ଓଡିଶା

ଚାଷୀଙ୍କୁ ବିଜୁଳି ଦର ମାଡ଼: ପଞ୍ଜାବ, ଆନ୍ଧ୍ରରେ ମାଗଣା – bajravana

[ad_1]

ବଦଳିବ କି କୃଷି କ୍ଷେତ୍ରରେ ବିଜୁଳି ନୀତି?

ଭୁବନେଶ୍ବର: ପଞ୍ଜାବ, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶରେ ଚାଷୀଙ୍କୁ ମିଳୁଛି ମାଗଣା ବିଜୁଳି। ୧୯୯୭ ମସିହାରୁ ପଞ୍ଜାବ ସରକାରଙ୍କ ପକ୍ଷରୁ ଫାର୍ମ ମୋଟର୍‌ରେ ମାଗଣା ବିଜୁଳି ପ୍ରଦାନ ବ୍ୟବସ୍ଥା ଆରମ୍ଭ କରିଥିଲେ। ୨୦୦୪ ମସିହାରୁ ଆନ୍ଧ୍ରପ୍ରଦେଶରେ ଚାଷୀଙ୍କୁ ମାଗଣା ବିଜୁଳି ଦେଉଛନ୍ତି ସରକାର। ତାମିଲନାଡ଼ୁରେ ମଧ୍ୟ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି। ଚଳିତ ନିର୍ବାଚନରେ ତେଲେଙ୍ଗାନାରେ ଚାଷୀଙ୍କୁ ମାଗଣା ବିଜୁଳି ପ୍ରଦାନର ପ୍ରତିଶ୍ରୁତି ଦେଇ ଶାସନକୁ ଆସିଛି କଂଗ୍ରେସ। ମଧ୍ୟପ୍ରଦେଶରେ ଅନୁସୂଚିତ ଜାତି ଏବଂ ଜନଜାତି ଚାଷୀଙ୍କୁ କଟକଣା ଭିତ୍ତିରେ ମାଗଣା ବିଜୁଳି ପ୍ରଦାନର ବ୍ୟବସ୍ଥା ରହିଛି। ଛତିଶଗଡ଼ରେ ଚାଷୀଙ୍କୁ ବିଜୁଳି ଖର୍ଚ୍ଚ ନେଇ ମାତ୍ରାଧିକ ଚାପ ବହନ କରିବାକୁ ପଡ଼ିବ ନାହିଁ ଏଥିପାଇଁ କୃଷକ ଜୀବନ ଜ୍ୟୋତି ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଥିବା ନେଇ ଜୁଲାଇ ମାସରେ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇ ଥିଲା। ଏହା କେବଳ ଉଦାହରଣ ମାତ୍ର। ଅନ୍ୟାନ୍ୟ ଅନେକ ରାଜ୍ୟରେ ଚାଷୀଙ୍କୁ ମାଗଣା କିମ୍ବା ନାମମାତ୍ର ଦରରେ ବିଜୁଳି ପ୍ରଦାନର ବ୍ୟବସ୍ଥା ରହିଛି। କିନ୍ତୁ ଓଡ଼ିଶାରେ ୧ ୟୁନିଟ ହିସାବରେ ଚାଷୀଙ୍କ ଠାରୁ ୧ ଟଙ୍କା ୫୦ ପଇସା ନିଆଯାଉଛି। ମାଗଣା ବିଜୁଳି ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାର ଚାଷୀ ସଙ୍ଗଠନ ଆନ୍ଦୋଳନ ଆରମ୍ଭ କରିଛନ୍ତି। କିଛି ମାସ ପୂର୍ବରୁ ଲୋୟର ପିଏମଜିରେ ଧାରଣା ଦିଆଯାଇ ଥିଲା। ତଥାପି ଏଥିରେ ସୁଧାର ଆସିନାହିଁ। ପୂର୍ବରୁ ୨୦୨୨ ମସିହା ଜୁଲାଇ ମାସରେ ଶକ୍ତି ମନ୍ତ୍ରୀ ସ୍ପଷ୍ଟ କରି ଦେଇଥିଲେ ଯେ କୃଷି କ୍ଷେତ୍ରକୁ ମାଗଣା ବିଜୁଳି ପ୍ରଦାନ ନେଇ ରାଜ୍ୟ ସରକାରଙ୍କ କୌଣସି ଯୋଜନା ନାହିଁ। ହେଲେ ୨୦୨୪ ନିର୍ବାଚନ ପରିପ୍ରେକ୍ଷୀରେ ଏହି ପ୍ରସଙ୍ଗଟି ପୁଣି ଥରେ ମୁଣ୍ଡ ଟେକିଥିବା କାରଣରୁ ରାଜ୍ୟ ସରକାର ଏହା ଉପରେ କି ଆଭିମୁଖ୍ୟ ଗ୍ରହଣ କରିବେ, ତା ଉପରେ ଏବେ ସମସ୍ତଙ୍କର ନଜର ରହିଛି।

