ଓଡିଶା

ମନରେଗା କାର୍ଯ୍ୟରେ ମେସିନ ଲାଗିବନି, କେବଳ ଲୋକଙ୍କ ଦ୍ଵାରା କାର୍ଯ୍ୟ କରାଯିବ : ବିଡିଓ – bajravana

[ad_1]

ବ୍ଲକ ସ୍ତରୀୟ ମନରେଗା ଯୋଜନା ଜନଶୁଣାଣି

ଘୁ.ଉଦୟଗିରି: ସ୍ଥାନୀୟ ବ୍ଲକ ପ୍ରେକ୍ଷାଳୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୋଜ କୁମାର୍ ଦେବତାଙ୍କ ଅଧ୍ୟକ୍ଷତାରେ ବ୍ଲକ ସ୍ଥରୀୟ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାକୁ ନେଇ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଆଇଟିଡ଼ିଏ ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା ଉପସ୍ଥିତ ରହି ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ବିଷୟରେ ନିଜର ବାର୍ତ୍ତା ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ସମିତି ଅଧ୍ୟକ୍ଷା  ସୁଷମା ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟା  ଲିଲିମା ପ୍ରଧାନ, ଏଇଇ ଅସିତ୍ କୁମାର ସେଠୀ, ବ୍ଲକ ଉପାଧ୍ୟକ୍ଷ ଏନ୍ ଲୁକ୍ ମଞ୍ଚାସିନ ରହିଥିବା ବେଳେ ୮ ଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ସମସ୍ତ ଲାଇନ୍ ବିଭାଗ ଅଧିକାରୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ଜିଆରଏସ, ଗାଁ ସାଥୀ( ମେଟ୍), ବିଏଫଟି ଓ ଅନ୍ୟ ପଞ୍ଚାୟତ କର୍ମକର୍ତ୍ତା ଓ ଶ୍ରମଜୀବୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ସମ୍ବୋଧିତ ସମସ୍ତ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା ହେବା ସହ ଜନଶୁଣାଣି ହୋଇଥିଲା ଓ  ଲାଇନ୍ ବିଭାଗ ଅଧିକାରୀ ମାନେ ନିଜର ପ୍ରକଳ୍ପ ବିଷୟରେ ଅବଗତ କରାଇଥିଲେ।

ଆଜିର ଜନ ଶୁଣାଣି କାର୍ଯ୍ୟକ୍ରମରେ ଅନେକ ଅଭିଯୋଗ ଆସିଥିବା ବେଳେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଭାଗୀୟ ସ୍ତରରେ ସମାଧାନ ତୁରନ୍ତ କରିବା ନେଇ ପ୍ରକାଶ କରିଥିଲେ। ତେବେ ମନରେଗା କାର୍ଯ୍ୟରେ କାହିକି ମେସିନ ମାଧ୍ୟମରେ କାମ କରାଯାଉଛି ବୋଲି, ସାମ୍ବାଦିକଙ୍କ ପ୍ରଶ୍ନରେ ବିଡିଓ ଓ ପ୍ରଶାସନିକ ଅଧିକାରୀ ଉତ୍ତର ରଖିଥିଲେ ଯେ କୌଣସି ପ୍ରକାର ମନରେଗା କାର୍ଯ୍ୟରେ ମେସିନ ଲାଗିବ ନାହିଁ, ତାହା କେବଳ ଲୋକମାନଙ୍କ ଦ୍ଵାରା କାର୍ଯ୍ୟ କରାଯିବ ବୋଲି କହିଥିଲେ। ଏହିପରି ଯଦି କୌଣସି ଅଭିଯୋଗ ଆସେ ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ତେବେ ବିଭିନ୍ନ ସମସ୍ୟା ବିଷୟରେ ଅଭିଯୋଗକାରୀ ଅଭିଯୋଗକୁ ଲିଖିତ ଭାବରେ ଆଣି ନ ଥିବା ବେଳେ ମୌଖିକ ଅଭିଯୋଗ କରିଥିଲେ କିନ୍ତୁ ତାହା ଲିଖିତ ଭାବରେ ଅଭିଯୋଗ କରିବା ନିମନ୍ତେ ଆଇଟିଡିଏ ପ୍ରଶାସକ କୃପାସିନ୍ଧୁ ବେହେରା ପ୍ରକାଶ କରିଥିଲେ। ପରେ ବିଡିଓ ଆଇଟିଡିଏ ପ୍ରଶାସକ ପ୍ରତି ପଞ୍ଚାୟତ ସ୍ତରରେ ଏହିପରି ଜଣ ଶୁଣାଣି କାର୍ଯ୍ୟକ୍ରମ ଆୟୋଜନ କରିବା ନିମନ୍ତେ ସରପଞ୍ଚ ମାନଙ୍କୁ କହିଥିଲେ। ତା ସହିତ ଯେଉଁ ଶ୍ରମିକମାନେ କାମ କରି ପାରିଶ୍ରମିକ ପାଇନାହାନ୍ତି ତାହା ସମାଧାନ ତୁରନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କାର୍ଯ୍ୟକ୍ରମକୁ ବ୍ଲକ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ଗାୟତ୍ରୀ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button