ଓଡିଶା

ଏବେ ବି ଦ୍ବୈତ ଭୋଟର୍‌ ବ୍ୟବସ୍ଥା: କୋଟିଆରେ ୧୪ ଗୁଣା ବଢ଼ିଲେ ଆନ୍ଧ୍ର ଭୋଟର – bajravana

[ad_1]

୭ ବୁଥ୍‌ରେ ୬୨୧୮ ମତଦାତା

କୋରାପୁଟ: ୨୦୨୧ ମସିହା ପଞ୍ଚାୟତ ନିର୍ବାଚନରେ ମାତ୍ର ୪୧୭ଜଣ ଭୋଟର ଥିଲେ। କିନ୍ତୁ ଦୁଇ ବର୍ଷ ମଧ୍ୟରେ ହଠାତ୍‌ ୧୪ଗୁଣ ଭୋଟର ବଢ଼ିଗଲେ। ଆଗାମୀ ନିର୍ବାଚନ ନିମନ୍ତେ ଆନ୍ଧ୍ର ପ୍ରକାଶ କରିଥିବା ଭୋଟର ତାଲିକାରେ ଏମିତି ଚକିତ କରିବା ଭଳି ତଥ୍ୟ ସାମ୍ନାକୁ ଆସିଛି। ୨୦୧୩ ଡିସେମ୍ବର ମାସ ସୁଦ୍ଧା ବିବାଦୀୟ ଭୂଖଣ୍ଡ କୋଟିଆରେ ୬୨୧୮ଜଣ ଭୋଟର ରହିଥିବା ଆନ୍ଧ୍ର ଦର୍ଶାଇଛି। ଏଥିରୁ ଅତିକମରେ ୮୦ପ୍ରତିଶତ ଭୋଟରଙ୍କୁ ମତଦାନ କରାଇବା ପାଇଁ ଆନ୍ଧ୍ର ପ୍ରଶାସନ ପୂରା ଜୋର ଲଗାଇଛି।
ନିର୍ବାଚନ ପୂର୍ବରୁ ପାର୍ବତୀପୁରମ ମାନ୍ୟମ ଜିଲ୍ଲା ପ୍ରଶାସନ ସାଲୁର ନିର୍ବାଚନ ମଣ୍ଡଳୀରେ ବୁଥ ସଂଖ୍ୟା ବଢ଼ାଇଛି। ଏହିକ୍ରମରେ କୋଟିଆ ପଞ୍ଚାୟତ‌ରେ ବୁଥ ସଂଖ୍ୟା ୩ରୁ ୭କୁ ବୃଦ୍ଧି କରିଛି। ସଦ୍ୟ ପ୍ରକାଶିତ ବୁଥ ଏବଂ ଭୋଟର ତାଲିକା ଅନୁସାରେ ନାରେଡିବାଲସା-୧ ବୁଥରେ ୮୩୫ଜଣ ଭୋଟର ଅଛନ୍ତି। ସେହିପରି ନାରେଡିବାଲସା-୨ ବୁଥରେ ୧୦୯୦, କୁରୁପୁଟି-୧ ବୁଥରେ ୧୦୫୪, କୁରୁକୁଟି-୨ ବୁଥରେ ୧୦୫୪, ଶିଖାପୁରୁବୁ ବୁଥରେ ୧୦୨୪, ଡି.ଭାଲଗାଭାଲସା‌ ବୁଥରେ ୩୪୧ ଏବଂ ମୋକସା ଦଣ୍ଡିଗାମ୍‌ ବୁଥ୍‌ରେ ୮୯୦ଜଣ ଭୋଟର ରହିଛନ୍ତି। ଏପରିକି ଏହି ଭୋଟରଙ୍କୁ ଆନ୍ଧ୍ର ଯେଉଁ ଭୋଟର ପରିଚୟ ପତ୍ର ଦେଇଛି ସେଥିରେ ଭୋଟରଙ୍କ ନାଁ, ବୟସ, ଠିକଣା ବ୍ୟତୀତ ଘର ନମ୍ବର, ଗୁଗଲ ମ୍ୟାପ୍‌, ନାଜରି ମ୍ୟାପ୍‌, ବୁଥ୍‌ ମ୍ୟାପ୍‌, କାର୍ଡ ଭିୟୁ ଏବଂ କିକାର୍ଡ ଭିୟୁ ଆଦି ରହିଛି।

