‘ନିଜର ଇଛା ପିଲାଙ୍କ ଉପରେ ଲଦିଦେଇ ସେମାନଙ୍କୁ ଚାପଗ୍ରସ୍ତ କରାନ୍ତୁ ନାହିଁ ଅଭିଭାବକ’ – bajravana
[ad_1]
ବୈଶିଙ୍ଗା ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ
ବେତନଟୀ ସଦର: ମୟୂରଭଂଜ ଜିଲ୍ଲା ବେତନଟୀ ବ୍ଲକ ଅନ୍ତର୍ଗତ ବୈଶିଙ୍ଗା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବିଦ୍ୟାଳୟର ପୁରାତନ ଛାତ୍ର ତଥା ଆଇଆଇଟି ଖାଡ଼ଗପୁରର ଭୁତତ୍ତ୍ୱବିଜ୍ଞାନ ବିଭାଗର ପ୍ରଫେସର ମୃଗାଙ୍କ ପାଣିଗ୍ରାହୀ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହିତ ପିଲାମାନଙ୍କର ମନ ଛୁଇଁଲା ଭଳି ହିତୋପଦେଶ ପ୍ରଦାନ କରିଥିଲେ। ଅଭିଭାବକମାନେ ପ୍ରତିଯୋଗିତା ପରାୟଣ ହୋଇ ନିଜ ଇଛାକୁ ପିଲାମାନଙ୍କ ଉପରେ ଲଦିଦେଇ ସେମାନଙ୍କୁ ଅଧିକ ଚାପଗ୍ରସ୍ତ କରାନ୍ତୁ ନାହିଁ ବୋଲି କହିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିଭା ମଞ୍ଜରୀ ପ୍ରଧାନଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ବର୍ଣାଢ୍ୟ ଉତ୍ସବରେ ବୈଶିଙ୍ଗା ଥାନା ଅଧିକାରୀ ତପନ କୁମାର ପ୍ରଧାନ ମୁଖ୍ୟବକ୍ତା ଶିକ୍ଷା ସହିତ ଖେଳ କୁଦ, ନାଚ, ଗୀତ ସହିତ ନିଜସ୍ଵ ଉନ୍ନତିମୂଳକ ଜ୍ଞାନ ଆହରଣ କରିବାକୁ ପରାମର୍ଶ ଦେଇଥିଲେ। ସମ୍ମାନୀତ ଅତିଥି ତଥା ଦ୍ୟାଳୟ ଆଲୁମିନି କମିଟିର ସଭାପତି ବିବେକାନନ୍ଦ ପଣ୍ଡା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରଘୁନାଥ ସିଂ, ଦୈନିକ ‘ସମ୍ବାଦ’ର ବେତନଟୀ ପ୍ରତିନିଧି ଦୀପକ କୁମାର ସିଂହ ପ୍ରମୁଖ ମଞ୍ଚାସୀନ ହୋଇ ନିଜ ନିଜର ଅନୁଭୂତି ବଖାଣି ଥିଲେ।
ଏହି ଅବସରରେ ବିଭିନ୍ନ ବିଭାଗର କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ। ଶିକ୍ଷକ ଗିରିଜା ପ୍ରସାଦ ଦାସ ଅତିଥି ପରିଚୟ ପ୍ରଦାନ କରିବା ସହିତ ମଞ୍ଚ ପରିଚାଳନା କରିଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ପ୍ରଧାନ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ। ଜାନୁଆରି ୩୧ ତାରିଖ ଦିନ ଭୁବନେଶ୍ଵରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଉତ୍ସବରେ ବୈଶିଙ୍ଗା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତଥା ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଏହି ପୁରସ୍କାର ମିଳିଥିବାରୁ ସମସ୍ତେ ଶୁଭେଚ୍ଛା ଜଣାଇଥିଲେ। ପରିଶେଷରେ ଶିକ୍ଷୟତ୍ରୀ ସଞ୍ଜୁବାଳା ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷୟତ୍ରୀ ରଶ୍ମିରେଖା ଓତା, ରଶ୍ମିରେଖା ପଣ୍ଡା, ରାଜଶ୍ରୀ ପାତ୍ର, ନମିତା ଷଡ଼ଙ୍ଗୀ, ଜ୍ୟୋତିର୍ମୟୀ ପ୍ରଧାନ, କବିତା ସେନାପତି, ଶିକ୍ଷକ ସୁଜିତ କୁମାର ସାହୁଙ୍କ ସହିତ ଅଣଶିକ୍ଷକ ଓ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
[ad_2]