଦେହକୁ ଉଦ୍ଧାର କରିଥିଲେ।  ତେବେ ଖବର ଲେଖା ହେବା ବେଳକୁ ଦୁର୍ଘଟଣା ପଛର କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ ଉଦ୍ଧାରକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Related Articles

Leave a Reply

Your email address will not be published. Required fields are marked *

Back to top button