ପ୍ରଫୁଲ୍ଲ ସାମଲଙ୍କ ଘରେ ଇଡି: ବରପଦା ଇଞ୍ଜିନିୟରିଂ କଲେଜରେ ଆର୍ଥିକ ଘୋଟାଲା – bajravana
[ad_1]
ସକାଳ ୭ରୁ ରାତି ୯ ଯାଏ ଯାଞ୍ଚ, କାଗଜପତ୍ର ଜବତ
ଭଦ୍ରକ/ଭୁବନେଶ୍ବର: ବରିଷ୍ଠ ବିଜେଡି ନେତା, ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନ ଭଦ୍ରକ ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀର ବିଧାୟକ ଥିବା ପ୍ରଫୁଲ୍ଲ ସାମଲଙ୍କ ଘର ସମେତ ୬ଟି ସ୍ଥାନରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚଢ଼ଉ କରିଛି। ଇଡିର ୫ଜଣିଆ ଟିମ୍ ଶ୍ରୀ ସାମଲଙ୍କ ଭଦ୍ରକ ସହରସ୍ଥିତ ନୂଆବଜାର ଓ ସାବନ ବଜାରସ୍ଥିତ ବାସଭବନ, ତାଙ୍କ ପୁଅ ମାଲିକାନାରେ ଥିବା ବରପଦା ଇଞ୍ଜିନିୟରିଂ କଲେଜ, କଲେଜର ପୂର୍ବତନ ଅଧ୍ୟକ୍ଷ ମନୋଜ ଗୋସ୍ବାମୀଙ୍କ ଅପର୍ତ୍ତିବିନ୍ଧାସ୍ଥିତ ବାସଭବନ ଓ କଲେଜର ଆକାଉଣ୍ଟାଣ୍ଟ ଭୀମଚରଣ ସାମଲଙ୍କ ବରପଦା ହାସିନପୁର ଘରେ ଛାନ୍ଭିନ୍ କରିଛନ୍ତି। ସେହିପରି, ଶ୍ରୀ ସାମଲଙ୍କର ଭୁବନେଶ୍ୱରର ପଳାସପଲ୍ଲୀସ୍ଥିତ ଘର, ସରକାରୀ କ୍ୱାର୍ଟର୍ସ ଓ ଅଫିସରେ ମଧ୍ୟ ଚଢ଼ାଉ କରାଯାଇଛି। ୨୦ କୋଟି ଟଙ୍କାର ଜମି ଦୁର୍ନୀତି ମାମଲାରେ ଏହି ଚଢ଼ଉ କରାଯାଇଥିବା ଜଣାପଡ଼ିଛି। ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଗୁରୁବାର ସକାଳେ କେନ୍ଦ୍ରୀୟ ସଶସ୍ତ୍ର ବଳ ସହାୟତାରେ ଇଡିର ବରିଷ୍ଠ ଅଧିକାରୀମାନେ ଶ୍ରୀ ସାମଲଙ୍କ ନୂଆବଜାର ଘରେ ପହଞ୍ଚିଥିଲେ। ସେହିସମୟରେ ବିଧାୟକ ଶ୍ରୀ ସାମଲ ଘରେ ଉପସ୍ଥିତ ଥିଲେ। ଇଡିର ଅଧିକାରୀମାନେ ତାଙ୍କୁ କଲେଜ ସମ୍ପର୍କରେ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ଏଥିସହିତ, ବରପଦା ଇଞ୍ଜିନିୟରିଂ କଲେଜର ଅନେକ କାଗଜପତ୍ର ଜବତ କରିଥିଲେ ବୋଲି ଜଣାପଡ଼ିଛି। ସେହିପରି ଅନ୍ୟ ଏକ ଟିମ୍ କଲେଜର ପୂର୍ବତନ ଅଧ୍ୟକ୍ଷ ମନୋଜ ଗୋସ୍ବାମୀଙ୍କୁ ଜେରା କରି ବିଭିନ୍ନ ତଥ୍ୟ ସଂଗ୍ରହ କରିଥିବା ବେଳେ ଆକାଉଣ୍ଟାଣ୍ଟ ଭୀମଚରଣ ସାମଲଙ୍କଠାରୁ ମଧ୍ୟ କଲେଜର ଆୟବ୍ୟୟ ସଂକ୍ରାନ୍ତରେ ତଥ୍ୟ ସଂଗ୍ରହ କରିଥିଲେ। ସକାଳ ୭ରୁ ଆରମ୍ଭ ହୋଇଥିବା ଏହି ଚଢ଼ଉ ରାତି ୧୦ଟା ପର୍ଯ୍ୟନ୍ତ ଜାରି ରହିଥିଲା।
