ଓଡିଶା

ବିଧାୟକଙ୍କ ଘରେ ଧସେଇ ପଶିବା ଅଭିଯୋଗରେ ଜେଲ ଗଲେ ସଂଯୁକ୍ତା ମହଲ – bajravana

[ad_1]

ପୋଲସରା: ଏତଲା ପରେ ଗିରଫ ହୋଇ ଜେଲ ଗଲେ ସଂଯୁକ୍ତା ମହଲ । ଗତକାଲି ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ହାତୀଓଟ ଗାଁ ସ୍ଥିତ ଘରକୁ ଜୋରଜବରଦସ୍ତ ପଶିଥିବା ଅଭିଯୋଗ ହୋଇଛି । ଏପରିକି ତାଙ୍କ ଘର ଆଗରେ ଧାରଣାରେ ବସିଥିଲେ ସଂଯୁକ୍ତା । ଏହାକୁ ନେଇ ସେଠାରେ ଅଶାନ୍ତ ବାତାବରଣ ଦେଖାଦେଇଥିଲା । ଏହି ଘଟଣାକୁ ନେଇ ବିଧାୟକଙ୍କ ପତ୍ନୀ ଗୋଲାପ ସାହୁଙ୍କ ଏତଲା କ୍ରମେ କବିସୂର୍ଯ୍ୟନଗର ଥାନାରେ ସଂଯୁକ୍ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

ବିଧାୟକଙ୍କ ଘର ଆଗରୁ ସଂଯୁକ୍ତାଙ୍କୁ ପୁଲିସ ଉଠାଇନେଇ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ତାଙ୍କୁ ଗିରଫ କରାଯାଇଛି । ଏହା ପରେ ତାଙ୍କୁ ପୋଲସରା ଜେଏମଏଫସି କୋର୍ଟରେ ହାଜର କରାଯାଇଥିଲା । ଏହାପରେ କୋର୍ଟ ତାଙ୍କୁ କୋଦଳା ଜେଲ ହାଜତକୁ ପଠାଇଛନ୍ତି । ଯାହାକୁ ନେଇ ପୋଲସରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button