ଓଡିଶା

ଏସ୍‌ସିବି ରଚିଲା ଇତିହାସ: ସ୍ତ୍ରୀ ଦେଲେ ସ୍ବାମୀଙ୍କୁ ନୂଆ ଜୀବନ – bajravana

[ad_1]

ପୂର୍ବ ଭାରତରେ ପ୍ରଥମ, ସମ୍ପୂର୍ଣ୍ଣ ମାଗଣା ଲିଭର ପ୍ରତିରୋପଣ

କଟକ: ରାଜ୍ୟ ଚିକିତ୍ସା ବିଜ୍ଞାନରେ ନୂଆ ଇତିହାସ ଯୋଡିଛି ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ। ସମଗ୍ର ପୂର୍ବ ଭାରତରେ ସରକାରୀ ବ୍ୟବସ୍ଥାରେ ସଂପୂର୍ଣ୍ଣ ମାଗଣାରେ ଲିଭର ପ୍ରତିରୋପଣ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରଥମ ବୋଲି କୁହାଯାଉଛି। ତିଗିରିଆର ଜଣେ ରୋଗୀଙ୍କଠାରେ ଆଜି ସଫଳତାର ସହ ଲିଭର ପ୍ରତିରୋପଣ ସମ୍ଭବ ହୋଇଛି। ସ୍ତ୍ରୀଙ୍କର ଲିଭର ସ୍ବାମୀଙ୍କ ଶରୀରରେ ସଫଳତାର ସହ ପ୍ରତିରୋପିତ ହୋଇଛି। ଲିଭର ପ୍ରତିରୋପଣ ପରେ ଭଭୟ ସ୍ବାମୀ-ସ୍ତ୍ରୀ ସୁସ୍ଥ ଥିବା କୁହାଯାଉଛି। ଉଭୟଙ୍କୁ କିନ୍ତୁ ଅନୁଧ୍ୟାନ ପାଇଁ ଆଇସିୟୁରେ ରଖାଯାଇଥିବା ଏସ୍‌ସିବି ଅଧୀକ୍ଷକ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି। ଗତକାଲିଠାରୁ ହାଇଦ୍ରାବାଦ୍‌ସ୍ଥିତ ଏଆଇଜିର ଟିମ୍‌ ଓ ଏସ୍‌ସିବିର ଡାକ୍ତରମାନଙ୍କ ମିଳିତ ଉଦ୍ୟମରେ ଏହି ପ୍ରତିରୋପଣ ସମ୍ଭବ ହୋଇପାରିଛି। ଦୀର୍ଘ ୧୨ବର୍ଷ ଧରି ଲିଭର ପ୍ରତିରୋପଣ କ୍ଷେତ୍ରରେ ଯେଉଁ ଅନିଶ୍ଚିତତା ଲାଗି ରହିଥିଲା ତାହାର ଅନ୍ତ ଘଟିଛି।

ସୂଚନା ଅନୁଯାୟୀ ତିଗିରିଆର ଏହି ୪୫ ବର୍ଷୀୟ ବ୍ୟକ୍ତିଙ୍କର ଦୀର୍ଘ ୬ବର୍ଷ ହେଲା ଲିଭର ସମସ୍ୟା ରହିଥିଲା। ବଞ୍ଚିବା ପାଇଁ ତାଙ୍କର ଲିଭର ପ୍ରତିରୋପଣର ନିହାତି ଆବଶ୍ୟକତା ଥିଲା। ସେ ଏସସିବିରେ ଦେଢମାସ ହେଲା ଚିକିତ୍ସିତ ହେଉଥିଲେ। ଆଜି ସକାଳ ସାଢେ ୭ଟାରୁ ଅପରାହ୍ମ ୪ଟା ପର୍ଯ୍ୟନ୍ତ ଉଭୟ ଦାତା ଓ ଗ୍ରହୀତାଙ୍କ ଅସ୍ତ୍ରୋପଚାର କରାଯାଇ ଲିଭର ପ୍ରତିରୋପଣ କରାଯାଇଛି। ଦୀର୍ଘ ୮ଘଣ୍ଟାର ଅସ୍ତ୍ରୋପଚାରରେ ଏସ୍‌ସିବି ଅଧୀକ୍ଷକ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ଷଡ଼ଙ୍ଗୀ ନିଜେ ଉପସ୍ଥିତ ରହି ସମସ୍ତ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ। ଏଆଇଜିର ୯ ଜଣିଆ ଟିମ୍‌ ଗତକାଲି ଏସ୍‌ସିବିରେ ପହଞ୍ଚିଥିଲେ। ପୂର୍ବରୁ ଲିଭର ଦାନ କରିବା ପାଇଁ ରାଜି ଥିବା ସଂପୃକ୍ତ ରୋଗୀଙ୍କ ପତ୍ନୀଙ୍କୁ ଏସ୍‌ସିବିରେ ଭର୍ତ୍ତି କରାଯାଇ କାଉନସେଲିଙ୍ଗ କରାଯାଇଥିଲା। ଆଜିର ଏହି ଅସ୍ତ୍ରୋପଚାର ସମୟରେ ଦାତାଙ୍କ ଲିଭର ପ୍ରତିରୋପଣ ପାଇଁ ଏଆଇଜି ଲିଭର ଟ୍ରାନ୍ସପ୍ଲାଣ୍ଟ ବିଭାଗ ମୁଖ୍ୟ ଡାକ୍ତର ବାଲ ଚନ୍ଦ୍ରନ ମେନନ୍‌, ଭାଇସ୍‌ ପ୍ରେସିଡେଣ୍ଟ ଡାକ୍ତର ସନ୍ତୋଷ କୁମାର ସାହୁ, ଡାକ୍ତର କୁମାର ସ୍ବାମୀ, ଡାକ୍ତର ଗୋବିନ୍ଦ, ଡାକ୍ତର ପ୍ରେମ୍‌ କୁମାର, ଡାକ୍ତର ସିର୍‌ସା, ଏସ୍‌ସିବିର ଡାକ୍ତର ଲକ୍ଷ୍ମୀ ନାରାୟଣ ମହାନ୍ତି, ଡାକ୍ତର ଚନ୍ଦ୍ରଶେଖର, ଏସ୍‌ସିବି ଲିଭର ଟ୍ରାନ୍ସପ୍ଲାଣ୍ଟ ବିଭାଗ ମୁଖ୍ୟ ତଥା ନୋଡାଲ



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button