ଓଡିଶା

୪ ବିଧାନସଭା ଆସନ ପାଇଁ ମହିଳା ଆଗ୍ରହୀ: କୋରାପୁଟ ସଂସଦୀୟ କ୍ଷେତ୍ର – bajravana

[ad_1]

ଜୟପୁର: କୋରାପୁଟ ସଂସଦୀୟ କ୍ଷେତ୍ର ଅଧୀନରେ ରହିଛି ରାୟଗଡ଼ା, ବିଷମକଟକ, ଗୁଣପୁର, ଜୟପୁର, କୋରାପୁଟ, ଲକ୍ଷ୍ମୀପୁର ଓ ପଟାଙ୍ଗି ବିଧାନସଭା ଆସନ। ଗୁଣପୁର, ପଟାଙ୍ଗି ଆସନକୁ ଛାଡ଼ିଲେ ଅନ୍ୟ ୫ ବିଧାନସଭା ଆସନରେ ମହିଳା ନେତୃତ୍ବକୁ ମିଳିନି ଥରୁଟିଏ ବି ସୁଯୋଗ। ତେବେ, ଚଳିତଥର କେତେକ ଆସନରେ ପ୍ରତିଦ୍ବନ୍ଦ୍ବିତା କରିବା ପାଇଁ ମହିଳାମାନେ ଆଗ୍ରହ ପ୍ରକାଶ କରୁଥିବା ଦେଖିବାକୁ ମିଳିଛି।

୭ ବିଧାନସଭା ଆସନ ମଧ୍ୟରୁ କେବଳ ଜୟପୁର ଆସନ ଅଣସଂରକ୍ଷିତ ଓ ଅନ୍ୟ ୬ ଆସନ ସଂରକ୍ଷିତ ରହିଛି। ସାଧାରଣବର୍ଗ ପାଇଁ ଉଦ୍ଦିଷ୍ଟ ଜୟପୁର ଆସନରେ ପୂର୍ବରୁ ମହିଳା ପ୍ରାର୍ଥୀଙ୍କୁ ସୁଯୋଗ ମିଳିନଥିବା ବେଳେ ୨୦୨୪ ନିର୍ବାଚନରେ ବିଜେଡି ପକ୍ଷରୁ ଇନ୍ଦିରା ନନ୍ଦ ଟିକେଟ୍ ପାଇଁ ଆବେଦନ କରିଛନ୍ତି। କଂଗ୍ରେସ, ବିଜେପିରୁ କେହି ମହିଳା ପ୍ରାର୍ଥୀ ଲବିରେ ନାହାନ୍ତି। ରାୟଗଡ଼ା ଆସନରେ ବିଜେଡି ଟିକେଟ୍ ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଅନୁସୂୟା ମାଝି, ପୂର୍ବତନ ସରପଞ୍ଚ ନରସିଂହ ସାଉଁନ୍ତାଙ୍କ ଉଚ୍ଚଶିକ୍ଷିତା ଝିଅ ରୀନାରାଣୀ ସାଉଁନ୍ତାଙ୍କ ନାଁ ଚର୍ଚ୍ଚାରେ ରହିଛି। ଲକ୍ଷ୍ମୀପୁର ବିଧାନସଭା ଆସନରେ ବିଜେଡିରୁ କୌଶଲ୍ୟା ହିକକା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକା, କଂଗ୍ରେସରୁ ବନ୍ଧୁଗାଁ ବ୍ଲକ୍ ଅଧ୍ୟକ୍ଷା ଗୀତାଞ୍ଜଳି ପିଡିକା ଟିକେଟ୍ ପାଇଁ ଆବେଦନ କରିଛନ୍ତି। ଗୁଣପୁର ଆସନରେ କଂଗ୍ରେସରୁ ଲଢ଼ିବା ପାଇଁ ହେମା ଗମାଙ୍ଗ ପୁଣି ଆବେଦନ କରିଛନ୍ତି। ତେବେ କୋରାପୁଟ, ବିଷମକଟକ, ପଟାଙ୍ଗି ଆସନରେ ମହିଳା ଆଶାୟୀ ପ୍ରାର୍ଥୀ ଲୋକଲୋଚନକୁ ଆସିନାହାନ୍ତି। ଲୋକସଭା ଆସନରେ ମଧ୍ୟ ମହିଳା ପ୍ରାର୍ଥୀଙ୍କୁ ଗୁରୁତ୍ବ ମିଳିନି। ୧୯୯୯ରେ କଂଗ୍ରେସରୁ ହେମା ଗମାଙ୍ଗ ବିଜୟୀ ହୋଇଥିଲେ। ୨୦୧୯ ନିର୍ବାଚନରେ ବିଜେଡି କୌଶଲ୍ୟା ହିକକାଙ୍କୁ ପ୍ରାର୍ଥୀ କରିଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button