ଓଡିଶା

ଦୁଇ ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ଜେଲଦଣ୍ଡ, ୨୦ ହଜାର ଟଙ୍କା ଜରିମାନା – bajravana

[ad_1]

ସୁନ୍ଦରଗଡ଼:  ଜିଲ୍ଲା ଦୌରାଜଜ ଶୁଭଦର୍ଶୀ ପଟ୍ଟନାୟକ ଏକ ଗଣଦୁଷ୍କର୍ମ ମାମଲାରେ ଶୁଣାଣି କରି ଶୁକ୍ରବାର ଦୁଇ ଜଣ ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ଜେଲଦଣ୍ଡ ଦେଇଛନ୍ତି। ଦୋଷୀମାନଙ୍କୁ ୫ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅଧିକ ୬ ମାସ ଦଣ୍ଡ ଦେଇଛନ୍ତି । ଦୋଷୀ ସାବ୍ୟସ୍ତ ହୋଇଥିବା ୨ ବ୍ୟକ୍ତି ହେଲେ ରାଜେନ କୁଜୁର ଓ ରବି ଓରାମ।

ମାମଲାର ବିବରଣୀରୁ ଜଣାଯାଏ ଯେ, ୨୦୧୯ ଜୁନ୍‌ ମାସରେ ପୀଡିତା କୌଣସି ଏକ କାମରେ ସୁନ୍ଦରଗଡ଼ ଆସିଥିଲେ। କାମ ସାରି ଘରକୁ ଫେରିବା ସମୟରେ ଡେରି ହୋଇଯିବାରୁ ଅଲେଇକେରାର ସୁବାସିନୀ ନାମକ ଜଣେ ସାଙ୍ଗକୁ ଫୋନ କରି ତାଙ୍କ ଘରକୁ ଯାଇଥିଲେ। ସୁବାସିନୀ ପୀଡ଼ିତାଙ୍କୁ କହିଥିଲେ ଯେ, ଆଜି ରାତି ହୋଇଗଲାଣି ଆଜି ଆମ ଘରେ ରହିଯାଅ। ତେବେ ସେହିଦିନ ତାଙ୍କ ଘରେ ଏହି ଦୁଇ ଅଭିଯୁକ୍ତ ମଧ୍ୟ ଥିଲେ। ସୁବାସିନୀ କହିଥିଲା ଆଜି ମୋର ସାଙ୍ଗର ବିବାହ ଅଛି ଚାଲ ଠେଲକୁ ବୁଡ଼ ଗାଁ ଯିବା। ପୀଡ଼ିତା ମନା କରିବାରୁ ସେ ତାଙ୍କୁ ଯିବା ପାଇଁ ବାଧ୍ୟ କରିଥିଲେ।। ଶେଷରେ ଅଭିଯୁକ୍ତ ରାଜେନ କୁଜୁର, ସୁବାସିନୀ, ତାର କିଛି ସାଙ୍ଗ ଏବଂ ପୀଡ଼ିତା ବିବାହରେ ଯୋଗ ଦେବା ପାଇଁ ଠେଲକୁବୁଡ଼ ଯାଇଥିଲେ। ରାଜେନ କୁଜୁର ଓ ପୀଡ଼ିତା ମିଶି ଗୋଟିଏ ବାଇକରେ ବସିଥିଲେ । ଅନ୍ୟ ଅଭିଯୁକ୍ତ ରବି ଓରାମ ସେମାନଙ୍କ ସାଥୀରେ ଯାଇ ନଥିଲେ। କିଛି ବାଟ ଗଲାପରେ କୁଲବା ଜଙ୍ଗଲରେ ପୀଡିତାଙ୍କୁ ରାଜେନ କୁଜୁର ପ୍ରଥମେ ଦୁଷ୍କର୍ମ କରିଥିଲା ପରେ ପୀଡ଼ିତାକୁ ନେଇ ଘରେ ଛାଡ଼ି ଦେବି କହି ଅନ୍ୟ ଅଭିଯୁକ୍ତ ରବି ଓରାମ ନେଇଯାଇଥିଲା। କିନ୍ତୁ ସେ ମଧ୍ୟ ଘର ପାଖରେ ଗାଡିକୁ ଅଟକାଇ ଆମକୁଦର ନାମକ ଏକ ସ୍ଥାନରେ ଦୁଷ୍କର୍ମ କରିଥିଲା। ପରଦିନ ଅଭିଯୋଗକାରିଣୀ (ପୀଡ଼ିତା) ଥାନାରେ ଅଭିଯୋଗ କରିଥିଲେ।

ଥାନାରେ ପୀଡ଼ିତାଙ୍କ କହିବା ଅନୁଯାୟୀ ଏହି ମାମଲାରେ ଅଭିଯୁକ୍ତ ରାଜେନ କୁଜୁରର ମା’ (ଗାଁ ସାଥୀ) ଥିବାରୁ ସେ ତାର ପଦବିର ଅପବ୍ୟବହାର କରିଥିଲେ। ପୀଡ଼ିତାଙ୍କୁ କିଛି ଟଙ୍କା ଦେଇ ମାମଲାକୁ ବନ୍ଦ କରିବା ପାଇଁ ଉଦ୍ୟମ କରିଥିଲେ। ପୀଡ଼ିତା ରାଜି ନ ହେବାରୁ ଗ୍ରାମର ଅନ୍ୟ ସାକ୍ଷୀମାନଙ୍କୁ ସପକ୍ଷରେ ସାକ୍ଷୀ ନ ଦେବା ପାଇଁ ଧମକ ଦେଇଥିଲେ। କିନ୍ତୁ ପୀଡ଼ିତା ଏଥିରେ ନ ଡରି ନିଜ ପ୍ରତି ହୋଇଥିବା ଅନ୍ୟାୟକୁ ବିରୋଧ କରି ଥାନା ର ଦ୍ୱାରସ୍ଥ ହୋଇଥିଲେ। ସେ ସମୟରେ ଥିବା ତଦନ୍ତକାରୀ ଅଫିସର ବୃନ୍ଦାବତୀ ତାଣ୍ଡି ସଦର ଥାନାରେ ମାମଲା ରୁଜୁ କରି ତଦନ୍ତ କରିଥିଲେ। ଜିଲ୍ଲା ଦୌରାଜଜ ୨୨ ଜଣଙ୍କ ସାଖ୍ୟ ପ୍ରମାଣ, ସରକାରୀ ଓକିଲଙ୍କ ଦୃଢ ଯୁକ୍ତି ଏବଂ ପ୍ରତେକ୍ଷ୍ୟଦର୍ଶୀଙ୍କ ସାଖ୍ୟ ପ୍ରମାଣ ଭିତ୍ତିରେ ରାଜେନ ଓ ରବିଙ୍କୁ ୨୦ ବର୍ଷ କାରାଦଣ୍ଡ ରେ ଦଣ୍ଡିତ କରିବା ସହ ୫୦୦୦/୦୦ ଟଙ୍କା ଜରିମାନା ଆଦେଶ ଆଦେଶ କରିଥିବା ସରକାରି ଓକିଲ ଦିଲ୍ଲୀପ କୁମାର ମୁର୍ମୁ ସୂଚନା ଦେଇଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button