ଖଣି ପାଇଁ ମରିଯାଉଛି ଝରଣା – bajravana
[ad_1]
କାଳିଆପାଣି: ଖଣି ଖନନ ପାଇଁ ମରିଯାଉଛି ଅନେକ ଝରଣା। ଖଣିଜ ଉତ୍ତୋଳନ ଯୋଗୁଁ କେଉଁଠି ଝରଣା ପୋତିହୋଇ ସତ୍ତା ହରାଉଛି ତ’ ଆଉ କେଉଁଠି ସଂପୂର୍ଣ୍ଣ ଶୁଖି ଯାଉଛି। କିଛି ସ୍ଥାନରେ ଖଣି ଭିତରକୁ ପଡ଼ିଥିବା ଝର ବର୍ଷକୁ ୪ରୁ ୬ ମାସ ଜୀବନ୍ତ ରହୁଥିବା ବେଳେ ଆଉ କିଛି କ୍ଷେତ୍ରରେ ପ୍ରବାହମାନ ଝରଣା ଉତ୍ପତ୍ତି ସ୍ଥଳ ନିକଟରେ ସୀମିତ ରହୁଛି। ଯାଜପୁରର କାଳିଆପାଣି ଅଞ୍ଚଳରେ ଏହିଭଳି ଦୃଶ୍ୟ ଦେଖିବାକୁ ମିଳୁଛି। ଯାଜପୁର ଜିଲ୍ଲାର ସୁକିନ୍ଦା କ୍ରୋମ୍ ଉପତ୍ୟକାର ପଶ୍ଚିମରେ ଦୈତାରୀ ପର୍ବତମାଳା ଓ ପୂର୍ବରେ ମହାଗିରି ପର୍ବତମାଳା ରହିଛି। ଏହା ଦକ୍ଷିଣରେ ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ତହସିଲ ଅଧୀନ ଓଏମ୍ସି ବିରାଶାଳ ଡଙ୍ଗାକୋଟା ଓ କାଠପାଳ କ୍ରୋମାଇଟ୍ ଖଣିରୁ ପାଖାପାଖି ୩୦ କିଲୋମିଟ ଦୂର ଉତ୍ତର ଦିଗରେ ସୁକିନ୍ଦା ତହସିଲ ଅଧୀନ ଟାଟାଷ୍ଟିଲ କମର୍ଦ୍ଦା କ୍ରୋମାଇଟ୍ ଖଣିକୁ ଲମ୍ବିଛି। ଏହି କ୍ରୋମ୍ ଉପତ୍ୟକା ମଧ୍ୟରେ ପାଖାପାଖି ୫୦ ଗୋଟି ଖୋଲା କ୍ରୋମାଇଟ୍ ଖଣି ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସେହିପରି ଫେକର କମ୍ପାନିର କାଠପାଳ କ୍ରୋମାଇଟ୍ ଖଣି ଲିଜ୍ ଏରିଆରେ ୨ଟି ଭୂତଳ ଖଣି ଜଙ୍ଗଲ ପିଟ୍ ଓ ମହେଶ୍ବର ପିଟ୍ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। ଓଏମ୍ସି କାଳିଆପାଣି କ୍ରୋମାଇଟ୍ ଖଣି କ୍ବାରି-୩, କ୍ବାରି-୨, କ୍ବାରି-୧, କାଠପାଳ କ୍ରୋମାଇଟ୍ ଖଣି ଲିଜ୍ ଏରିଆରେ ଥିବା ୪ଟି ଖଣି ବାଉଣ୍ଡରି ପିଟ୍, ପାହାଡ଼ ପିଟ୍, ବିକ୍ଷକ୍ବାରି ଓ ନିମକୋଚା, ପୁରୁଣା ଟାଟାଷ୍ଟିଲ ୧ ନମ୍ବର କ୍ରୋମାଇଟ୍ ଖଣି, ତଳଙ୍ଗି କ୍ରୋମାଇଟ୍ ଖଣି ଭଳି ବଡ଼ବଡ଼ ପରିତ୍ୟକ୍ତ ଖଣିରେ ଏବେ ୩୦ ଲକ୍ଷ ଘନମିଟରରୁ ୫୦ ଲକ୍ଷ ଘନମିଟର ପର୍ଯ୍ୟନ୍ତ ଜଳ ରହିଛି। ଏସବୁ ଖଣିରେ ଭରି ରହିଥିବା ବିଶାଳ ଜଳରାଶିର ଉତ୍ସ ହେଉଛି ଝରଣା। ଏହି ଝରଗୁଡ଼ିକ ଆଗକୁ ବଢ଼ିନପାରି ସୁପ୍ତ ଅବସ୍ଥାକୁ ଚାଲିଯାଉଛି। ସେହିପରି ଏବେ କ୍ରୋମ୍ ଉପତ୍ୟକାର ଓଏମ୍ସି, ଟାଟାଷ୍ଟିଲ, ଇମ୍ଫା, ଫେକର-ବେଦାନ୍ତ, ବାଲେଶ୍ବର ଆଲଏଜ୍ ଓ ଜିନ୍ଦଲ ଷ୍ଟେନଲେସ୍ କମ୍ପାନି ମାଲିକାନାରେ ୧୧ଟି କ୍ରିୟାଶୀଳ କ୍ରୋମାଇଟ୍ ଖଣି ରହିଛି। ଏସବୁ ଖଣି ପାଇଁ ଝରଣାର ପ୍ରାକୃତିକ ଗତିପଥ ଅବରୋଧ ହେଉଛି। ଏହାବାଦ୍ ଡମ୍ପିଂ ସମସ୍ୟା ପାଇଁ ଟାଟାଷ୍ଟିଲ ସୁକିନ୍ଦା କ୍ରୋମାଇଟ୍ ଖଣିର ଓବି-୨ କ୍ବାରି, ଓଏମ୍ସି ମାଲିକାନାକୁ ଆସିଥିବା ତଳଙ୍ଗି କ୍ରୋମାଇଟ୍ ଖଣି ସଂତୃପ୍ତି ଅବସ୍ଥାକୁ ଆସିଯାଇଥିବାରୁ ପୋତି ଦିଆଯାଇଛି। ଏଠାରେ ମଧ୍ୟ ଅନେକ ଝରଣାର ଅକାଳ ମୃତ୍ୟୁ ହୋଇଛି।
[ad_2]