ଓଡିଶା

ଦଳିଦେଲା ଟ୍ରକ୍‌; ମା’ ମୃତ, ଝିଅ ଗୁରୁତର – bajravana

[ad_1]

କଟକ-ମହାନଦୀବିହାର/ବିଦ୍ୟାଧରପୁର: ଆଜି ପୂର୍ବାହ୍ନରେ ନୂଆବଜାର ଛକ ନିକଟରେ ଟ୍ରକ୍‌ ଓ ସ୍କୁଟି ମଧ୍ୟରେ ଦୁର୍ଘଟଣା ଘଟି ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ନାବାଳିକା ଝିଅର ହାତ ଛିଣ୍ଡି ଅଲଗା ହୋଇଯାଇଛି। ସ୍କୁଟି ଚଳାଉଥିବା ମହିଳାଙ୍କ ସ୍ବାମୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଦୁର୍ଘଟଣା ଘଟାଇଥିବା ଟ୍ରକ୍‍କୁ ପୁଲିସ ଜବତ କରିଥିବା ବେଳେ ଟ୍ରକ୍‌ର ଡ୍ରାଇଭର୍‌ ଫେରାର୍‌ ହୋଇଯାଇଛନ୍ତି। ଖବର ମୁତାବକ, କନ୍ଦରପୁର କୋରପଦା ଗ୍ରାମର ଦୀପକ ରାଉତ(୪୯) ଏକ ସଂସ୍ଥାରେ ସୁରକ୍ଷା କର୍ମଚାରୀ ଭାବେ କାମ କରନ୍ତି। ଗତକାଲିଠାରୁ ଦୀପକ ତାଙ୍କ ପତ୍ନୀ ସାରତି(୩୫) ଓ ଝିଅ ସାଇ ପ୍ରିୟଦର୍ଶିନୀ (୧୦)ଙ୍କୁ ଧରି କଟକରେ ରହୁଥିବା ନିଜର ଜଣେ ବନ୍ଧୁଙ୍କ ଘରକୁ ଯାଇଥିଲେ। ଆଜି ଦିନ ପ୍ରାୟ ସାଢେ଼ ୧୧ଟା ସମୟରେ ଦୀପକ, ପତ୍ନୀ ସାରତି ଓ ଝିଅ ସାଇକୁ ଏକ ସ୍କୁଟର୍‌ରେ ବସାଇ ଘରକୁ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। କଟକ-ପାରାଦୀପ ରାସ୍ତାର ନୂଆବଜାର ଛକରେ ପ୍ରବଳ ଭିଡ଼ ହୋଇଥିଲା। ଭିଡ଼ରୁ ବାହାରିଯିବା ପାଇଁ ଦୀପକ, ନିଜ ଗାଡି ଆଗରେ ଧୀରେ ଧୀରେ ଗଡୁଥିବା ଏକ ଟ୍ରକ୍‍ର ବାମପଟେ ପଶି ପଳାଇଯିବାକୁ ଉଦ୍ୟମ କରିଥିଲେ। ତେବେ ଏତିକିବେଳେ ଟ୍ରକ୍‍ର ବେଗ୍‍ ହଠାତ୍‌ ବଢ଼ିଯିବାରୁ ସ୍କୁଟର୍‌ ପଛରେ ରହିଥିବା ବ୍ୟାଗ୍‍ଟି ଟ୍ରକ୍‌ ଡାଲାରେ ଲାଗିଯାଇଥିଲା।

ଏଥି ଯୋଗୁଁ ସ୍କୁଟର୍‌ଟି ଭାରସାମ୍ୟ ହରାଇଥିଲା। ଦୀପକ ବାମପଟକୁ ତଥା ପତ୍ନୀ ସାରତି ଏବଂ ଝିଅ ସାଇ ଡାହାଣପଟକୁ ଖସି ପଡିଥିଲେ। ଟ୍ରକ୍‍ର ପଛଚକା ସାରତିଙ୍କ ଅଣ୍ଟାତଳକୁ ଓ ସାଇଙ୍କ ଗୋଟିଏ ଗୋଡ଼ ଏବଂ ହାତ ଉପରେ ଚଢି ଯାଇଥିଲା। ଘଟଣାସ୍ଥଳରେ ସାରତିଙ୍କ ମୃତ୍ୟୁ ଘଟିଥିବା ବେଳେ ସାଇଙ୍କ ଗୋଟିଏ ହାତ ସଂପୂର୍ଣ୍ଣ ଛିଣ୍ଡି ଯାଇଥିଲା। ବାମପଟକୁ ଖସି ପଡ଼ିଥିବାରୁ ଦୀପକ ଅଳ୍ପକେ ବର୍ତ୍ତି ଯାଇଥିଲେ। ଏହାପରେ ଦୁର୍ଘଟଣାକୁ କେନ୍ଦ୍ର କରି ତୀବ୍ର ଉତ୍ତେଜନା ଦେଖାଦେଇଥିଲା। ଶହଶହ ସ୍ଥାନୀୟ ଦୋକାନୀ ଓ ଲୋକ ସେଠାରେ ପହଞ୍ଚି ହୋ-ହାଲ୍ଲା କରିଥିଲେ। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହିତ ନାବାଳିକା ସାଇଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ଲାଗି ଡାକ୍ତରଖାନା ପଠାଇଥିଲା ଓ ସାରତିଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ପଠାଇଥିଲା। ଟ୍ରକ୍‌ଟିକୁ ପୁଲିସ ଜବତ କରିଥିବା ବେଳେ ଡ୍ରାଇଭର୍‌ ହୋଇଯାଇଥିବା ଚାଉଳିଆଗଞ୍ଜ ଥାନା ଅଧିକାରୀ ଦେବେନ୍ଦ୍ର କୁମାର ବିଶ୍ୱାଳ ସୂଚନା ଦେଇଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button