ଓଡିଶା

ସ୍ବୟଂଶାସିତ ପାହ୍ୟା ଶେଷ ଓ ନବୀକରଣ ନେଇ ବିଜେବି କଲେଜକୁ ସ୍ପଷ୍ଟୀକରଣ ମାଗିଲା ଉଚ୍ଚଶିକ୍ଷା ବିଭାଗ – bajravana

[ad_1]

ଭୁବନେଶ୍ବର: ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଭୁବନେଶ୍ବରସ୍ଥିତ ବକ୍ସି ଜଗବନ୍ଧୁ ବିନାୟକ (ବିଜେବି) ସ୍ବୟଂ ଶାସିତ ମହାବିଦ୍ୟାଳୟକୁ ନୋଟିସ୍‌ ଜାରି କରିଛି। ଉଚ୍ଚଶିକ୍ଷା ବିଭାଗର ସଂଯୁକ୍ତ ସଚିବ ସ୍ନିଗ୍ଧା ଚମ୍ପତିରାୟ ବିଜେବି କଲେଜର ଅଧ୍ୟକ୍ଷଙ୍କୁ ୩ଟି ଗୁରୁତ୍ବପୂର୍ଣ୍ଣ ଦାୟିତ୍ୱ ସଂପାଦନ କରିନଥିବାରୁ ସ୍ପଷ୍ଟୀକରଣ ମାଗିଛନ୍ତି। ଏଥିରେ ସେ କହିଛନ୍ତି ୨୦୨୨ ଡିସେମ୍ବର ୩୧ ତାରିଖ ଠାରୁ ସ୍ବୟଂଶାସିତ ପାହ୍ୟା ଶେଷ ହେବା ସହିତ ନବୀକରଣ ପଦକ୍ଷେପ ନିଆଯାଇନି।  ବାରମ୍ବାର ତାଗିଦ ସତ୍ତ୍ୱେ ନାକ୍‌ ଆକ୍ରେଡିସନ କାମ ବାକି ପଡ଼ିଛି। ସେହିପରି ଗଭର୍ଣ୍ଣିଂ ବଡ଼ି ପୁନଃ ଗଠନ ପାଇଁ କଲେଜରୁ ପ୍ରସ୍ତାବ ମିଳିପାରିନି ବୋଲି କହିଛନ୍ତି। ଏନେଇ ତୁରନ୍ତ ସ୍ପଷ୍ଟୀକରଣ ଦେବାକୁ କଲେଜ ଅଧ୍ୟକ୍ଷଙ୍କୁ ବିଭାଗୀୟ ନିର୍ଦ୍ଦେଶ ହୋଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button