୧୯୮୦ ମସିହାରେ ପ୍ରତିଷ୍ଠା ହୋଇଥିଲା ଭଦ୍ରକ ବରପଦା ଇଞ୍ଜିନିୟରିଂ କଲେଜ । ୧୯୯୧ରୁ ୧୯୯୫ ପର୍ଯ୍ୟନ୍ତ ଏହାର ପରିଚାଳନା ସଭାପତି ଥିଲେ ସେତେବେଳର ଭଦ୍ରକ ବିଧାୟକ ପ୍ରଫୁଲ୍ଲ ସାମଲ। ପରବର୍ତ୍ତୀ ସମୟରେ ତାଙ୍କ ବଡପୁଅ ପ୍ରୟାସକାନ୍ତି ସାମଲ ସଭାପତି ଦାୟିତ୍ବ ନେଇ ଅଦ୍ୟାବଧି ରହିଛନ୍ତି। ପ୍ରୟାସକାନ୍ତି ସଭାପତି ହେବାପରେ କଲେଜରେ କୋଟି କୋଟି ଟଙ୍କାର ଆର୍ଥିକ ଘୋଟଲା ହୋଇଥିବା ନେଇ କର୍ମଚାରୀମାନେ ଅଭିଯୋଗ କରିଥିଲେ। କଲେଜ ଅର୍ଥରେ ଭୁବନେଶ୍ବର ଗଙ୍ଗପାଟଣାରେ ଆଉ ଏକ ଇଞ୍ଜିନିୟରିଂ କଲେଜ କରାଯାଇଥିଲା। ଯାହାକୁ ପରବର୍ତ୍ତୀ ସମୟରେ ପ୍ରୟାସକାନ୍ତି ଭୁବନେଶ୍ବରର ଏକ ବିଲଡର୍ ସଂସ୍ଥାକୁ ବିକ୍ରି କରି ଏହି ଅର୍ଥକୁ ଆତ୍ମସାତ୍ କରିଛନ୍ତି ଅଭିଯୋଗ ହୋଇଥିଲା। ଏହାକୁ ନେଇ କଲେଜ କର୍ମଚାରୀମାନେ ପ୍ରଶାସନଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରି ବାରମ୍ବାର ଆନ୍ଦୋଳନ କରିଆସୁଛନ୍ତି। ବର୍ଷ ବର୍ଷ ଧରି ଦରମା ନ ପାଇ କଲେଜ କର୍ମଚାରୀମାନେ କଲେଜ ଆଗରେ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ, ବିଧାନସଭା ଏପରିକି ବିଧାୟକଙ୍କ ବାସଭବନ ଆଗରେ ମଧ୍ୟ ପ୍ରତିବାଦ କରିଛନ୍ତି। ପରେ ଏହି ମାମଲା ହାଇକୋର୍ଟକୁ ଯାଇଥିଲା, ଯାହା ଏବେ ବିଚାରାଧୀନ ରହିଛି। ଏହି ଚଢ଼ାଉ ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ରାଜନୈତିକ ଆକ୍ରୋଶ ରଖି ଏହିଭଳି ଚଢ଼ାଉ କରାଯାଇଥିବା ନିଜର ପ୍ରତିକ୍ରିୟାରେ କହିଛନ୍ତି ବିଧାୟକ ଶ୍ରୀ ସାମଲ । ଉଲ୍ଲେଖଥାଉକି, ଶ୍ରୀ ସାମଲ ୧୯୯୦ରୁ ୧୯୯୫ରେ ଭଦ୍ରକରୁ ଦୁଇ ଥର ବିଧାୟକ ହୋଇ ମନ୍ତ୍ରୀ ହୋଇଥିଲେ। ୨୦୦୯, ୨୦୧୪, ୨୦୧୯ରେ ସେ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀରୁ ଲଗାତାର ତିନିଥର ବିଧାୟକ ହୋଇ ୨୦୧୪ରେ ପୁଣି ମନ୍ତ୍ରୀ ହୋଇଥିଲେ।
[ad_2]