ଓଡିଶା

ପାଟକୁରାରୁ ଏଥର କିଏ? ଅଗ୍ରଵାଲ୍‌ ପରିବାରରେ ଭାଇ-ଭଉଣୀ ବିବାଦ – bajravana

[ad_1]

ଅରବିନ୍ଦଙ୍କୁ ନେଇ ବଢ଼ୁଛି ସସପେନ୍ସ

କେନ୍ଦ୍ରାପଡ଼ା: ପାଟକୁରା ବିଧାନସଭା ଆସନ ସବୁବେଳେ ଚର୍ଚ୍ଚାରେ ରହି ଆସିଛି। ଶାସକ ବିଜେଡି ହାତରେ ଏହି ଆସନ ରହି ଆସିଥିଲେ ବି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଏହି ଆସନରୁ ଲଢ଼ୁଥିବାରୁ ରାଜ୍ୟବାସୀଙ୍କ ଆଖି ଏହାର ଫଳାଫଳ ଉପରେ ରହିଥାଏ। ଏଥରର ସ୍ଥିତି କିନ୍ତୁ ଅଲଗା।  ବିଜୟ ଲଢ଼ିବେ ନା ତାଙ୍କ ପୁଅ ଅରବିନ୍ଦ ଏହି ଆସନରୁ ନିଜ ରାଜନୈତିକ ପାଳି ଆରମ୍ଭ କରିବେ, ତାହାକୁ ନେଇ ଆକଳନ ଜାରି ରହିଛି। ଅରବିନ୍ଦ ବିଜେଡିରେ ସାମିଲ୍‌ ହେଇ ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ହେଉଥିଲେ ବି ବିଜେଡିରେ କିନ୍ତୁ ଆଶାୟୀଙ୍କ ତାଲିକା ଖୁବ୍‌ ଲମ୍ବା।

ଡେରାବିଶ ଓ ଗରଦପୁର ବ୍ଲକ୍‌କୁ ନେଇ ଗଠିତ ଏହି ଆସନରୁ ପୁରୁଖା ନେତା ତଥା ଏକାଧିକବାର ସରକାରରେ ମନ୍ତ୍ରୀ ହୋଇଥିବା ସ୍ବର୍ଗତ ବେଦପ୍ରକାଶ ଅଗ୍ରଵାଲ୍‌ ୨୦୦୯ ଓ ୨୦୧୪ରେ ଜିତିଥିଲେ। କିନ୍ତୁ ୨୦୧୯ ନିର୍ବାଚନ ସମୟରେ ତାଙ୍କର ବିୟୋଗ ଯୋଗୁ ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା। ପରବର୍ତ୍ତୀ ସମୟରେ ଉପନିର୍ବାଚନ ହୋଇଥିଲା। ବିଜେଡି ବେଦୁ ବାବୁଙ୍କ ପତ୍ନୀ ସାବିତ୍ରୀ ଅଗ୍ରଵାଲ୍‌ଙ୍କୁ ଏଠାରୁ ଟିକଟ୍‌ ଦେଇଥିଲା। ବିଜେପିରୁ ପ୍ରାର୍ଥୀ ହୋଇଥିଲେ ବିଜୟ ମହାପାତ୍ର। ନିର୍ବାଚନ ଫଳାଫଳ କିନ୍ତୁ ଶାସକ ଦଳ ସପକ୍ଷରେ ଯାଇଥିଲା। ବିଜୟଙ୍କୁ ୧୭ ହଜାର ୮୯୮ଖଣ୍ତ ଭୋଟ୍‌ରେ ହରାଇ ସାବିତ୍ରୀ ବିଜୟୀ ହୋଇଥିଲେ। ସାବିତ୍ରୀଙ୍କୁ ୯୬ହଜାର ୩୦ଖଣ୍ତ ଭୋଟ୍‌ ମିଳିଥିବା ବେଳେ ବିଜୟଙ୍କୁ ମିଳିଥିଲା ୭୮ହଜାର ୧୩୨ଖଣ୍ତ ଭୋଟ୍‌। କିନ୍ତୁ ବିଧାୟିକା ହେବା ପରେ ବୟସାଧିକ ଓ ଶାରିରୀକ ଅସୁସ୍ଥତା କାରଣରୁ ସାବିତ୍ରୀ ନିର୍ବାଚନ ମଣ୍ତଳୀରେ ଆଉ ସେଭଳି ସକ୍ରିୟ ହୋଇ ରହିପାରିଲେ ନାହିଁ।

