newsଓଡିଶା

ଯୁଗାନ୍ତର ସାଂସୃତିକ ପରିଷଦ ର ୪୩ ତମ ବାର୍ଷିକୋତ୍ସବ ଓ ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତ ସିଂହାରଙ୍କର ପବିତ୍ର ଜୟନ୍ତୀ ସମାରୋହ

ପ୍ରତିବର୍ଷ ପରି ଚଳିତ ବର୍ଷ ‘ଯୁଗାନ୍ତର ସାଂସୃତିକ ପରିଷଦ ’ର ୪୩ ତମ ବାର୍ଷିକୋତ୍ସବ ସହିତ ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତ ସିଂହାରଙ୍କର ପବିତ୍ର ଜୟନ୍ତୀ ସମାରୋହ ଆଜି ବୁଧବାର ପୂର୍ବାହ୍ନ ୧୦ ଘଟିକା ସମୟରେ ସଭାପତି କିଶୋର ଚନ୍ଦ୍ର ଦାଶଙ୍କ ସଭାପତିତ୍ୱରେ ରଇପୁର ଘାଟକୂଳ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ଉତ୍ସବର ମୁଖ୍ୟ ଅତିଥିଭାବେ ବିଶିଷ୍ଟ ଶିକ୍ଷାବିତ୍ ତଥା ସମୟ ଖବର କାଗଜର ପୂର୍ବତନ ସଂପାଦକ , ସମ୍ଭକାର, ସମାଲୋଚକ ପ୍ରାବନ୍ଧିକ ଅଧ୍ୟାପକ ବିଶ୍ୱ ରଂଜନ ଓ ମୁଖ୍ୟ ବକ୍ତାଭାବେ ବିଶିଷ୍ଟ ପ୍ରବକ୍ତା ଓ ଲେଖକ ଶ୍ରୀଯୁକ୍ତ ଶରଣାରବିନ୍ଦ ଓଝା ଯୋଗଦାନ କରି ଅଭିମନ୍ୟୁ ସାହିତ୍ୟ ଓ ତାହାର ସାରସ୍ୱତ ଦିଗ ଉପରେ ଆଲୋଚନା କରିବା ସହିତ ବିଦଗ୍ଧ ମାଟିର ମହନୀୟତା ଉପରେ ବାଖ୍ୟା କରିଥିଲେ । ମୁଖ୍ୟ ବକ୍ତା ଶରଣାରବିନ୍ଦ କହିଲେ ଯେ କବି ଅଭିମନ୍ୟୁ ଜଣେ ସାଧାରଣ କବି ନୁହଁନ୍ତି । ଜଣେ ଜନ୍ମ ହୋଇ ତାହାର ଭବିଷ୍ୟତର କାର୍ଯ୍ୟକ୍ରମ ଦ୍ୱାରା ପ୍ରତିଷ୍ଠା ଲାଭ କରିଥାଏ ଓ ତାହାକୁ ପରେ ଲୋକେ ଜାଣନ୍ତି । କିନ୍ତୁ ଅଭିମନ୍ୟୁ ଜନ୍ମ ହେବେ ବୋଲି ଜନ୍ମର ଶହ ଶହ ବର୍ଷ ପୂର୍ବରୁ ମହାପୁରୁଷ ମାନେ ତାଙ୍କ ଭବିଷ୍ୟ ଗ୍ରନ୍ଥରେ ରଚନା କରି ଯାଇଥିଲେ । ଏହାର ଭୂରି ଭୂରି ପ୍ରମାଣ ରହିଚି ।