ଉତ୍କଳ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ଦେଶ-ବିଦେଶରେ ସୁନାମ ଆଣିଛନ୍ତି: ରାଷ୍ଟ୍ରପତି – bajravana
[ad_1]
ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ ଦେଶର ଗୁରୁତ୍ବପୂର୍ଣ୍ଣ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟରୁ ଅନ୍ୟତମ। ଏହି ବିଶ୍ବବିଦ୍ୟାଳୟରେ ଛାତ୍ରୀଙ୍କ ସଂଖ୍ୟା ଅଧିକ ଥିବା ଜାଣି ଖୁସି ଲାଗୁଛି। ଛାତ୍ରୀମାନେ ପୂର୍ବରୁ ପଛରେ ଥିଲେ, ଏବେ ସେମାନେ ଆଗକୁ ବଢୁଛନ୍ତି। ସେମାନେ ଜାଗ୍ରତ ହୋଇଛନ୍ତି। ସେମାନଙ୍କ ପାଖରେ ଥିବା ଶକ୍ତି ବଢ଼ିଛି। ଦେଶକୁ ଆଗେଇ ନେବାରେ ଅର୍ଥାତ ଆର୍ଥିକ, ସାମାଜିକ ଅଗ୍ରଗତି କ୍ଷେତ୍ରରେ ଛାତ୍ରୀମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବ। ଉତ୍କଳ ବିଶ୍ବବିଦ୍ୟାଳୟର ୫୩ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହା କହିଛନ୍ତି। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି, ଉତ୍କଳ ବିଶ୍ବବିଦ୍ୟାଳୟର ଛାତ୍ରୀ ଭାବେ ମୁଁ ନିଜକୁ ଗୌରାବାନ୍ବିତ କରୁଛି। ଏହି ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ କେବଳ ଭାରତରେ ନୁହେଁ। ବିଶ୍ବରେ ମଧ୍ୟ ସୁନାମ ଆଣିଛନ୍ତି। କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, ଜ୍ଞାନପୀଠ ପୁରସ୍କାର ବିଜୟିନୀ ଡ. ପ୍ରତିଭା ରାୟ, ଭାରତ ସରକାରଙ୍କ ସିଏଜି ଗିରିଶ ଚନ୍ଦ୍ର ମୁର୍ମୁ ପ୍ରମୁଖ ଏହି ବିଶ୍ବବିଦ୍ୟାଳୟର ଛାତ୍ର ଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଏହା ପୂର୍ବରୁ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଥିଲେ, ମତେ ଲାଗୁଛି ମୁଁ ଯେପରି ମୋର ଘର ଅଗଣାରେ ବସିଛି। ଛାତ୍ରଛାତ୍ରୀଙ୍କ ପାଇଁ ଆଜି ଦିନଟି ସ୍ମରଣୀୟ ହୋଇ ରହିବ। ଆଜି ଯେଉଁ ଛାତ୍ରଛାତ୍ରୀମାନେ ଡିଗ୍ରୀ ଲାଭ କରିଛନ୍ତି, ସେମାନଙ୍କର ସଫଳତା ପଛରେ ନିଷ୍ଠା ଓ ପରିଶ୍ରମ ରହିଛି। କିନ୍ତୁ ସେମାନଙ୍କର ପିତାମାତା, ଅଭିଭାବକ ଓ ଅଧ୍ୟାପକମାନେ ମଧ୍ୟ ବହୁ ପରିଶ୍ରମ କରିଛନ୍ତି। ଗୌରବର କଥା ୧୯୫୮ ଜାନୁଆରି ୧ରେ ଭାରତର ପ୍ରଥମ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ଏହାର ଶିଳାନ୍ୟାସ କରିଥିଲେ। ୧୯୬୩ ମସିହାରେ ତତ୍କାଳୀନ ରାଷ୍ଟ୍ରପତି ଡ. ସର୍ବପଲ୍ଲୀ ରାଧାକୃଷ୍ଣ ଏହି ବିଶ୍ବବିଦ୍ୟାଳୟର ଲୋକାର୍ପଣ କରିଥିଲେ।
କୁଳପତି ପ୍ରଫେସର ଆଚାର୍ଯ୍ୟ ସ୍ବାଗତ ଭାଷଣ ଦେଇଥିଲେ। ୧୬୬ଜଣଙ୍କୁ ପିଏଚ୍ଡି/ଡିଲିଟ୍ ଡିଗ୍ରି ପ୍ରଦାନ କରାଯାଇଥିଲା। ରାଷ୍ଟ୍ରପତି ୩ଜଣଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ସହ ୧୦ଜଣଙ୍କୁ ସ୍ବର୍ଣ୍ଣ ପଦକ ପ୍ରଦାନ କରିଥିଲେ। ସମାବର୍ତ୍ତନ ସମାରୋହରେ, ରାଜ୍ୟପାଳ ରଘୁବର ଦାସ, ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ, ଛାତ୍ରଛାତ୍ରୀ ଓ ନିମନ୍ତ୍ରିତ ଅତିଥି ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଶେଷରେ ରାଷ୍ଟ୍ରପତି ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସ ଛାଡ଼ି ରାଜଭବନ ଅଭିମୁଖେ ଯିବେ।
[ad_2]