ଅପରାଧ

କେଜ୍ରିଵାଲ ଗିରଫ: ଆଜି କୋର୍ଟରେ ହାଜର କରାଯିବ – bajravana

[ad_1]

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଵାଲ ଗିରଫ। ଆଜି ସନ୍ଧ୍ୟାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାଙ୍କୁ ଗିରଫ କରିଛି। ଏହି ମାମଲାରେ ତାଙ୍କୁ ସୁରକ୍ଷା ଦେବାଲାଗି ଦିଲ୍ଳୀ ହାଇକୋର୍ଟ ମନା କରିଦେବା ପରେ ତାଙ୍କୁ ଗିରଫ କରାଯାଇଛି। କୌଣସି ଦୁର୍ନୀତି ମାମଲାରେ ଗିରଫ ହେବାରେ କେଜ୍ରିୱାଲ ହେଉଛନ୍ତି ପ୍ରଥମ ମୁଖ୍ୟମନ୍ତ୍ରୀ। କେଜ୍ରିୱାଲଙ୍କୁ ସୁରକ୍ଷା ଦେବାଲାଗି ଦିଲ୍ଲୀ ହାଇକୋର୍ଟ ଆଜି ମନା କରିବା ପରେପରେ ସନ୍ଧ୍ୟାରେ ଇଡିର ଏକ ଟିମ୍ ସର୍ଚ୍ଚ ୱାରେଣ୍ଟ ନେଇ କେଜ୍ରିୱାଲଙ୍କ ବାସଭବନରେ ପହଞ୍ଚିଥିଲା। ଘର ଭିତରେ ଇଡି ଅଧିକାରୀମାନେ ତାଙ୍କୁ ଜେରା କରୁଥିବା ବେଳେ ଘର ବାହାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ତାଙ୍କ ଘର ଭିତରକୁ କାହାକୁ ଛାଡ଼ି ନଥିଲେ ସୁରକ୍ଷା କର୍ମୀ। ଏପରିକି କେଜ୍ରିୱାଲ ଓ ତାଙ୍କ ପରିବାର ସଦସ୍ୟଙ୍କ ୫ଟି ଫୋନ୍‌ ଜବତ କରାଯାଇଥିଲା। ଦୁଇ ଘଣ୍ଟା ଧରି ଜେରା କରିବା ପରେ ଇଡି କେଜ୍ରିୱାଲଙ୍କୁ ଗିରଫ କରିଥିଲା। ୮ ଜଣିଆ ତଦନ୍ତକାରୀ ଟିମ୍ ମନିଲଣ୍ଡରିଂ ନିବାରଣ ଆଇନ (ପିଏମ୍ଏଲ୍ଏ)ର ଧାରା ୫୦ ଅନୁଯାୟୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବୟାନ ରେକର୍ଡ କରିଛି। ଏହାସହିତ ତାଙ୍କ ଘରେ ଛାନଭିନ୍ ମଧ୍ୟ କରିଛି। ଇଡି ପକ୍ଷରୁ କୁହାଯାଇଛି ଯେ ୫୫ ବର୍ଷୀୟ କେଜ୍ରିୱାଲଙ୍କୁ ଆସନ୍ତାକାଲି ‌ସ୍ବତନ୍ତ୍ର ଅଦାଲତରେ ହାଜର କରାଯିବ। ଇଡି ହାଜତରେ ତାଙ୍କୁ ଜେରା କରିବା ଲାଗି କୋର୍ଟଙ୍କ ଅନୁମତି ଲୋଡ଼ାଯିବ। ଏବେ ତ‌ାଙ୍କୁ ଇଡି ମୁଖ୍ୟାଳୟରେ ରଖାଯାଇଛି। ଆସନ୍ତାକାଲି ଡାକ୍ତରୀ ପରୀକ୍ଷା ପରେ କୋର୍ଟରେ ହାଜର କରାଯିବ।

ଗିରଫ ହେବାରେ ପ୍ରଥମ ମୁଖ୍ୟମନ୍ତ୍ରୀ
ଆଜି କୋର୍ଟରେ ହାଜର କରାଯିବ
ସୁପ୍ରିମ୍‌କୋର୍ଟରେ ଶୁଣାଣି ଆଜି

