ଓଡିଶା

ଜନ୍ମ ଦିନରେ ସାଂସଦ ବାଲେଶ୍ଵରବାସୀଙ୍କୁ ଭେଟି ଦେଲେ ଅତ୍ୟାଧୁନିକ ଲାଇଫ୍ ସପୋର୍ଟ ସିଷ୍ଟମ ସମ୍ବଳିତ ଏମୁଲାନ୍ସ

ବାଲେଶ୍ୱର, (ସରୋଜ ପଣ୍ଡା):ଗତକାଲି ଜଳେଶ୍ଵରବାସୀଙ୍କ ପାଇଁ ଏକ ଅତ୍ୟାଧୁନିକ ଏମୁଲାନ୍ସ ଭେଟି ଦେଇଥିବା ବେଳେ ୧୦-୧୧-୨୦୨୪ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ତାଙ୍କ ୭୦ତମ ଜନ୍ମ ଦିବସରେ ବାଲେଶ୍ଵରବାସୀଙ୍କୁ ଏକ ଅତ୍ୟାଧୁନିକ ଲାଇଫ୍ ସପୋର୍ଟ ସିଷ୍ଟମ ସମ୍ବଳିତ ଏମୁଲାନ୍ସ ଭେଟି ଦେଇଛନ୍ତି। ଏହି ଆମ୍ବୁଲାନ୍ସରେ ଜରୁରୀକାଳୀନ ସେବା ସହିତ ଆବଶ୍ୟକୀୟ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଉପଲବ୍ଧ କରାଯାଇଛି ବୋଲି ସାଂସଦ ସୂଚନା ଦେଇଛନ୍ତି।

ଆଗାମୀ ଦିନରେ ଜିଲ୍ଲାର ଅନ୍ୟ ପ୍ରାନ୍ତରେ ଏହି ପ୍ରକାରର ବନ୍ଦୋବସ୍ତ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି।ଜଟିଳ ପରିସ୍ଥିତିରେ ରୋଗୀ ସ୍ଥାନାନ୍ତରଣ କରିବା ସମୟରେ ଉପୁଜୁଥିବା ସମସ୍ୟାକୁ ଏହି ଲାଇଫ୍ ସପୋର୍ଟ ସିଷ୍ଟମ ସମ୍ବଳିତ ଏମୁଲାନ୍ସ ବହୁ ମାତ୍ରାରେ ପ୍ରତିହତ କରିବ ବୋଲି ଚିକିତ୍ସା ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ଜିଲ୍ଲାର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏହା ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।

Related Articles

Leave a Reply

Your email address will not be published. Required fields are marked *

Back to top button