ଉପରୋକ୍ତ ସମସ୍ତ ବୁଥରେ ଆନ୍ଧ୍ରର ଯେଉଁ ଭୋଟର ରହିଛନ୍ତି ସମସ୍ତେ ଓଡ଼ିଶାର ବାସିନ୍ଦା। ଓଡ଼ିଶା ପକ୍ଷରୁ ଭୋଟର ପରିଚୟ ଦିଆଯାଇତିଲା ବେଳେ ଓଡ଼ିଶାର ପ୍ରତ୍ୟେକ ନିର୍ବାଚନରେ ଭାଗ ନେଉଛନ୍ତି। ତେଣୁ ସମାନ ନାଁରେ ଦ୍ବିତୀୟ ଥର ଭୋଟର ପଞ୍ଜୀକରଣ ସମୟରେ କାଳେ ସମସ୍ୟା ହେବ ବୋଲି ଆନ୍ଧ୍ର ନୂଆ କାରସାଦି କରିଛି। ଯେମିତି ପ୍ରତ୍ୟେକ ଭୋଟରଙ୍କ ସାଜ୍ଞାକୁ ପ୍ରଥମେ ଉଲ୍ଲେଖ କରି ପରେ ନାଁକୁ ଲେଖାଯାଇଛି। ଏଭଳି କରିବା ଦ୍ବାରା ଭୋଟର ପଞ୍ଜୀକରଣ ପୋର୍ଟାଲରେ କୌଣସି ସମସ୍ୟା ହୋଇନଥାଏ ବୋଲି ଜଣାପଡ଼ିଛି। ସେହିପରି ଭୋଟର ସଂଖ୍ୟା ବଢ଼ାଇବା ପାଇଁ ବହୁ ପୂର୍ବରୁ ଯୋଜନା ପ୍ରସ୍ତୁତ କରି ପ୍ରାୟ ୬ମାସ ତଳେ ଆଧାର କାର୍ଡ ପଞ୍ଜୀକରଣ ଆଳରେ ନୂଆ ଭୋଟର ତାଲିକା ପ୍ରସ୍ତୁତ କରିଥିଲା। ଯଦି ଏହି ଷଡ଼୍‌ଯନ୍ତ୍ରର ପଦ୍ଦାଫାସ ହୁଏ ତେବେ ସମସ୍ୟା ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଗୋପନ ରଖିଥିଲା। ନିର୍ବାଚନର ଠିକ୍‌ ପୂର୍ବରୁ ଉଜାଗର କରିଛି।

ସୂଚନାଯୋଗ୍ୟ, ୨୦୨୩ ଡିସେମ୍ବର ମାସରେ ଓଡ଼ିଶା ପକ୍ଷରୁ ସଂଶୋଧିତ ହୋଇ ପ୍ରକାଶ ପାଇଥିବା ତାଲିକାରେ ୬୬୬୪ ଭୋଟର ଅଛନ୍ତି। ସେଥିରୁ କୋଟିଆରେ ୫୧୦ଜଣ, ଉପରକାଣ୍ଟିରେ ୧୧୬୨, ତଳକାଣ୍ଟିରେ ୨୮୬, ଫଗୁଣସିନେରୀରେ ୫୯୮, ମାଡକାରରେ ୩୩୫, ଗଞ୍ଜେଇପଦରରେ ୭୬୯, ଗୁମେଲପଦରରେ ୬୦୮, ଥୁରିଆରେ ୮୬୦, ଟାଉପଦରରେ ୯୫୨ ଓ ରଣାସିଂରେ ୫୮୪ଜଣ ଭୋଟର ଅଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button