ତେଣୁ ତାଙ୍କୁ ଜଣେ ସାଧାରଣ କବି ଭାବେ କିପରି ଭାବିବା । ଏହା ସହିତ ସଂମ୍ବର୍ଦ୍ଧନା ଉତ୍ସବ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଅନୁଷ୍ଠାନର ସଂପାଦକ ଡ. ଭାଗ୍ୟଧର ସାହୁ ସଂପାଦକ ବିବରଣୀ ପାଠ କରିଥିଲେ । ଏତଦ୍‌ଭିନ୍ନ ଯୁଗାନ୍ତର ସମ୍ମାନ ବିଶିଷ୍ଟ ଶିକ୍ଷାବିତ୍ ଓ ସାହିତ୍ୟିକ ଡ. ରବୀନ୍ଦ୍ର ବିହାରୀ,ଯୁଗାନ୍ତର କଳା-ସମ୍ମାନ- ଲେଖକ ଓ ଭାଷ୍ୟକାର ଶ୍ରୀଯୁକ୍ତ ଶରଣାରବିନ୍ଦ ଓଝା, ସଂଗ୍ରାମୀ ଦୁର୍ଯୋଧନ ମହାପାତ୍ର ସ୍ମୃତି ସମ୍ମାନ- କାର୍ଯ୍ୟନିର୍ବାହୀ ସଂପାଦକ ‘ପ୍ରଗତିବାଦୀ’ ଓ ବିଶିଷ୍ଟ ସ୍ତମ୍ଭକାର ଶ୍ରୀଯୁକ୍ତ ବିରୂପାକ୍ଷ ତ୍ରିପାଠୀ, ସଂଗ୍ରାମୀ ବିଚିତ୍ରାନନ୍ଦ ରାୟ ସ୍ମୃତି ସମ୍ମାନ -ଅବସରପ୍ରାପ୍ତ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ସମାଜସେବୀ ଡାକ୍ତର ବିଜୟ କୁମାର ଶତପଥୀ, ସଂଗ୍ରାମୀ ଅଭିମନ୍ୟୁ ମହାପାତ୍ର ସ୍ମୃତି ସମ୍ମାନ – ସାହିତ୍ୟିକା, କଣ୍ଠଶିଳ୍ପୀ ଓ ସ୍ତମ୍ଭକାର ଶ୍ରୀମତୀ ଛନ୍ଦା ମିଶ୍ର , ଶିକ୍ଷାବିତ୍ ନବଘନ ଜେନା ସ୍ମୃତି ସମ୍ମାନ -ଅବସରପ୍ରାପ୍ତ ଅଧ୍ୟକ୍ଷ,ଶିକ୍ଷାବିତ୍ ତଥା କେନ୍ଦ୍ରାପଡା ସ୍ୱୟଂ ସାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ନନ୍ଦକିଶୋର ପରିଡା , ଅନନ୍ତ କିଶୋର ନାଟ୍ୟ ସମ୍ମାନ- ,ନାଟ୍ୟକାର ଓ ନାଟ୍ୟ ନିର୍ଦ୍ଦେଶକ ନାଟ୍ୟକାର ଯତୀନ୍ଦ୍ର ମହାପାତ୍ର , ଶିକ୍ଷାବିତ୍ ଭଜହରି ମହାପାତ୍ର ସ୍ମୃତି ସମ୍ମାନ -ଅବସରପ୍ରାପ୍ତ ଅଧ୍ୟକ୍ଷ,ସାହିତ୍ୟିକ ପ୍ରଫେସର ଡ. ଯଦୁନାଥ ପ୍ରଧାନ ଙ୍କୁ ପ୍ରଦାନ କରାଯାଇଥିଲା । ଓ ୨୦୨୧ ମସିହା ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ଆଂଚଳିକ ସ୍ତରରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ର.