ଓଡିଶା
ପାଣିରେ ବୁଡ଼ିଗଲା କନିଷ୍ଠ ଯନ୍ତ୍ରୀଙ୍କ ୭ବର୍ଷ ବୟସର ଶିଶୁପୁତ୍ର – bajravana
[ad_1]
ବସ୍ତା୨: ବାଲେଶ୍ବର ଜିଲ୍ଲା ବସ୍ତା ଥାନା ବସ୍ତା ବ୍ଲକର କନିଷ୍ଠ ଯନ୍ତ୍ରୀ ସୁପାଇ ହାଁସଦାଙ୍କ ୭ବର୍ଷର ଶିଶୁପୁତ୍ର ଆଜି ପାଣିରେ ବୁଡ଼ି ଅକାଳ ମୃତ୍ୟୁ ଘଟିଛି। ମୃତ ଶିଶୁ ହେଲା ଲାଲମୋହନ ହାଁସଦା।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁସାରେ ସୂପାଇ ବସ୍ତା ବ୍ଲକ୍ ରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ବେଳେ ବ୍ଲକ୍ ପରିସର ସରକାରୀ ବଙ୍ଗଳାରେ ରହୁଥିଲେ। ଆଜି ସକାଳ ସମୟରେ ବ୍ଲକ୍ ପରିସରରେ ଥିବା ପୋଖରୀକୁ ଶୁପାଇଙ୍କ ପୁତ୍ର ଲାଲ ମୋହନ ଯାଇଥିବା ବେଳେ ଗୋଡ଼ ଖସିଯିବାରୁ ପାଣିରେ ବୁଡ଼ି ଯାଇଥିଲା। ପରେ ପାଣିରେ ଭାସୁଥିବା ଦେଖି ସ୍ଥାନୀୟ ଲୋକ ଉଦ୍ଧାର କରି ବସ୍ତା ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାରକୁ ହସ୍ତାନ୍ତର କରିଥିବା ଜଣାଯାଇଛି।
[ad_2]