ଅପରାଧ

କାନ୍ଦିକାନ୍ଦି ନିର୍ଦ୍ଦେଶକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ଅଭିନେତ୍ରୀ – bajravana

[ad_1]

ନୂଆଦିଲ୍ଲୀ: ଚର୍ଚ୍ଚିତ ଅଭିନେତ୍ରୀ ତଥା ‘ବଗବସ ୧୬’ର ପ୍ରତିଯୋଗୀ ସୃଜିତା ଦେ କାଷ୍ଟିଂ କାଉଚର ଶିକାର ହୋଇଛନ୍ତି। ଏକଥା ଆମେ କହୁ ନାହୁଁ, ନିଜେ ଅଭିନେତ୍ରୀ ସେୟାର କରି ସମସ୍ତଙ୍କୁ ଜଣାଇଛନ୍ତି।

କାଷ୍ଟିଂ କାଉଚର ଶିକାର ହୋଇଥିବା ସୃଜିତା କହିଛନ୍ତି, ‘ମୁଁ ୧୭ବର୍ଷ ବୟସରେ ମନୋରଞ୍ଜନ ଦୁନିଆରେ ପାଦ ରଖିଥିଲି। ଏହି ସମୟରେ ମୋ ସହିତ ଘଟିଥିବା ଘଟଣାକୁ ମୁଁ କେବେ ବି ଭୁଲି ପାରିବି ନାହିଁ। ସେ ସମୟର କଥା ଭାବିଲେ ଏବେ ବି ମୋତେ ଭୟ ଲାଗିଥାଏ। ମା’ ମୋତେ ସବୁବେଳେ ସାହାସ ଦେଇ ଆସିଛନ୍ତି। ତାଙ୍କରି ସାହାସରେ ମୁଁ ଆଗକୁ ବଢ଼ି ଚାଲିଛି। ତଥାପି ମୁଁ ମୋ କ୍ୟାରିୟରରେ ଖରାପ ଲୋକଙ୍କ ସଂସ୍ପର୍ଶରେ ଆସିଛି।

କିଛିଲୋକ ଏମିତି ଥିଲେ ଯେଉଁମାନେ ରାତିରେ ମୋତେ ଫୋନ କରି ପ୍ରୋଜେକ୍ଟ ବିଷୟରେ ଆଲୋଚନା କରିବେ। ଆଉ ମିଟିଂ ପାଇଁ ସ୍ଥାନ କହିବେ। ମୁଁ ଉକ୍ତ ସ୍ଥାନରେ ପହଞ୍ଚିଲା ବେଳକୁ ସେଠାରେ କେହି ନଥିବେ।

କେବଳ ଏତିକି ନୁହେଁ ଏମିତି ବି ନିର୍ଦ୍ଦେଶକ ଅଛନ୍ତି ଯେଉଁମାନେ ଭଲ ସିନେମା, ବଡ଼ ବଜେଟ ସିନେମା ଅଛି କି ଡାକି ମୋ ସହ ଖରାପ ବ୍ୟବହାର କରିଛନ୍ତି, ଅଶ୍ଳୀଳ ଭାବେ ସ୍ପର୍ଶ କରିବାକୁ ଚେଷ୍ଟା କରିଛନ୍ତି। ଯାହାକୁ କାଷ୍ଟିଂ କାଉଚ ବୋଲି ଏବେର ସମୟରେ କୁହାଯାଉଛି।  ଏପରି ଘଟଣା ମୋ ସହ ୨ଥର ଘଟିଛି।’

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button