ଓଡିଶା

ଗଁଦିଆରେ ସର୍ବାଧିକ ୭୨.୨ ମିଲିମିଟର ବର୍ଷା ରେକର୍ଡ – bajravana

[ad_1]

ଭୁବନେଶ୍ବର: ଆସନ୍ତାକାଲି (ଗୁରୁବାର)ଠାରୁ ରାଜ୍ୟରେ ପାଗ ଫିଟିବା ସମ୍ଭାବନା ରହିଛି। ମାର୍ଚ୍ଚ୨୨ ତାରିଖ ଠାରୁ ରାଜ୍ୟରେ ପାଗ ମୁଖ୍ୟତ ଶୁଖିଲା ରହିବା ସମ୍ଭାବନା ଅଛି।
ଆଗାମୀ ୨୧ ରୁ ୨୪ ତାରିଖ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୮ ରୁ ୧୦ ଡ଼ିଗ୍ରି ଯାଏଁ ବୃଦ୍ଧି ସମ୍ଭାବନା। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ପାଣିପାଗ ବିଜ୍ଞାନ ଉମାଶଙ୍କର ଦାସ କହିଛନ୍ତି, ରାଜ୍ୟରେ ହାରାହାରି ବର୍ଷା ୨୫.୨ ମିମି ହୋଇଛି। ଏହା ସ୍ବାଭାବିକ ବର୍ଷା ୦.୬ ମିମି ତୁଳନାରେ ୩୮୯୬ ପ୍ରତିଶତ ଅଧିକ । ଆସନ୍ତାକାଲି ଠାରୁ ପାଗ ପରିବର୍ତ୍ତନ ହେବ। ମାର୍ଚ୍ଚ ୨୨ ତାରିଖ ଠାରୁ ତାପମାତ୍ରା ବଢ଼ିବ।

ଶ୍ରୀ ଦାସ କହିଛନ୍ତି, ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇଛି। କିନ୍ତୁ ରାଜ୍ୟର ୮ଟି ସ୍ଥାନରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ଢେଙ୍କାନାଳ ଜିଲ୍ଲା ଗଁଦିଆ ଠାରେ ୭୨.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସେହିପରି ଢେଙ୍କାନାଳ ଜିଲ୍ଲା ଭୁବନରେ ୭୨, ଅନୁଗୁଳ ଜିଲ୍ଲା ଆଠମଲ୍ଲିକରେ ୬୮, ବୌଦ୍ଧ ଜିଲ୍ଲା କଣ୍ଟାମାଳରେ ୬୫.୨, କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିରେ ୬୬, ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରେ ୬୫.୨, ଅନୁଗୁଳ ଜିଲ୍ଲା ତାଳଚେରରେ ୬୫ ଓ ନୂଆପଡ଼ା ଜିଲ୍ଲା କୋମନାରେ ୬୫ ବର୍ଷା।

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button