ଓଡିଶା

ପୁରୀରେ ୫ଟି ଅଧ୍ୟକ୍ଷ: ୮୪୪ କୋଟି ପ୍ରକଳ୍ପର ସମୀକ୍ଷା – bajravana

[ad_1]

ପୁରୀ: ପୁରୀ ତାଳବଣିଆ ଇନ୍‌ଡୋର୍‌ ଷ୍ଟାଡିୟମଠାରେ ଆଜି ‘ନୂଆ-ଓ’ର ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ୫-ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଏଥିରେ ଯୋଗଦେଇ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀଙ୍କଠାରୁ ସୁବିଧା ଅସୁବିଧା ବୁଝିଥିଲେ। ପ୍ରାୟ ୮୪୪ କୋଟି ଟଙ୍କାରେ ଚାଲିଥିବା ମହାବିଦ୍ୟାଳୟ ରୂପାନ୍ତର, ମେଡିକାଲ୍‌ କଲେଜ ଆଦି ଉନ୍ନୟନ କାର୍ଯ୍ୟର ସମୀକ୍ଷା କରି ତୁରନ୍ତ କାମ ସାରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେଇ ଶ୍ରୀ ପାଣ୍ଡିଆନ କହିଥିଲେ, କଠିନ ପରିଶ୍ରମ ଓ ଦୃଢ଼ ଆତ୍ମବିଶ୍ବାସ ସଫଳତାର ଚାବିକାଠି। ନୂଆ-ଓ ଏଭଳି ଏକ କାର୍ଯ୍ୟକ୍ରମ, ଯାହା ଶିକ୍ଷା ସହ ଅନ୍ୟାନ୍ୟ କ୍ଷେତ୍ରରେ ଯୁବଗୋଷ୍ଠୀଙ୍କ ପ୍ରତିଭା ବିକାଶର ଭିତ୍ତିଭୂମି ଯୋଗାଇ ଦେଉଛି। ଏହି ଅବସରରେ ସେ ସଫଳ ବ୍ୟକ୍ତିତ୍ବ ଭାବେ ପୁରୀ ଜିଲ୍ଲାର ଅବସରପ୍ରାପ୍ତ ଆଇଏଏସ୍‌ ପ୍ରସନ୍ନ କୁମାର ହୋତା, ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ ଗୋପାଳ ନନ୍ଦ, ଅଲିମ୍ପିକ୍ସ ଖେଳାଳି କିଶୋର ଜେନା, ପାରା ଅଲିମ୍ପିକ୍ସ ଖେଳାଳି ଜୟନ୍ତୀ ବେହେରା, ଆଇଏଫଏସ୍‌ ମଳୟ କୁମାର ମିଶ୍ର, ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ, ଏମ୍‌ସର ପୂର୍ବତନ ନିର୍ଦ୍ଦେଶକ ଡା. ଅଶୋକ ମହାପାତ୍ରଙ୍କ ଉଦାହରଣ ଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଜିଲ୍ଲାରେ ୫୩.୫୦ କୋଟି ଟଙ୍କା ବିନିଯୋଗରେ ୫୫ଟି ସରକାରୀ କଲେଜ, ଅନୁଦାନପ୍ରାପ୍ତ କଲେଜ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରୂପାନ୍ତରୀକରଣ ଚାଲିଥିବା ବେଳେ ମାର୍ଚ୍ଚ ଭିତରେ ଏହି କାମ ସାରିବାକୁ ଅଧିକାରୀମାନଙ୍କୁ ଶ୍ରୀ ପାଣ୍ଡିଆନ ନିର୍ଦ୍ଦେଶ ଦେଇଥିଲେ।

ଶ୍ରୀ ପାଣ୍ଡିଆନ ୩୦୯ କୋଟି ଟଙ୍କା ବିନିମୟରେ ନିର୍ମାଣ ଚାଲିଥିବା ପୁରୀ ଶ୍ରୀଜଗନ୍ନାଥ ମେଡିକାଲ୍‌ କଲେଜର ୬୫୦ ଶଯ୍ୟାବିଶିଷ୍ଟ ଡାକ୍ତରଖାନାର ଅଗ୍ରଗତି ସମୀକ୍ଷା କରିବା ସହ ସମୟସୀମା ଭିତରେ କାମ ସାରିବାକୁ ତାଗିଦ୍ କରିଥିଲେ। ୧୭୨ କୋଟି ଟଙ୍କାର କୋଣାର୍କ ହେରିଟେଜ୍‌ ଅଞ୍ଚଳ ଉନ୍ନୟନ ପ୍ରକଳ୍ପ, ୨୦ କୋଟି ଟଙ୍କାରେ ୧୦ଟି ବହୁମୁଖୀ ଆଶ୍ରୟସ୍ଥଳୀ, ୩୫.୪୨ କୋଟି ଟଙ୍କାରେ ଲୋକନାଥ ମନ୍ଦିର ଉନ୍ନୟନ ପ୍ରକଳ୍ପ, ୧୧.୮୫ କୋଟି ଟଙ୍କାରେ କାକଟପୁର ମା’ ମଙ୍ଗଳା ମନ୍ଦିର ଉନ୍ନୟନ ପ୍ରକଳ୍ପ, ୯.୧୧ କୋଟି ଟଙ୍କାରେ ବ୍ରହ୍ମଗିରି ଅଲାରନାଥ ପୀଠ ଉନ୍ନୟନ ପ୍ରକଳ୍ପ, ୬.୦୨ କୋଟି ଟଙ୍କାରେ ଶିରୁଳି ମହାବୀର ମନ୍ଦିର ଉନ୍ନୟନ ପ୍ରକଳ୍ପ, ୫.୪୧ କୋଟି ଟଙ୍କାରେ ବାଲିହରଚଣ୍ଡୀ ଉନ୍ନୟନ ପ୍ରକଳ୍ପ, ୪.୯୪ କୋଟି ଟଙ୍କାରେ ନିମାପଡ଼ା ସୋମନାଥ ମନ୍ଦିର ଉନ୍ନୟନ ପ୍ରକଳ୍ପର ସମୀକ୍ଷା କରିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button