ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀ: କଂଗ୍ରେସରୁ ଏଥର ନୂଆ ମୁହଁ – bajravana
[ad_1]
ଭୁବନେଶ୍ବର: ଉତ୍ତର ଭୁବନେଶ୍ବରରୁ କିଏ ହେବ କଂଗ୍ରେସ ପ୍ରାର୍ଥୀ? କାହା ଉପରେ ଭରସା କରିବ ଦଳ? କାରଣ ୨୦୦୯ରୁ ୨୦୧୯ ମଧ୍ୟରେ ଲଗାତାର ୩ଟି ସାଧାରଣ ନିର୍ବାଚନରେ ଏଠାରେ କଂଗ୍ରେସ ପ୍ରାର୍ଥୀ ମାଟି କାମୁଡ଼ି ପଡ଼ିଛନ୍ତି। କେତେବେଳେ ଅମାନତ ହରାଇଛନ୍ତି ତ ଆଉ କେବେ ପ୍ରଚାର ଅଧାରୁ ମଇଦାନ ଛାଡ଼ି ପଳାଇଛନ୍ତି। ତେବେ ପ୍ରତିଟି ନିର୍ବାଚନରେ ପ୍ରାର୍ଥୀ ପରିବର୍ତ୍ତନ କରୁଥିବା କଂଗ୍ରେସ ଏଥର ମଧ୍ୟ ଏଠାରେ ନୂଆ ମୁହଁକୁ ସାମ୍ନାକୁ ଆଣିବା ଏକପ୍ରକାର ଥୟ। କିଏ ହେବେ ସେହି ନୂଆ ଚେହେରା ତାହାକୁ ନେଇ କର୍ମୀଙ୍କ ମଧ୍ୟରେ ଉତ୍କଣ୍ଠା ମଧ୍ୟ ବଢ଼ିଚାଲିଛି। ଟିକେଟ୍ ମିଳି ନ ଥିଲେ ମଧ୍ୟ ଆଶାୟୀମାନେ ନିଜ ନିଜ ସ୍ତରରେ ପ୍ରଚାର ମଇଦାନକୁ ଓହ୍ଲାଇଲେଣି।
Sambad is now on WhatsApp
Join and get latest news updates delivered to you via WhatsApp
କଂଗ୍ରେସ ମୁଖପାତ୍ର କୃଷ୍ଣଚନ୍ଦ୍ର ପତି ଇତିମଧ୍ୟରେ ନିର୍ବାଚନମଣ୍ଡଳୀର ସମସ୍ତ ୱାର୍ଡ ଓ ୫ ପଞ୍ଚାୟତର ପୁରୁଣା କଂଗ୍ରେସ କର୍ମୀଙ୍କୁ ଏକାଠି କରିବାରେ ଲାଗିପଡ଼ିଛନ୍ତି। ଉତ୍ସବ, ମହୋତ୍ସବ, କ୍ରୀଡ଼ା ପ୍ରତିଯୋଗିତା ପରି କାର୍ଯ୍ୟକ୍ରମରେ ସାମିଲ ହେବା ସହ ନିର୍ବାଚନମଣ୍ଡଳୀର ବିଭିନ୍ନ ସମସ୍ୟାକୁ ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି। କଂଗ୍ରେସ ଏଥର ଶ୍ରୀ ପତିଙ୍କୁ ପ୍ରାର୍ଥୀ କରୁଥିବା ନେଇ ତାଙ୍କ ସମର୍ଥକମାନେ ଦୃଢ଼ ଦାବି କରୁଛନ୍ତି। କୃଷ୍ଣଙ୍କ କହିବା କଥା ହେଉଛି ଯେ ଦଳର ଉନ୍ନତି ପାଇଁ କାମ କରୁଛି। ଉତ୍ତର ଭୁବନେଶ୍ବର ସମେତ ସାରା ରାଜ୍ୟରେ କଂଗ୍ରେସ ପୁଣିଥରେ କିଭଳି କ୍ଷମତାକୁ ଫେରିବ ସେଦିଗରେ କାର୍ଯ୍ୟକ୍ରମ ହାତକୁ ନେଇଛି। ଲୋକଙ୍କୁ ଭେଟିବା ସହ ସେମାନଙ୍କ ସମସ୍ୟା ନେଇ ସ୍ବର ଉଠାଇଛି। କଂଗ୍ରେସ ପୁଣିଥରେ କ୍ଷମତାକୁ ଆସୁଛି। ଦଳ ମୋତେ ଟିକେଟ୍ ଦେବା ନେଇ ଆଶାବାଦୀ ରହିଛି। ଗତ ତିନିଟି ନିର୍ବାଚନରେ କଂଗ୍ରେସର ଭୋଟ ହାର ଯଥାକ୍ରମେ ୧୨%, ୭% ଓ ୪% ରହିଛି। ୧୫ ବର୍ଷରେ ଏହି ନିର୍ବାଚନମଣ୍ଡଳୀରେ କଂଗ୍ରେସର ଭୋଟ ହାର ୧୨ରୁ ୪ ପ୍ରତିଶତକୁ ଖସିବା ଦର୍ଶାଉଛନ୍ତି ଯେ କଂଗ୍ରେସଠାରୁ ଭୋଟର ଧୀରେ ଧୀରେ ଦୂରେଇ ଯାଉଛନ୍ତି। ପୂର୍ବରୁ ଯେଉଁ ତିନିଜଣ ପ୍ରାର୍ଥୀ ହୋଇ ପରାସ୍ତ ହୋଇଛନ୍ତି ସେମାନଙ୍କର ବର୍ତ୍ତମାନ ନିର୍ବାଚନମଣ୍ଡଳୀରେ ସେଭଳି କୌଣସି ଆଖିଦୃଶିଆ କାର୍ଯ୍ୟକଳାପ ନାହିଁ।
ଅନ୍ୟ ଆଶାୟୀ ଅଶୋକ ଦାସ, ଆଶିଷ ମଲ୍ଲିକ ଓ ବିଜୟ କୁମାର ସାହୁ ମଧ୍ୟ ନିଜ ସ୍ତରରେ ପ୍ରଚାର ଜାରି ରଖିଛନ୍ତି। ନିର୍ବାଚନମଣ୍ଡଳୀର ବିଭିନ୍ନ ୱାର୍ଡ ଓ ଗାଁରେ କାର୍ଯ୍ୟକ୍ରମ କରୁଥିବା ଦେଖିବାକୁ ମିଳୁଛି। ଅଶୋକ ଦାସ କହିଛନ୍ତି ଯେ ଦଳର ଉନ୍ନତି ପାଇଁ କାମ କରୁଛି। ତେଣୁ ଏଥର ଶୀର୍ଷ ନେତୃବୃନ୍ଦ ମୋତେ ଟିକେଟ୍ ଦେବେ। କେବଳ କୃଷ୍ଣଚନ୍ଦ୍ର କିମ୍ବା ଅଶୋକ ନୁହନ୍ତି, କଂଗ୍ରେସ ଟିକେଟ୍ ପାଇବାକୁ ନିର୍ବାଚନମଣ୍ଡଳୀରୁ ପ୍ରାୟ ୩୨ଜଣ ପ୍ରୋଗୋମନ୍ ମାଧ୍ୟମରେ ଆବେଦନ କରିଥିବା ଜଣାପଡ଼ିଛି। ତେବେ ଦଳ କାହା ଉପରେ ଭରସା କରିବ ଏବଂ କେବେ ପ୍ରାର୍ଥୀ ଘୋଷଣା କରିବ ତାହା ଉପରେ ଆଶାୟୀ ଓ କର୍ମୀଙ୍କ ନଜର ରହିଛି।
[ad_2]