ବାଲ୍ୟବିବାହ ଆଇନକୁ ଫୁ’: ପରୀକ୍ଷା ନ ଦେଇ ବାହାହେଲେ ୬ ଛାତ୍ରଛାତ୍ରୀ – bajravana
[ad_1]
କାଳିଆପାଣି: ଗତ କିଛିଦିନ ମଧ୍ୟରେ ଯାଜପୁରର କାଳିଆପାଣି ଥାନା ଅଧୀନ ବିଭିନ୍ନ ଗାଁରେ ୬ ଜଣ ସ୍କୁଲ ଛାତ୍ରଛାତ୍ରୀ ବିବାହ କରିଛନ୍ତି। ସେମାନଙ୍କ ମଧ୍ୟରେ ୪ ଜଣ ଆଦିବାସୀ ଛାତ୍ରୀ ଓ ଦୁଇଜଣ ପଛୁଆ ବର୍ଗର ଛାତ୍ରଛାତ୍ରୀ ଥିବା ସୂଚନା ମିଳିଛି। ୫ ଜଣ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଓ ଜଣେ ଛାତ୍ରୀ ନବମ ଶ୍ରେଣୀ ବାର୍ଷିକ ବୋର୍ଡ ପରୀକ୍ଷାକୁ ତୁଚ୍ଛକରି ବିବାହ କରିଯାଇଛନ୍ତି। ସେମାନଙ୍କ ମଧ୍ୟରୁ ଚଳିତବର୍ଷ ଦଶମରେ ପଢ଼ୁଥିବା ୩ ଛାତ୍ରୀଙ୍କ ନାଁରେ କଅଁସ ପଞ୍ଚାୟତର ଏନ୍ଜିବିଏମ୍ ହାଇସ୍କୁଲକୁ ଆଡ୍ମିଟ୍ କାର୍ଡ ଆସିଥିଲା। ସେମାନେ ଆଡ୍ମିଟ୍ କାର୍ଡ ନେବାକୁ ଆସିନଥିଲେ ବୋଲି ପ୍ରଧାନଶିକ୍ଷକ ଚିତ୍ତରଞ୍ଜନ ଶତପଥୀ କହନ୍ତି। ଚିଙ୍ଗୁଡ଼ିପାଳ ସୌରିକ ହାଇସ୍କୁଲରେ ଜଣେ ଛାତ୍ରୀ ଫର୍ମ ପୂରଣ କରିଥିଲେ ମଧ୍ୟ ଆଡ୍ମିଟ୍ କାର୍ଡ ନେଇନଥିଲେ। ଏହି ଛାତ୍ରୀ ଜଣକ ବିବାହ କରିଥିବା ନେଇ ସୂଚନା ମିଳିଥିବା ସ୍କୁଲ ପକ୍ଷରୁ କୁହାଯାଇଛି। ସେହି ସୌରିକ ହାଇସ୍କୁଲର ଜଣେ ପଛୁଆବର୍ଗର ଛାତ୍ର ମାଟ୍ରିକ୍ ପରୀକ୍ଷାର ପ୍ରଥମଦିନ ପରେ ଅନୁପସ୍ଥିତ ରହିଥିଲେ। ଛତାଟାଙ୍ଗରର ଏହି ଛାତ୍ର ଜଣକ ତାଙ୍କ ଗାଁ ପାଖ ବସ୍ତିର ଜଣେ ନବମଶ୍ରେଣୀର ଆଦିବାସୀ ଛାତ୍ରୀଙ୍କୁ ବିବାହ କରିଥିବା ଜଣାପଡ଼ିଛି। ଗତବର୍ଷ ଠିକ୍ ଏମିତି ମାଟ୍ରିକ୍ ପରୀକ୍ଷାକୁ ଏଡ଼ାଇ ଖଣିଅଞ୍ଚଳର ୪ ଜଣ ଛାତ୍ରଛାତ୍ରୀ ବାଲ୍ୟ ବିବାହ କରିଥିଲେ। ଏଥର ଏହାର ପୁନରାବୃତ୍ତି ହୋଇଛି। ପୁନଶ୍ଚ ଗତ ୫ ବର୍ଷ ମଧ୍ୟରେ ଘାଗିଆସାହି ଓ ଚିରିଗୁଣିଆ ଗାଁରେ ଅନୁଷ୍ଠିତ ବିବାହ ମଧ୍ୟରୁ ୮୦% ବାଲ୍ୟବିବାହ ହୋଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନର ନଜିର ନାହିଁ। ଏ ସଂପର୍କରେ ଯାଜପୁର ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସବିତା ଚ୍ୟାଉପଟ୍ଟନାୟକଙ୍କୁ କହିଛନ୍ତି, ତାଙ୍କ ପାଖେ ଏ ନେଇ ସୂଚନା ନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ଉପସ୍ଥାନ ଖାତାରେ ନାମ, ଇଟାଭାଟିରେ କାମ, ତେଲେଙ୍ଗାନାରୁ ୪ ଶିଶୁଶ୍ରମିକ ଉଦ୍ଧାର
ନବରଙ୍ଗପୁର: ସ୍କୁଲ ଉପସ୍ଥାନ ଖାତାରେ ନାଁ ଗଡ଼ୁଛି। କିନ୍ତୁ ମାସ ମାସ ଧରି ବିଦ୍ୟାଳୟର ମୁହଁ ଚାହିଁନାହାନ୍ତି ପିଲା। ତଥାପି ବିଦ୍ୟାଳୟ କର୍ତ୍ତୃପକ୍ଷ ନିରବ। ଅନ୍ୟପଟେ କଅଁଳ ବୟସରେ ଦଲାଲ୍ର ପ୍ରଲୋଭନରେ ପଡ଼ି ଦାଦନ ଖଟିବାକୁ ବାପା, ମା’ ସହ ରାଜ୍ୟ ବାହାରକୁ ଚାଲି ଯାଉଛନ୍ତି। ଯାହାର ଜ୍ବଳନ୍ତ ଉଦାହରଣ ନବରଙ୍ଗପୁର ଜିଲ୍ଲା ଝରିଗାଁ ଓ ଚନ୍ଦାହାଣ୍ଡି ବ୍ଲକରେ ଦେଖିବାକୁ ମିଳିଛି। ଏଠାକାର ଚାରିଜଣ ନାବାଳକ ଓ ନାବାଳିକାଙ୍କୁ କର୍ମ କ୍ଷେତ୍ରରୁ ଉଦ୍ଧାର କରିଛି ତେଲେଙ୍ଗାନା ଶ୍ରମ ବିଭାଗ। ସମସ୍ତ ଶିଶୁ ଶ୍ରମିକଙ୍କୁ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗକୁ ହସ୍ତାନ୍ତର କରିଛି। ଜିଲ୍ଲାରେ ଡ୍ରପଆଉଟ୍ର ପ୍ରକୃତ ଚିତ୍ରକୁ ଏହି ଘଟଣା ପଦାରେ ପକାଇଛି। ଗତ ଜାନୁଆରି ମାସରେ ତେଲେଙ୍ଗାନା ଶ୍ରମ ବିଭାଗ ମେହେବୁବାବାଦର ଏକ ଇଟାଭାଟିରେ ଚଢ଼ଉ କରିଥିଲା। ଭାଟିରୁ ୮ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିଲା। ଏମାନଙ୍କ ମଧ୍ୟରୁ ୪ଜଣ ନବରଙ୍ଗପୁର ଜିଲ୍ଲାର ଥିଲେ। ଝରିଗାଁ ବ୍ଲକର ୨ଜଣ ରହିଥିବା ବେଳେ ଜଣେ ପଞ୍ଚମ ଓ ଅନ୍ୟଜଣକ ସପ୍ତମ ଶ୍ରେଣୀର ଛାତ୍ର ବୋଲି ଜଣାପଡିଛି। ଏହି ୨ଜଣଙ୍କୁ ଜଣେ ଦଲାଲ୍ ଟଙ୍କା ଲୋଭ ଦେଖାଇ ତେଲେଙ୍ଗାନା ନେଇଥିଲେ। ଉଦ୍ଧାର ହୋଇଥିବା ଅନ୍ୟ ୨ଜଣ ଚନ୍ଦାହାଣ୍ଡି ବ୍ଲକର। ଜଣେ ପଞ୍ଚମରେ ଓ ଅନ୍ୟ ଜଣକ ଦଶମରେ ପଢୁଥିବା ଜଣାପଡିଛି। ଏ ଦୁହେଁ ବାପା, ମା’ ସହ ଇଟାଭାଟିରେ କାମ କରୁଥିଲେ। ୪ଜଣ ଶିଶୁ ଶ୍ରମିକଙ୍କ ଠିକଣା ପାଇବା ପରେ ତେଲେଙ୍ଗାନା ଶ୍ରମ ବିଭାଗ ନବରଙ୍ଗପୁର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍କୁ ଖବର ଦେଇଥିଲେ। ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ ଓ ସମାଜିକ କର୍ମୀ ସମରେନ୍ଦ୍ର ପରିଡା ମାଲକାନାଗିରି ଯାଇ ସମସ୍ତ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଥିଲେ। ଚନ୍ଦାହାଣ୍ଡିର ୨ଶିଶୁଙ୍କୁ ତାଙ୍କ ବାପା ଓ ମା’ଙ୍କୁ ହସ୍ତାନ୍ତର କରାଯାଇଛି। ଝରିଗାଁର ୨ଜଣଙ୍କୁ ତାଙ୍କ ପରିବାର
ନିକଟରେ ପହଞ୍ଚାଯାଇଛି।
[ad_2]