ଦେଶ ବିଦେଶ

ଭାରତ ପେ’ ଠକେଇ, ଅଶ୍ନୀର ଗ୍ରୋଭରଙ୍କ ଶଡୁ ଗିରଫ

ମାଜ ଡିଜିଟାଲ ଡେସ୍କ: ୮୧ କୋଟି ଟଙ୍କାର ଭାରତ ପେ’ ଦୁର୍ନୀତି ମାମଲାରେ ଥିଙ୍କ ଟ୍ୟାଙ୍କ ସଦସ୍ୟ ଅଶ୍ନୀର ଗ୍ରୋଭରଙ୍କ ଶଡୁ ଦୀପକ ଗୁପ୍ତାଙ୍କୁ ଗିରଫ କରିଛି ଦିଲ୍ଲୀ ପୁଲିସର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ)। ଦୀପକ ହେଉଛନ୍ତି ଭାରତ ପେ’ର ପୂର୍ବତନ ପରିଚାଳନା ନିର୍ଦେଶକ ତଥା ସହପ୍ରତିଷ୍ଠାତା। ଗିରଫ ପରେ ତାଙ୍କୁ ସାକେତ କୋର୍ଟର ମୁଖ୍ୟ ବିଚାରବିଭାଗୀୟ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଯିବ ବୋଲି ଇଓଡବ୍ଲ୍ୟୁ ପକ୍ଷରୁ କୁହାଯଇଛି।

ଦୀପ ମାଧୁରୀ ଗ୍ରୋଭରଙ୍କ ଭଉଣୀଙ୍କୁ ବିବାହ କରିଛନ୍ତି। ମାଧୁରୀ ହେଉଛନ୍ତି ଅଶ୍ନୀର ଗ୍ରୋଭରଙ୍କ ସ୍ତ୍ରୀ। ମାଧୁରୀ ଭାରତ ପେ’ରେ ଉଚ୍ଚ ପଦବୀରେ ଥିଲେ। ଦୁର୍ନୀତି ସାମ୍ନାକୁ ଆସିବା ପରେ ତାଙ୍କୁ ବି ବହିଷ୍କାର କରାଯାଇଥିଲା। ଗତ ସେପ୍ଟେମ୍ବର ୧୯ରେ ତାଙ୍କୁ ଗିରଫ କରାଯାଇଥିଲା। ଭାରତ ପେ’ ପକ୍ଷରୁ ୮୧ କୋଟି ଟଙ୍କା ଠକେଇ ନେଇ ଅଶ୍ନୀର ଗ୍ରୋଭର, ମାଧୁରୀ ଗ୍ରୋଭର, ଶ୍ଵେତାଙ୍କ ଜୈନ(ମାଧୁରୀଙ୍କ ଭାଇ), ସୁରେଶ ଜୈନ(ଅଶ୍ନୀରଙ୍କ ଶ୍ଵଶୁର) ଏବଂ ଦୀପକ ଗୁପ୍ତାଙ୍କ ନାଁରେ ଅଭିଯୋଗ କରାଯାଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button