ପଦଯାତ୍ରାରେ ବିଧାୟିକା, ସଂକୀର୍ତ୍ତନରେ ବିଶ୍ବରଂଜନ: ବରୀର ଦୁଇଟି ସ୍ଥାନରେ ବିଜୁ ଜୟନ୍ତୀ ପାଳିତ – bajravana
[ad_1]
ବରୀ: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜୟନ୍ତୀ ଉତ୍ସବ ଆଜି ବରୀର ଦୁଇଟି ସ୍ଥାନରେ ପାଳନ କରାଯାଇଛି। ବିଜେଡି ଦଳର ଦୁଇଗୋଷ୍ଠୀ ପକ୍ଷରୁ ଏହି ଉତ୍ସବ ପୃଥକ ପୃଥକ ସ୍ଥାନରେ ପାଳନ କରାଯାଇଛି। ବରୀ ବିଧାୟିକା ସୁନନ୍ଦା ଦାସଙ୍କ ନେତୃତ୍ବରେ ଅଟିରା ପଞ୍ଚାୟତର ସନ୍ଥନମଠ ପରିସରରୁ ଏକ ବିଶାଳ ପଦଯାତ୍ରା ବାହାରିଥିଲା। ବିଜୁବାବୁ ଅମର ରହେ, ନବୀନ ପଟ୍ଟନାୟକ ଜିନ୍ଦାବାଦ୍ ଧ୍ବନିରେ ବହୁ ସମର୍ଥକ, ଦଳୀୟ କର୍ମୀ, ନିର୍ବାଚିତ ଲୋକପ୍ରତିନିଧି ବରୀ ବଜାର ପର୍ଯ୍ୟନ୍ତ ଆସିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ବରୀ ବଜାରସ୍ଥିତ ଶକ୍ତିପୀଠଠାରେ ସାଧାରଣ ସଭା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଧାୟିକା ଶ୍ରୀମତୀ ଦାସଙ୍କ ସମେତ ବ୍ଲକ୍ ଉପାଧ୍ୟକ୍ଷା ଅର୍ଚ୍ଚନା ମଲ୍ଲିକ, ବ୍ଲକ୍ ବିଜେଡି ସଭାପତି କେଦାର ସାମଲ, ସହିଳା ସଭାପତି ବୈଜୟନ୍ତୀ କର, ରସୁଲପୁର ପଞ୍ଚାୟତ ସମିତି ଉପାଧ୍ୟକ୍ଷା ଜୟନ୍ତୀ ଦାସଙ୍କ ସହିତ ଯୁବ ସଭାପତି ରଞ୍ଜନ ପଣ୍ଡା ଓ ସଂଯୋଜକ ଦେବେନ୍ଦ୍ର ଦାସ ଶୋଭାଯାତ୍ରାର ନେତୃତ୍ବ ନେଇଥିଲେ। ଅନ୍ୟପକ୍ଷରେ, ବିଜେଡି ରାଜ୍ୟ ସମ୍ପାଦକ ବିଶ୍ବରଂଜନ ମଲ୍ଲିକ ସମର୍ଥକଙ୍କ ସହ ରାମଚନ୍ଦ୍ରପୁର ଦୁର୍ଗା ପଡ଼ିଆରେ ବିଜୁ ଜୟନ୍ତୀ ପାଳନ କରିଥିଲେ। ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଶୋକ ଗେଡ଼ି, ଜିଲ୍ଲା ପରିଷଦ ସଭ୍ୟ ସନ୍ତୋଷ ସାମଲ, ଦିଲ୍ଲୀପ ମହାନ୍ତିଙ୍କ ସମେତ କେତେକ ନିର୍ବାଚିତ ପ୍ରତିନିଧି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ବହୁ ସମର୍ଥକ ଯୋଗଦେଇ ଜୟନ୍ତୀ ପାଇଁ ଆୟୋଜିତ ସଂକୀର୍ତ୍ତନରେ ସାମିଲ ହୋଇଥିଲେ। ଖୋଳ, କରତାଳ, ହରିବୋଲ, ହୁଳହୁଳି ମଧ୍ୟରେ ଶ୍ରୀ ମଲ୍ଲିକ ମଧ୍ୟ କରତାଳ ବଜାଇ ନାଚିଥିଲେ।
[ad_2]