ଅପରାଧ

ଅଙ୍ଗ ପ୍ରତ୍ୟାରୋପଣ ରାକେଟ୍‌ ନେଇ ରାଜସ୍ଥାନ ଓ ହରିୟାଣା ଡିଜିପିଙ୍କୁ ମାନବାଧିକାର ସଂଗଠନର ନୋଟିସ୍‌ – bajravana

[ad_1]

ଜୟପୁର: ରାଜସ୍ଥାନ ଓ ହରିୟାଣାରେ ବ୍ୟାପିଥିବା ବେଆଇନ ଅଙ୍ଗ ପ୍ରତ୍ୟାରୋପଣ ର‍୍ୟାକେଟ୍‌କୁ ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆରସି) ଗଭୀର ଉନ୍‌ବେଗ ପ୍ରକାଶ କରିବା ସହ ନିଜ ତରଫରୁ ଏକ ମାମଲା ରୁଜୁ କରି ଉଭୟ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ଡିଜିପିଙ୍କୁ ନୋଟିସ୍‌ ଜାରି କରିଛନ୍ତି।

କମିଶନ ତାଙ୍କ ନୋଟିସରେ ଦର୍ଶାଇଛନ୍ତି ଯେ ହରିୟାଣା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ରାଜସ୍ଥାନ ଏବଂ ହରିୟାଣାରେ ବ୍ୟାପିଥିବା ଏକ ବେଆଇନ ଅଙ୍ଗ କାରବାର ରାକେଟର ପର୍ଦ୍ଦାଫାସ କରିଛି।

କମିଶନ ଆହୁରି ମଧ୍ୟ କହିଛନ୍ତି ଯେ ହରିୟାଣାର କର୍ତ୍ତୃପକ୍ଷ ଗୁରୁଗ୍ରାମର ସେକ୍ଟର ୩୯ରେ ଥିବା ଏକ ହୋଟେଲରେ ଚଢ଼ାଉ କରିଥିଲେ, ଯେଉଁଠାରେ ଜଣେ ବାଂଲାଦେଶୀ ନାଗରିକ ଦାବି କରିଥିଲେ ଯେ ଜୟପୁରର ଏକ ଡାକ୍ତରଖାନାରେ କରାଯାଇଥିବା ଅସ୍ତ୍ରୋପଚାର ସମୟରେ ତାଙ୍କର କିଡନି ବାହାର କରାଯାଇଥିଲା, ଯାହା ପରେ ତାଙ୍କୁ ଡେ’ କେୟାର ପାଇଁ ହୋଟେଲକୁ ପଠା ଯାଇଥିଲା।

ଏନଏଚଆରସି କହିଛି, ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବାଂଲାଦେଶୀ ନାଗରିକ ଅଧିକାରୀମାନଙ୍କୁ କହିଥିଲେ ଯେ ସେ ବାଂଲାଦେଶରେ ଏକ ମୋବାଇଲ ଦୋକାନ ଚଳାଉଛନ୍ତି ଏବଂ ରାଞ୍ଚିରେ ରହୁଥିବା ମହମ୍ମଦ ମୁର୍ତାଜା ଅନସାରୀ ନାମକ ଜଣେ ଏଜେଣ୍ଟ ତାଙ୍କୁ ନକଲି ପାସପୋର୍ଟ ଜରିଆରେ ଭାରତ ପଠାଇଥିଲେ।

କମିଶନ କହିଛନ୍ତି ଯେ ମାନବ ଅଙ୍ଗର ବେଆଇନ କାରବାର ଏବଂ ବିଶେଷକରି କିଡନି କାରବାରକୁ ନେଇ ସେମାନେ ଚିନ୍ତିତ, ଯେଉଁଥିରେ ପ୍ରାୟତଃ ଗରିବ ଲୋକଙ୍କ ଶୋଷଣ ଏବଂ ସେମାନଙ୍କ ଜୀବନ ଅଧିକାରର ଉଲ୍ଲଂଘନ କରାଯାଉଛି। ଏନଏଚଆରସି ଏହି ମାମଲାରେ ଦାଖଲ ହୋଇଥିବା ଏଫଆଇଆରର ସ୍ଥିତି ଏବଂ କାହାକୁ ଗିରଫ କରାଯାଇଛି କି ନାହିଁ ସେ ସମ୍ପର୍କରେ ବିସ୍ତୃତ ରିପୋର୍ଟ ମାଗଛନ୍ତି।

ରାଜସ୍ଥାନର ଦୁର୍ନୀତି ନିବାରଣ ବ୍ୟୁରୋ (ଏସିବି)ର ଅଧିକାରୀମାନେ ଚଳିତ ମାସ ପ୍ରାରମ୍ଭରେ ଜୟପୁରର ସରକାରୀ ସୱାଇ ମାନ ସିଂହ ହସ୍ପିଟାଲରେ କାର୍ଯ୍ୟରତ ଜଣେ ୟୁଡିସି ଏବଂ ଦୁଇଟି ଘରୋଇ ହସ୍ପିଟାଲର ସଂଯୋଜକଙ୍କୁ ଦାତା ଏବଂ ଗ୍ରହଣକାରୀଙ୍କ ଅଙ୍ଗ ପ୍ରତିରୋପଣ ପାଇଁ ଆବଶ୍ୟକ ନୋ ଅବ୍‌ଜେକସନ ସାର୍ଟିଫିକେଟ୍‌ (ଏନ୍‌ଓସି) ଜାଲିଆତି ଅଭିଯୋଗରେ ଗିରଫ କରିବା ପରେ ଏହି ବେଆଇନ ଅଙ୍ଗ ପ୍ରତିରୋପଣ ରାକେଟ୍‌ ସାମ୍ନାକୁ ଆସିଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button