ଛାତ୍ରୀଙ୍କ ମଧ୍ୟରୁ ଦୁର୍ଗାଦେବୀ ପ୍ରତିଭା ସମ୍ମାନ- ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର , ବାଲିଚନ୍ଦ୍ରପୁର ର ଛାତ୍ରୀ ଶ୍ରଦ୍ଧା ସାମଲ, ମହେଶ୍ୱର ମଲ୍ଲ ହାଇସ୍କୁଲ ,ଶୁକଳ ସ୍ୱୟଂଶ୍ରୀ ସେନାପତି. ପଂଚାୟତ ହାଇସ୍କୁଲ ରାମପୁରର ପଲ୍ଲୀଶ୍ରୀ ମଲ୍ଲିକ୍‌, ବାଂଛାନିଧି ମାତୃଭାଷା ସମ୍ମାନ – ମହେଶ୍ୱର ମଲ୍ଲ ହାଇସ୍କୁଲ, ଶୁକଳ ର ଦୀପ୍ତିମୟୀ ମହାନ୍ତି, ବେଣୁଧର ରାଉତ ଛାତ୍ର ପ୍ରତିଭା ସମ୍ମାନ -ପଲ୍ଲୀପ୍ରଭା ବିଦ୍ୟାୟନ, ଜନକ ର ସତ୍ୟ ପ୍ରକାଶ ସାମଲ, ଅଲିଆବାଦ ହାଇସ୍କୁଲ ର ରାଜ ନନ୍ଦିନୀ ଘଡାଇ, ଅଜାଣ ହାଇସ୍କୁଲ,ମେଦୁଆକୂଳ ର ,ସ୍ୱପ୍ନାରାଣୀ ଶ୍ୟାନ୍ତି , ରଇପୁର ସରକାରୀ ଉଚ୍ଚ ବିଦ୍ୟାଳୟ,ରଇପୁର ର ପ୍ରୀତିସୁଧା ସେନାପତି, ଓ ୨୦୨୨ ପାଇଁ କେଶବ ଚନ୍ଦ୍ର ମେମୋରିଆଲ ସିଲ୍ଡ୍ ହାତେଇଲେ , ତାଳୁଆ ବାଲିକୁଦା ଉନ୍ନୀତ ମଧ୍ୟ ଇଂରାଜୀ ବିଦ୍ୟାଳୟ । ଯୁଗାନ୍ତର ଅନୁଷ୍ଠାନର କାର୍ଯ୍ୟକ୍ରମ କୁ ସମୃଦ୍ଧ କରିବାରେ ସୈାଭାଗ୍ୟ ସେନାପତି, ରମାକାନ୍ତ ବଳ,ଦାମୋଦର ନାୟକ, ସୁର ମୋହନ ମହାପାତ୍ର, ସୁଧିର ସେନାପତି,ଅଜିତ ମହାନ୍ତି, ରାମଚନ୍ଦ୍ର ସାମଲ, ବାଇଧର ସେନାପତି ଦିବାକର ଜେନା, ସସ୍ମିତା ନନ୍ଦ,ମାମା ମହାନ୍ତି ,ଶୁକଦେବ ସାହୁ,ଚିନ୍ମୟ ଚିର ସୁନ୍ଦର ସାମଲ, ଚିନ୍ମୟ ବିଶ୍ୱାଳ, ଯଜାତି ମହାପାତ୍ର, କୃତ୍ତିବାସ ମହାରଣା,, ରବିନ୍ଦ୍ର ନାଥ ସାମଲ, ଜ୍ୟୋତି ପ୍ରକାଶ ସାହୁ , ପୂର୍ଣ୍ଣିମା ସାମଲ ଙ୍କ ଭୂମିକା ଅନନ୍ୟଥିଲା ।ଅପରପକ୍ଷେ, ସମସ୍‌ତ କାର୍ଯ୍ୟକ୍ରମ କୁ ସଂଗୀତ ରେ ଛନ୍ଦି ଦେଇ ଅଧିକ ରୁଦ୍ଧିମନ୍ତ କରିଥିଲେ , ଅନନ୍ୟା ବଳ,ସ୍ୱାଗତ ନୃତ୍ୟର ତାଳେ ତାଳେ ସଭାକୁ ମନ୍ତ୍ରମୁଗ୍ଧ କରିଥିଲେ ବିପ୍‌ସା ପ୍ରିୟ ଦର୍ଶିନୀ ରାଉତ, ଶେଷରେ ଗାୟିକା ଛନ୍ଦା ମିଶ୍ର ବିଦାୟ ଛାନ୍ଦ ଓ ଶ୍ରୀ ଜୟଦେବଙ୍କ ଗୀତ ଗୋବିନ୍ଦ ଗାନ କରିଥିଲେ ।

 

Related Articles

Leave a Reply

Your email address will not be published. Required fields are marked *

Back to top button