ଓଡିଶା

ଅଧ୍ୟାପକଙ୍କ ସମୂହ ଆତ୍ମାହୁତି ଉଦ୍ୟମ – bajravana

[ad_1]

ଭୁବନେଶ୍ବର: ୨୩୯ ଦିନ ଧରି ଲୋୟର ପିଏମଜି‌ରେ ଧାରଣା ଦେବା ପରେ ମଧ୍ୟ ସରକାର ସେମାନଙ୍କ ଦାବି ଶୁଣିଲେନି। ତେଣୁ ଆଜି ବେସରକାରୀ ଅନୁଦାନ ଓ ଅଣଅନୁଦାନ(+୨ ଓ +୩) ମହାବିଦ୍ୟାଳୟ ଓ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ତଥା ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟାପକ ଓ କର୍ମଚାରୀମାନେ ଲୋୟର ପିଏମଜିରେ ସମୂହ ଆତ୍ମାହୁତି ଉଦ୍ୟମ କରିଛନ୍ତି। ପୁଲିସ ପହଞ୍ଚି ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କ ଠାରୁ ପେଟ୍ରୋଲ ଓ କିରୋସିନି ଭର୍ତ୍ତି ବୋତଲ ଜବତ କରିବା ସହିତ ସେମାନଙ୍କୁ ବୁଝାସୁଝା କରିଥିଲା।
ସୂଚନାନୁସାରେ ସରକାରୀ ଅନୁଦାନ ପରିସରଭୁକ୍ତ କରିବା ଦାବିରେ ବିଧାନସଭା ସମ୍ମୁଖ ଧାରଣାସ୍ଥଳରେ ବେସରକାରୀ ଅନୁଦାନ ଓ ଅଣଅନୁଦାନ(+୨ ଓ +୩) ମହାବିଦ୍ୟାଳୟ ଓ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ତଥା ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟାପକ ଓ କର୍ମଚାରୀ ସଂଘ ପକ୍ଷରୁ ଆନ୍ଦୋଳନ ଚାଲିଛି। କିନ୍ତୁ ସରକାର ସେମାନଙ୍କ ଦାବି ପୂରଣ କରୁନାହାନ୍ତି। ତେଣୁ ଆଜି ସନ୍ଧ୍ୟା ସାଢ଼େ ଛଅଟା ସୁଦ୍ଧା ଦାବି ପୂରଣ ନ ହେଲେ ଅଧ୍ୟାପକମାନେ ସମୂହ ଆତ୍ମାହୁତି ଦେବେ ବୋଲି ପୂର୍ବରୁ ଚେତାବନୀ ଦେଇଥିଲେ। ହେଲେ ସରକାର କୌଣସି ପଦକ୍ଷେପ ନେଇ ନଥିଲେ। ତେଣୁ ସନ୍ଧ୍ୟା ୭ଟା ବେଳକୁ ସେମ‌ାନେ ଆତ୍ମାହୁତି ଉଦ୍ୟମ କରିଛନ୍ତି। ଅଧ୍ୟାପକମାନେ କହିଛନ୍ତି ‌ଯେ ଦୀର୍ଘ ୧୬ବର୍ଷ ଧରି କାର୍ଯ୍ୟ କରୁଥିଲେ ମଧ୍ୟ ସରକାର ସେମାନଙ୍କ ଦାବି ପୂରଣ କରୁନାହାନ୍ତି। କେବଳ ମିଥ୍ୟା ପ୍ରତିଶ୍ରୁତି ଦେଉଛନ୍ତି। ସାଧାରଣ ନିର୍ବାଚନ ଆଚରଣ ବିଧି ଆଉ ଅଳ୍ପ ଦିନରେ ଘୋଷଣା ହେବ। ତେଣୁ ତା’ ପୂର୍ବରୁ ସରକାର ସେମାନଙ୍କ ଦାବି ଶୁଣନ୍ତୁ ବୋଲି ଅଧ୍ୟାପକମାନେ ଦାବି କରିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button