ବିଶେଷଜ୍ଞଙ୍କ କହିବା ଅନୁସାରେ, ୨୦୧୬ ମସିହାରେ ରାଜ୍ୟରେ ଯେଉଁଠି ହେକ୍ଟର ପିଛା ୧.୬ କିଲୋୱାଟର ବିଜୁଳି ଶକ୍ତି ଖର୍ଚ୍ଚ ହେଉଥିଲା, ବର୍ତ୍ତମାନ ତାହା ୨.୨୩ କିଲୋୱାଟ୍‌ରେ ପହଞ୍ଚି ସାରିଛି। ଅନ୍ୟପକ୍ଷରେ ଚାଷୀଙ୍କ ଯୁକ୍ତି ହେଲା- ଅଣଜଳସେଚିତ ଅଞ୍ଚଳରେ ବିଜୁଳି ମୋଟର ଜରିଆରେ ଚାଷୀ ଜଳସେଚନ କରନ୍ତି। ସେଥିପାଇଁ ଏଠାରେ ଚାଷୀଙ୍କୁ ବିଜୁଳି ବାବଦରେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିଥାଏ। ପଞ୍ଜାବରେ ୯୮.୬ ପ୍ରତିଶତ ଜମି ଜଳସେଚିତ। ଓଡ଼ିଶାରେ ୬୧ ଲକ୍ଷ ୮୧ ହଜାରରୁ ୪୭ ଲକ୍ଷ ୯୭ ହଜାର ହେକ୍ଟର ଜମି ଜଳସେଚିତ କରିବା ନେଇ ସରକାର ଦାବି କରୁଛନ୍ତି। ହେଲେ ବାସ୍ତବିକତା ହେଲା, ବର୍ଷା ନ ହେଲେ ସବୁ ଶୁଖିଲା ପଡ଼ିଯାଏ। ୨୦୨୨ ମସିହାରେ ସିଏଜିର ରିପୋର୍ଟ ଅନୁସାରେ, ୨୦୧୪ ରୁ ୨୦୧୯ ମସିହା ମଧ୍ୟରେ ୧୨ ହଜାର ୭୪୨ କୋଟି ଟଙ୍କା ଖର୍ଚ୍ଚ ପରେବି ରାଜ୍ୟରେ ମାତ୍ର ୨୪ ପ୍ରତିଶତ ଜମିହିଁ ଜଳସେଚିତ ହୋଇ ପାରିଛି। ଖରିଫ ଠାରୁ ରବିର ସ୍ଥିତି ଆହୁରି ସାଂଘାତିକ। ତେଣୁ ଚାଷୀ ଖର୍ଚ୍ଚାନ୍ତ ହୁଏ।
ସ୍ଥିତି ଏଭଳି ହୋଇଛି ଯେ ବିଜୁଳି ବିଲ୍‌ ଦେୟ ବାବଦରେ ବରଗଡ଼ର ଜଣେ ଚାଷୀଙ୍କୁ ୧ ଲକ୍ଷ ୯୦ ହଜାର ଟଙ୍କା ଆସିବା କିଛି ଦିନ ପୂର୍ବରୁ ଚର୍ଚ୍ଚାର ବିଷୟ ହୋଇଥିଲା। ବିଜୁଳି ବିତରଣ ଦାୟିତ୍ବ ଘରୋଇ ସଂସ୍ଥା ଉପରେ ରହିଥିବାରୁ ବକେୟା ପ୍ରଦାନରେ ବିଳମ୍ବ ହେଲେ ମାତ୍ରାଧିକ ଜରିମାନା ଆଦାୟ ହେଉଛି। ଏପରିକି ବିଭିନ୍ନ ସ୍ଥାନରେ ଚାଷୀମାନଙ୍କ ସହିତ ଦୁର୍ବ୍ୟବହାର ହେଉଥିବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା। ହେଲେ ଚାଷୀ ସଙ୍ଗଠନ କହିବା ଅନୁସାରେ, ଯଦି ସରକାର ଆଜି ପର୍ଯ୍ୟନ୍ତ ଶତପ୍ରତିଶତ ଅଞ୍ଚଳକୁ ଜଳସେଚିତ କରିପାରୁ ନାହାନ୍ତି , ବିଜୁଳି ବିଲ ମାତ୍ରାଧିକ କାହିଁକି ନିଆଯାଉଛି?



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button