ଓଡିଶା

ସଚିବଙ୍କୁ ଘଣ୍ଟ ଘୋଡ଼ାଇବା ପାଇଁ ଗୃହରେ ବିବୃତି ରଖିଥିଲେ ମୁଖ୍ୟମନ୍ତ୍ରୀ : ମୋହନ ମାଝୀ – bajravana

[ad_1]

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦଳର ବିଧାୟକମାନେ କିଭଳି ଜନବିରୋଧୀ ହେବେ? ଏହା ହାସ୍ୟାସ୍ପଦ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍ ହୋଇଛି। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଏହି ନୋଟିସ୍ ଆଣିଛନ୍ତି। ଗତ ୨୫ ତାରିଖରେ ମୁଖ୍ୟମନ୍ତ୍ରୀ ଦେଇଥିବା ବିବୃତିକୁ ନେଇ ସ୍ୱାଧିକାର ଭଙ୍ଗ ନୋଟିସ୍ ଆଗତ ହୋଇଛି। ବିରୋଧୀ ଦଳ ପକ୍ଷରୁ ବିବୃତି ରଖିବାକୁ ଦାବି କରି ନଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ନିଜ ଆଡୁ ବିବୃତି ରଖିଥିଲେ। ମୁଖ୍ୟମନ୍ତ୍ରୀ ୫-ଟି ସଚିବଙ୍କୁ ଘଣ୍ଟ ଘୋଡ଼ାଇବା ପାଇଁ ଏହି ବିବୃତି ରଖିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ଏଥିସହ ସେ ବିବୃତିରେ ମୁଖ୍ୟମନ୍ତ୍ରୀ ବିରୋଧୀଙ୍କୁ ‘ଜନବିରୋଧୀ’ କହିବା ଉପରେ କଡ଼ା ଆପତ୍ତି ଉଠାଇଛନ୍ତି। ଏହି ମନ୍ତବ୍ୟ ମୁଖ୍ୟମନ୍ତ୍ରୀ ପ୍ରତ୍ୟାହାର କରିବା ସହ ବିରୋଧୀ ଦଳର ନେତାଙ୍କୁ କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି।

ଶ୍ରୀ ମାଝୀ କହିଛନ୍ତି ଯେ, ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭଲ ସରକାର ଚଳାଉଛନ୍ତି। ଦେଶରେ ସୁଶାସନ ଚାଲିଛି। ଏଥି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦ରୁ ୮ ନମ୍ବର ଦେଇଛନ୍ତି। ମୋଦୀଙ୍କ ନେତୃତ୍ବରେ ପରିଚାଳିତ ଭାରତୀୟ ଜନତା ପାର୍ଟି (ବିଜେପି)ର ବିଧାୟକମାନେ କିଭଳି ଭାବେ ‘ଜନବିରୋଧୀ’ ହେବେ। ଏହା ହାସ୍ୟାସ୍ପଦ କଥା। ସରକାର ଯେତେବେଳେ ଆଜି ବୁଡ଼ି ଯାଉଛନ୍ତି, ଏକ ଛାୟା ମୁଖ୍ୟମନ୍ତ୍ରୀ ମାଧ୍ୟମରେ ସରକାର ଚାଲୁଥିବାରୁ ଏହାକୁ ସୁରକ୍ଷା ଦେବା ପାଇଁ ନିଜେ ମୁଖ୍ୟମନ୍ତ୍ରୀ ଆଗେଇ ଆସି ବିବୃତି ଦେବା ଓ ବିରୋଧୀଙ୍କୁ ଜନବିରୋଧୀ କହିବା ନିଶ୍ଚିତ ଭାବେ ଦୁର୍ଭାଗ୍ୟଜନକ କଥା। ତେଣୁ ମୁଖ୍ୟମନ୍ତ୍ରୀ ଗୃହରେ କ୍ଷମା ମାଗନ୍ତୁ ବୋଲି ମୁଁ ଦାବି କରିଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆମେ ବିଭିନ୍ନ ପ୍ରସଙ୍ଗରେ ବାରମ୍ବାର ବିବୃତି ମାଗିଛୁ। କିନ୍ତୁ ସେ କେବେ ଏହାକୁ ଦିଅନ୍ତି ନାହିଁ କି ଗୃହକୁ ଆସନ୍ତି ନାହିଁ। କିନ୍ତୁ ଆମେ ଯେତେବେଳେ ‘ସଚିବ ବଡ଼ ନାଁ ମନ୍ତ୍ରୀ ବଡ଼’ ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଆଣିଥିଲୁ, ତାହାକୁ ସରକାର ଗ୍ରହଣ କଲେ ନାହିଁ। ଅପରପକ୍ଷେ ସରକାର ତାଙ୍କ ଆଡ଼ୁ ନିଜ ଆଡୁ ଏକ ବିବୃତି ରଖିଲେ। ଏଥିରେ ସଚିବଙ୍କୁ ସୁରକ୍ଷା ଦେବା ସହ ବିରୋଧୀ ଦଳର ସଦସ୍ୟମାନଙ୍କୁ ଟାର୍ଗେଟ କରିଥିଲେ। ବିରୋଧୀ ଦଳର ଲୋକପ୍ରତିନିଧି ସଦସ୍ୟମାନଙ୍କୁ ଅପମାନିତ କଲା ଭଳି କଲେ। ସେ ଏଭଳି ଭାବେ କହିଲେ ଯେ, ବିରୋଧୀଦଳର ସଦସ୍ୟମାନେ ହେଉଛନ୍ତି ଜନବିରୋଧୀ। ଏକଥା କହିବା ମୁଖ୍ୟମନ୍ତ୍ରୀ ଅଥବା ସରକାରଙ୍କ ଅଧିକାର ନାହିଁ। ଯେଉଁ ବିଧାୟକମାନେ ଏଠାକୁ ଆସିଛୁ ନିର୍ବାଚନ ଜିତିଛୁ। ଯଦି ଆମେ ଜନବିରୋଧୀ, ତା’ହେଲେ ନିର୍ବାଚନ ଜିତିଲୁ କେମିତି? ଆମେ ତ ଗୋଟେ ଦୁଇଟା ଭୋଟ ପାଇକି ବିଧାନସଭା ଆସିନାହୁଁ।  ଆମେ ଜନବିରୋଧୀ ହେଲୁ‌ କେମିତି? ଲୋକମାନେ ଆମକୁ ବିରୋଧୀ ଦଳର ଭୂମିକା ତୁଲାଇବା ପାଇଁ ଦାୟିତ୍ବ ଦେଇଛନ୍ତି ବୋଲି ବିରୋଧୀ ଦଳ ମୁଖ୍ୟସଚେତକ ଶ୍ରୀ ମାଝୀ କହିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button