ଅରବିନ୍ଦ କେଜ୍ରିୱାଲଙ୍କ ଆଇନଜୀବୀ ଟିମ୍ ଏହି ମାମଲାର ତୁରନ୍ତ ଶୁଣାଣି ପାଇଁ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ଯୋଜନା କରୁଥିବା ବେଳେ ଇଡି ତାଙ୍କୁ ଗିରଫ କରିଥିବା ସଂପର୍କରେ ସୂଚନା ଦେଇଥିଲା। ତେଣୁ ଏବେ ତୁରନ୍ତ ଶୁଣାଣି ପାଇଁ ଆପ୍ ପକ୍ଷରୁ ଆଇନଜୀବୀ ଆଜି ରାତିରେ ସୁପ୍ରିମ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଆସନ୍ତାକାଲି କୋର୍ଟ ମାମଲାର ଶୁଣାଣି କରିବେ ବୋଲି ଜଣାପଡ଼ିଛି। ଇତିମଧ୍ୟରୁ ଆପ୍ ପକ୍ଷରୁ କୁହାଯାଇଛି ଯେ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେନାହିଁ। ଜେଲ ଭିତରେ ରହି ସେ ମୁଖ୍ୟମନ୍ତ୍ରୀ ଭାବେ ତାଙ୍କ ଦାୟିତ୍ବ ତୁଲାଇବେ। ଏହି କାମରୁ ତାଙ୍କୁ କେହି ଅଟକାଇପାରିବେ ନାହିଁ ବୋଲି ଦିଲ୍ଳୀ ମନ୍ତ୍ରୀ ଆତିସି କହିଛନ୍ତି। ମୁଖ୍ୟମନ୍ତ୍ରୀ ଗିରଫ ହେବା ପରେ ଉତ୍ତେଜନା ପ୍ରକାଶ ପାଇଥିବାରୁ ତାଙ୍କ ବାସଭବନ ଅଞ୍ଚଳ‌ରେ ପୁଲିସ ୧୪୪ ଧାରା ଜାରି କରିଛି। ବାସଭବନ ବାହାରେ ଦିଲ୍ଳୀ ପୁଲିସ ସମେତ ରୢାପିଡ୍‌ ଆକ୍ସନ ଫୋର୍ସ (ଆର୍‌ଏଏଫ୍‌) ମୁତୟନ ହୋଇଛନ୍ତି। ଉତ୍ତର ଦିଲ୍ଲୀ ଡିସିପି ମନୋଜ କୁମାର ମୀନା ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ଉପସ୍ଥିତ ଥିବା ବେଳେ ଅନ୍ୟ କେତେକ ଏସିପି ପାହ୍ୟାର ଅଧିକାରୀ ଉପସ୍ଥିତ ଅଛନ୍ତି। ବହୁ ସଂଖ୍ୟାରେ ଆପ୍‌ ନେତା, ମନ୍ତ୍ରୀ ଓ କର୍ମୀମାନେ ବାସଭବନ ନିକଟରେ ସମବେତ ହେଉଥିବାରୁ ୧୪୪ ଧାରା ଜାରି କରାଯାଇଛି।

ସୂଚନାଯୋଗ୍ୟ ଯେ ଅବକାରୀ ଦୁର୍ନୀତି ମାମଲାରେ ଆପ୍‌ର ଦୁଇ ବରିଷ୍ଠ ନେତା ମନୀଷ ସିଶୋଦିଆ ଏବଂ ସଂଜୟ ସିଂହ ଗିରଫ ହୋଇ ଏବେ ଜେଲରେ ଅଛନ୍ତି। ସେହିଭଳି ଏହି ମାମଲ‌ାରେ ବିଆର୍‌ଏସ୍ ନେତ୍ରୀ କେ. କବିତାଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି ଇଡି। ଏବେ ସେ ଇଡି ହାଜତରେ ଅଛନ୍ତି। ସୂଚନାଯୋଗ୍ୟ ଯେ ଇଡି ପକ୍ଷରୁ ଜାରି ନବମ ସମନ ପରେ କେଜ୍ରିୱାଲ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। କିନ୍ତୁ ତାଙ୍କୁ କୌଣସି ମଧ୍ୟବର୍ତ୍ତିକାଳୀନ ସୁରକ୍ଷା ଦେବାକୁ ଏହାପୂର୍ବରୁ ହାଇକୋର୍ଟ ମନା କରିଦେଇଥିଲେ। କହିଥିଲେ ଯେ ବର୍ତ୍ତମାନ ସମୟରେ ଆମେ ଅନ୍ତରୀଣ ରିଲିଫ୍ ଦେବାକୁ ଚାହୁନାହୁଁ। ତେବେ କେଜ୍ରିୱାଲଙ୍କ ଆବେଦନ ଉପରେ କୋର୍ଟ ଇଡିଠାରୁ ଜବାବ ମାଗିଛନ୍ତି ଏବଂ ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨୨କୁ ଧାର୍ଯ୍ୟ କରିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button