ପୁଅ ସ˚ଜୟ ଅଗ୍ରଵାଲ୍‌ ବିଧାୟିକାଙ୍କ ପ୍ରତିନିଧି ହେଇ ସମସ୍ତ କାର୍ଯ୍ୟ ବୁଝାସୁଝା କରି ଆସୁଥିବା ବେଳେ ସାବିତ୍ରୀ ବି ଅନେକଥର ଦଳୀୟ ସଭାରେ ସ˚ଜୟ ହିଁ ଆଗକୁ ମଙ୍ଗ ସମ୍ଭାଳିବେ ବୋଲି କର୍ମୀଙ୍କ ଆଗରେ ଘୋଷଣା କରି ସାରିଛନ୍ତି। ସେପଟେ ଝିଅ ମଧୁମତି ଅଗ୍ରଵାଲ୍‌ ବେଦୁ ବାବୁଙ୍କ ରାଜନୈତିକ ଉତ୍ତରାଧିକାରୀ ରୂପେ ନିଜକୁ ଟିକଟ୍‌ ଦାବିଦାର ଚିତ୍ରଣ କରୁଛନ୍ତି। ଉଭୟ ଭାଇ-ଭଉଣୀ ଏହି ଆସନରୁ ଟିକଟ୍‌ ଆଶାୟୀ ଥିବା ବେଳେ ଶାସକ ଦଳ ଭିତରୁ କିନ୍ତୁ ଅନେକ ଅଗ୍ରଵାଲ୍‌ ପରିବାରକୁ ବିରୋଧ କରୁଛନ୍ତି। ସମାଜସେବୀ ପ୍ରାଧୢାପକ ଅଜୟ ରାଉତ, ପୁରୁଖା ବିଜେଡି ନେତା ରବି ସାମଲ, ରାଜ୍ୟ ଉଠା ଜଳସେଚନ ନିଗମ ଅଧୢକ୍ଷ ଅମରେଶ ପତ୍ରୀ, ଡେରାବିଶ ବ୍ଲକ୍‌ ପ˚ଚାୟତ ସମିତିର ପୂର୍ବତନ ଅଧୢକ୍ଷ ସରୋଜକାନ୍ତ ସାହୁ, ମନ୍ତ୍ରୀ ଅତନୁଙ୍କ ବଡ଼ଭାଇ ଶାନ୍ତନୁ ନାୟକ, ଶୁଭଙ୍କର ନାୟକ ପ୍ରମୁଖ ଏହି ଆସନରୁ ବିଜେଡି ଟିକେଟ୍ ପାଇଁ ଲବି ଚଳାଇଛନ୍ତି।

ସେପଟେ ବିଜେଡିର ଗୋଷ୍ଠୀ କନ୍ଦଳ ଓ ବିଧାୟିକାଙ୍କ ପାଞ୍ଚ ବର୍ଷର ଅନୁପସ୍ଥିତିକୁ ପ୍ରସଙ୍ଗ କରି ବିଜେପି ଫାଇଦା ନେବା ଚକ୍କରରେ ରହିଛି। ନିର୍ବାଚନ ମଣ୍ତଳୀ ବୁଲି ସ˚ଗଠନ କରୁଥିବା ଦଳର ରାଜ୍ୟ ମୁଖପାତ୍ର ତେଜେଶ୍ବର ପରିଡ଼ା ପ୍ରମୁଖ ଦାବିଦାର ବୋଲି ତାଙ୍କ ସମର୍ଥକ କହୁଥିବା ବେଳେ ଅନ୍ୟତମ ନେତା ଉମାକାନ୍ତ ପଟ୍ଟନାୟକ, ମନୀଷା ପଣ୍ତାଙ୍କ ନାଁ ବି ଚର୍ଚ୍ଚାରେ ରହିଛି। କ˚ଗ୍ରେସ ୨୦୧୯ ନିର୍ବାଚନରେ ଏଠାରେ ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା। ଦଳୀୟ ଟିକଟ୍‌ରୁ ଲଢ଼ି ଜୟନ୍ତ ମହାନ୍ତି ମାତ୍ର ୨୧୦୬ ଖଣ୍ତ ଭୋଟ୍‌ ପାଇଥିଲେ। ଏବେ ରତିକାନ୍ତ କାନୁନ୍‌ଗୋ କ˚ଗ୍ରେସ ସ˚ଗଠନ ସଜାଡ଼ି ଟିକେଟ୍‌ ଦାବିଦାର‌୍‌ ଅଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button