ରାଞ୍ଚି-ବିଜୟୱାଡା ଜାତୀୟ ରାଜପଥରେ ପିକଅପ୍-ବାଇକ୍ ଧକ୍କା; ଯୁବକ ମୃତ, ଅନ୍ୟ ଜଣେ ଗୁରୁତର – bajravana
[ad_1]
ରାଇରଙ୍ଗପୁର: ରାଞ୍ଚି-ବିଜୟୱାଡା ୨୨୦ ନଂ ଜାତୀୟ ରାଜପଥ ମରଣଯନ୍ତା ପାଲଟିଛି। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ୍ ଥାନା ଅନ୍ତର୍ଗତ ରାଞ୍ଚି-ବିଜୟୱାଡା ୨୨୦ ନଂ ଜାତୀୟ ରାଜପଥର ରାଇରଙ୍ଗପୁର ଗଢ଼ ଛକ ନିକଟରେ ବିଳମ୍ବିତ ରାତିରେ ବାଇକ-ପିକଅପ୍ ମଧ୍ୟରେ ଧକ୍କା ହେବାରୁ ବାଇକ ଚାଳକ ରାସ୍ତା ଉପରେ ଛିଟିକି ପଡ଼ିଥିଲେ। ରକ୍ତ ଜୁଡୁବୁଡୁ ତାଙ୍କୁ ଅବସ୍ଥାରେ ସ୍ଥାନୀୟ ଲୋକେ ସଙ୍କୁ ରାଇରଙ୍ଗପୁର ଉପଖଣ୍ଡ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଯୁବକ ଜଣକ ହେଉଛନ୍ତି ଗଢ଼ ଗ୍ରାମର ପଦ୍ୟଲାଭ ବେହେରାଙ୍କ ପୁଅ ହରିଶ ଚନ୍ଦ୍ର ବେହେରା (୨୦) ଏବଂ ଗୁରୁତର ଯୁବକ ଲିପିଘୁଟୁ ଗ୍ରାମର ସୁନାରାମ ମାଝିଙ୍କ ପୁଅ କାରୁ ମାଝୀ (୨୦)।
Sambad is now on WhatsApp
Join and get latest news updates delivered to you via WhatsApp
କାରୁଙ୍କୁ ଗୁରୁତର ଅବସ୍ଥାରେ ବାରିପଦାସ୍ଥ ପିଆରଏମ ମେଡ଼ିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି। ମୃତ ଯୁବକ ଜଣକ ମାରୁତି ସୂଜୁକି ସୋ’ରୁମ୍ରେ ଚାକିରି କରୁଥିଲେ।
ଦୁର୍ଘଟଣାଗ୍ରସ୍ତ ପିକଅପ୍ (ଓଡି-୧ ୧ ଏଏ-୦୨୮୨) ଓ ବାଇକକୁ ପୁଲିସ୍ ଜବତ କରିଛି। ରାଇରଙ୍ଗପୁର ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।
ସୂଚନାଯୋଗ୍ୟ ଯେ ଉକ୍ତ ଜାତୀୟ ରାଜପଥରରେ ମାସକୁ ୧୦ରୁ ଅଧିକ ଦୁର୍ଘଟଣା ଘଟୁଥିବା ବେଳେ ୫ରୁ ଅଧିକ ଲୋକଙ୍କ ମୁତ୍ୟୁ ଘଟୁଛି।
[ad_2]